ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ବେଦାନ୍ତ ବିଶ୍ୱବିଦ୍ୟାଳୟକୁ ଅନୁମତି ଦେଲେନି ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ବେଦାନ୍ତ ବିଶ୍ୱବିଦ୍ୟାଳୟ ନିର୍ମାଣ ଆରମ୍ଭ ପାଇଁ ଅନୁମତି ଦେବାକୁ ସୋମବାର ଦିନ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଏହି ମାମଲାର ଶୁଣାଣି ମୂଳ ୯ଟି ମାମଲା ସହିତ ଜୁଲାଇ ତୃତୀୟ ସପ୍ତାହରେ କରିବାକୁ ସର୍ବୋଚ୍ଚକୋର୍ଟର ମୁଖ୍ୟ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ହାଇକୋର୍ଟରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଅଧିଗ୍ରହଣ ମାମଲାର ୯ଟି ରିଟ୍‌ ପିଟିସନ୍‌ ଉପରେ ଶୁଣାଣି ହୋଇ ରାୟ […]

supreme-court

supreme-court

Rakesh Mallick
  • Published: Monday, 11 April 2016
  • Updated: 11 April 2016, 12:38 PM IST

Sports

Latest News

supreme-courtନୂଆଦିଲ୍ଲୀ: ବେଦାନ୍ତ ବିଶ୍ୱବିଦ୍ୟାଳୟ ନିର୍ମାଣ ଆରମ୍ଭ ପାଇଁ ଅନୁମତି ଦେବାକୁ ସୋମବାର ଦିନ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଏହି ମାମଲାର ଶୁଣାଣି ମୂଳ ୯ଟି ମାମଲା ସହିତ ଜୁଲାଇ ତୃତୀୟ ସପ୍ତାହରେ କରିବାକୁ ସର୍ବୋଚ୍ଚକୋର୍ଟର ମୁଖ୍ୟ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ହାଇକୋର୍ଟରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଅଧିଗ୍ରହଣ ମାମଲାର ୯ଟି ରିଟ୍‌ ପିଟିସନ୍‌ ଉପରେ ଶୁଣାଣି ହୋଇ ରାୟ ପ୍ରକାଶ ପାଇଥିଲା।

ହାଇକୋର୍ଟଙ୍କ ରାୟକୁ ବେଦାନ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଏକ “ସ୍ପେଶାଲ ଲିଭ୍” ଦରଖାସ୍ତ ମାଧ୍ୟମରେ ସିଭିଲ୍‌ ଅପିଲ୍‌ କରାଯାଇଥିଲା।  ବେଦାନ୍ତ ପଦାଧିକାରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ତିନୋଟି ଅପିଲ୍‌ ବିରୋଧରେ ମଧ୍ୟବର୍ତ୍ତୀକାଳୀନ ଶୁଣାଣି ପାଇଁ ଆବେଦନ କରାଯାଇଥିଲା। ବେଦାନ୍ତ ପକ୍ଷରୁ ବରିଷ୍ଠ ଓକିଲ ପି. ଚିଦାମ୍ବରମ୍‌ ୩ଟି ଅପିଲ୍‌ ବିରୋଧରେ ଣୁଣାଣି କରିବାକୁ ପ୍ରାର୍ଥନା କରିଥିଲେ କିନ୍ତୁ ବେଦାନ୍ତର ଏହି ପ୍ରାର୍ଥନାକୁ ବରିଷ୍ଠ ଓକିଲ ସଞ୍ଜୟ ପାରେଖ ବିରୋଧ କରି ମୂଳ ୯ଟି ମାମଲା ସହିତ ଏହାର ଏକକାଳୀନ ଣୁଣାଣି କରିବାକୁ ଯୁକ୍ତି କରିଥିଲେ। ମୁଖ୍ୟବିଚାରପତି ପି.ଚିଦାମ୍ବରମଙ୍କ ଯୁକ୍ତିକୁ ଅଗ୍ରାହ୍ୟ କରି ମୂଳ ୯ଟି ମାମଲା ସହିତ ବେଦାନ୍ତ ଜମି ଅଧିଗ୍ରହଣର ଚୂଡାନ୍ତ ନିଷ୍ପତ୍ତି ପାଇଁ ଜୁଲାଇ ତୃତୀୟ ସପ୍ତାହକୁ ଦିନ ଧାର୍ଯ୍ୟ କରିଛନ୍ତି। ଏନେଇ ବେଦାନ୍ତ ପଦାଧିକାରୀ ବିଜୟ ପଟ୍ଟନାୟକ ନିଜର ପ୍ରତିକ୍ରିୟା ଦେବାକୁ ମନା କରିଥିଲେ।

ଆବେଦନକାରୀ ଉମାବଲ୍ଲଭ ରଥ କହିଛନ୍ତି,“ବେଦାନ୍ତ କମ୍ପାନୀ ସବୁବେଳେ ସରକାର ଓ କୋର୍ଟଙ୍କୁ ଭୁଲ ତଥ୍ୟ ଦେଇ ଚାଲିବା ପାଇଁ ଚାହୁଁଛି ।  ହାଇକୋର୍ଟରେ ତାଙ୍କର ସବୁ ଯୋଜନା ଫେଲ ମାରିଥିଲା। ହାଇକୋର୍ଟ ଚାଷୀଙ୍କ ସପକ୍ଷରେ ରାୟ ଦେଇଥିଲେ। ଏନେଇ ସେମାନେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଆଜି ଏହି ମାମଲା ଖାରଜ ହୋଇଛି।”

ଆବେଦନକାରୀଙ୍କ ଓକିଲ ଚିନ୍ମୟ ମିଶ୍ର କହିଛନ୍ତି,“ ଅନିଲ୍‌ ଅଗ୍ରୱାଲ୍‌ ଫାଉଣ୍ଡେସନ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ମଧ୍ୟବର୍ତ୍ତୀକାଳୀନ ଏକ ଆବେଦନ କରାଯାଇଥିଲା। ସେ ଆବେଦନରେ ଆମେ ଦର୍ଶାଇଥିଲୁ ଯେ, ବହୁତ ଦିନ ଅତିକ୍ରମ କଲାଣି, ବହୁତ ଅର୍ଥ ଖର୍ଚ୍ଚ କଲୁଣି ସେହି ଦୃଷ୍ଟିରୁ ଆମକୁ ନିର୍ମାଣ କାର୍ଯ୍ୟ କରିବାକୁ ଦିଆଯାଉ। ଏନେଇ ହାଇକୋର୍ଟଙ୍କର ଭିନ୍ନ ମତ ଦେଇଥିବାରୁ ଏହା ଖାରଜ୍‌ ହୋଇଯାଇଛି।”

ସୁପ୍ରିମ୍‌କୋର୍ଟ ଆଇନଜୀବୀ ସଞ୍ଜୟ ପାରେଖ କହିଛନ୍ତି,“ବେଦାନ୍ତ ପକ୍ଷରୁ ବିଶ୍ୱବିଦ୍ୟାଳୟ ନିର୍ମାଣ କାର୍ଯ୍ୟ କରିବାକୁ ଅନୁମତି ଦେବାକୁ କୋର୍ଟରେ ଆବେଦନ କରାଯାଇଥିଲା। ତେବେ ବର୍ତ୍ତମାନ ମାମଲାଟି ବିଚାରାଧୀନ ଥିବାରୁ ନିର୍ମାଣ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ ଭାବେ ମନା କରିଦେଇଥିଲେ । ଏହାପରେ ବେଦାନ୍ତ ଏସମ୍ପର୍କରେ ଆବେଦନକୁ ଫେରସ୍ତ କରି ନେଇଥିଲା। କୋର୍ଟ ଜୁଲାଇ ମାସରେ ମୂଳ ମାମଲାର ଣୁଣାଣି କରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos