ସୂର୍ଯ୍ୟସ୍ନାତ ତ୍ରିପାଠୀ ପାଇବେ କେନ୍ଦ୍ର ସାହିତ୍ୟ 'ଯୁବ ପୁରସ୍କାର ୨୦୧୭'

ଭୁବନେଶ୍ୱର: ୨୦୧୭ ବର୍ଷ ପାଇଁ  କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ଯୁବ ଓ ବାଲ୍ ସାହିତ୍ୟ ପୁରସ୍କାର ଘୋଷଣା ହୋଇଛି। ଆଜି କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତବର୍ଷ ସମ୍ମାନଜନକ ଯୁବ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ଜଣାଶୁଣା ଯୁବକବି ସୂର୍ଯ୍ୟସ୍ନାତ ତ୍ରିପାଠୀ। ସେ ତାଙ୍କ ପୁସ୍ତକ ‘ଏ ସର୍ମ୍ପକ ଏମିତି’ ପାଇଁ ପାଇବେ ସମ୍ମାନଜନକ ଯୁବ ପୁରସ୍କାର। ତାଙ୍କର ଅନ୍ୟ ଦୁଇଟି ପୁସ୍ତକ ହେଉଛି- ‘ହଜାରେ ଜହ୍ନର ରାତି’ ଓ […]

kendriya

kendriya

Rakesh Mallick
  • Published: Thursday, 22 June 2017
  • Updated: 22 June 2017, 11:18 PM IST

Sports

Latest News

ଭୁବନେଶ୍ୱର: ୨୦୧୭ ବର୍ଷ ପାଇଁ  କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ଯୁବ ଓ ବାଲ୍ ସାହିତ୍ୟ ପୁରସ୍କାର ଘୋଷଣା ହୋଇଛି। ଆଜି କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତବର୍ଷ ସମ୍ମାନଜନକ ଯୁବ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ଜଣାଶୁଣା ଯୁବକବି ସୂର୍ଯ୍ୟସ୍ନାତ ତ୍ରିପାଠୀ। ସେ ତାଙ୍କ ପୁସ୍ତକ 'ଏ ସର୍ମ୍ପକ ଏମିତି' ପାଇଁ ପାଇବେ ସମ୍ମାନଜନକ ଯୁବ ପୁରସ୍କାର। ତାଙ୍କର ଅନ୍ୟ ଦୁଇଟି ପୁସ୍ତକ ହେଉଛି- 'ହଜାରେ ଜହ୍ନର ରାତି' ଓ 'ଗଙ୍ଗଶିଉଳିର ଗପ'। ସେହିପରି ଚଳିତବର୍ଷର 'ବାଲ୍ ସାହିତ୍ୟ ପୁରସ୍କାର' ପାଇଁ ମନୋନୀତ ହୋଇଛନ୍ତି ପ୍ରସିଦ୍ଧ ଶିଶୁ ସାହିତ୍ୟିକ ଡକ୍ଟର ଶୁଭେନ୍ଦୁ ମୋହନ ଶ୍ରୀଚନ୍ଦନ ସିଂ। ଶିଶୁ ସାହିତ୍ୟ କ୍ଷେତ୍ରରେ ଜୀବନବ୍ୟାପି ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯିବ। ସେ ୧୦୦ରୁ ଉର୍ଦ୍ଧ୍ୱ ପୁସ୍ତକର ଲେଖକ। କେନ୍ଦ୍ର ସାହିତ୍ୟ ଏକାଡେ଼ମୀର ଏକ ସ୍ୱତନ୍ତ୍ର ଉତ୍ସବରେ ଉଭୟଙ୍କୁ ମାନପତ୍ର ସହ ୫୦ ହଜାର ଟଙ୍କ। ଲେଖାଏଁ ପ୍ରଦାନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos