ବନ୍ଦ ହେଲା ଇତିଶ୍ରୀ ମାମଲା: କିଏ ମାରିଛି ଜଣାପଡ଼ିଲାନି

ନୂଆଦିଲ୍ଲୀ/ରାୟଗଡ଼ା (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ରାୟଗଡ଼ା ଜିଲ୍ଲା ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟାକାଣ୍ଡ ମାମଲା ବନ୍ଦ ହେଲା। ସିବିଆଇର ରିପୋର୍ଟ ଆଧାରରେ ସୁପ୍ରିମକୋର୍ଟ ଏହି ମାମଲାକୁ ବନ୍ଦ କଲେ। ଅଜ୍ଞାତ ଅଭିଯୁକ୍ତର ସୁରାକ ସିବିଆଇକୁ ମିଳି ନଥିବାରୁ କୋର୍ଟ ମାମଲା କରିଦେଇଛନ୍ତି। ପୂର୍ବରୁ ଇତିଶ୍ରୀ ମାମଲାରେ ୨ଟି ତଦନ୍ତ ରିପୋର୍ଟ ସିବିଆଇ ଦାଖଲ କରିଥିଲେ। ୨୦୧୭ ମସିହା ମେ ୧ ତାରିଖ ଫାଇନାଲ୍ ଷ୍ଟାଟସ୍ ଓ ଗତ ୧୭ ତାରିଖରେ ସୁପ୍ରିମକୋର୍ଟରେ କ୍ଲୋଜର ରିପୋର୍ଟ […]

koraput

koraput

Rakesh Mallick
  • Published: Friday, 24 November 2017
  • Updated: 24 November 2017, 03:27 PM IST

ନୂଆଦିଲ୍ଲୀ/ରାୟଗଡ଼ା (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ରାୟଗଡ଼ା ଜିଲ୍ଲା ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟାକାଣ୍ଡ ମାମଲା ବନ୍ଦ ହେଲା। ସିବିଆଇର ରିପୋର୍ଟ ଆଧାରରେ ସୁପ୍ରିମକୋର୍ଟ ଏହି ମାମଲାକୁ ବନ୍ଦ କଲେ। ଅଜ୍ଞାତ ଅଭିଯୁକ୍ତର ସୁରାକ ସିବିଆଇକୁ ମିଳି ନଥିବାରୁ କୋର୍ଟ ମାମଲା କରିଦେଇଛନ୍ତି। ପୂର୍ବରୁ ଇତିଶ୍ରୀ ମାମଲାରେ ୨ଟି ତଦନ୍ତ ରିପୋର୍ଟ ସିବିଆଇ ଦାଖଲ କରିଥିଲେ। ୨୦୧୭ ମସିହା ମେ ୧ ତାରିଖ ଫାଇନାଲ୍ ଷ୍ଟାଟସ୍ ଓ ଗତ ୧୭ ତାରିଖରେ ସୁପ୍ରିମକୋର୍ଟରେ କ୍ଲୋଜର ରିପୋର୍ଟ ଦାଖଲ ହୋଇଥିଲା।

୨୦୧୩ ମସିହା ଅକ୍ଟୋବର ୨୭ ତାରିଖରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଟିକିରି ସ୍କୁଲରେ ଠିକା ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ଇତିଶ୍ରୀ ପ୍ରଧାନଙ୍କୁ କିରୋସିନି ଢାଳି ପୋଡ଼ି ଦିଆଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଟିକିରି, ରାୟଗଡ଼ା ଓ ପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା। ୨୦୧୩ ନଭେମ୍ୱର ୧ ତାରିଖରେ ଇତିଶ୍ରୀଙ୍କର ବିଶାଖାପାଟଣା ହସ୍ପିଟାଲରେ ମୃତ୍ୟୁ ଘଟିଥିଲା।  ଏହା ପୂର୍ବରୁ ଇତିଶ୍ରୀ ସେହି ସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ନେତ୍ରାନନ୍ଦ ଦଣ୍ଡସେନା ତାଙ୍କୁ ନିର୍ଯାତନା ଦେଉଥିବା ଥାନାରେ ଅଭିଯୋଗ କରିଥିଲେ। ରାଜ୍ୟ ସରକାର ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପରେ ଏକ ଜନସ୍ୱାର୍ଥ ମାମଲା ଆଧାରରେ ସୁପ୍ରିମକୋର୍ଟ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଗତବର୍ଷ ଏପ୍ରିଲ୍‌ରେ ଅଭିଯୁକ୍ତ ନେତ୍ରାନନ୍ଦ ଦଣ୍ଡସେନାକୁ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story