ସ୍ୱଚ୍ଛ ଓ ନିରପେକ୍ଷ ପଞ୍ଚାୟତ ନିର୍ବାଚନ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଆସନ୍ତା ବର୍ଷ ଫେବୃଆରୀ କିମ୍ବା ମାର୍ଚ୍ଚରେ କିପରି ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପଞ୍ଚାୟତ ନିର୍ବାଚନ ହେବ ସେ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟରେ ୬,୨୩୪ଟି ପଞ୍ଚାୟତ ରହିଥିବା ବେଳେ ୫୦୦ଟି ନୂଆ ଗଠନ ହେବାର ଯୋଜନା ରହିଛି। ୩୦ ଜିଲ୍ଲାରେ ପଞ୍ଚାୟତ ସମିତି, ସରପଞ୍ଚ, ୱାର୍ଡ ମେମ୍ବର ଓ ଜିଲ୍ଲା ପରିଷଦ ପଦବୀ ପାଇଁ ନିର୍ବାଚନ ହେବ। ଏହା କିପରି ସ୍ୱଚ୍ଛ ଓ ନିରପେକ୍ଷ ହୋଇପାରିବ ସେ ନେଇ ଓଡ଼ିଶା ଇଲେକ୍ସନ ୱାଚ୍‌ […]

election

election

Rakesh Mallick
  • Published: Sunday, 04 September 2016
  • Updated: 04 September 2016, 09:23 PM IST

Sports

Latest News

electionଭୁବନେଶ୍ୱର: ଆସନ୍ତା ବର୍ଷ ଫେବୃଆରୀ କିମ୍ବା ମାର୍ଚ୍ଚରେ କିପରି ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପଞ୍ଚାୟତ ନିର୍ବାଚନ ହେବ ସେ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟରେ ୬,୨୩୪ଟି ପଞ୍ଚାୟତ ରହିଥିବା ବେଳେ ୫୦୦ଟି ନୂଆ ଗଠନ ହେବାର ଯୋଜନା ରହିଛି। ୩୦ ଜିଲ୍ଲାରେ ପଞ୍ଚାୟତ ସମିତି, ସରପଞ୍ଚ, ୱାର୍ଡ ମେମ୍ବର ଓ ଜିଲ୍ଲା ପରିଷଦ ପଦବୀ ପାଇଁ ନିର୍ବାଚନ ହେବ। ଏହା କିପରି ସ୍ୱଚ୍ଛ ଓ ନିରପେକ୍ଷ ହୋଇପାରିବ ସେ ନେଇ ଓଡ଼ିଶା ଇଲେକ୍ସନ ୱାଚ୍‌ ପ୍ରୟାସ ଆରମ୍ଭ କରିଛି। ଖାସ କରି ନିର୍ବାଚନ ଖର୍ଚ୍ଚ ଉପରେ ଏହି ସଂଗଠନ କଡ଼ା ନଜର ରଖିବ। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳର ନେତା, ରାଜ୍ୟ ନିର୍ବାଚନ କମିଶନଙ୍କ ବରିଷ୍ଠ ଅଧିକାରୀ, ବୁଦ୍ଧିଜୀବୀ ଓ ଆଇନ ବିଷାରଦ ଏକାଠି ହୋଇ ମାନସ ମନ୍ଥନ କରିଛନ୍ତି। ନିର୍ବାଚନରେ କିପରି କଳା ଟଙ୍କା ବ୍ୟବହାର ରୋକାଯିବ, ଭୋଟରଙ୍କୁ ପ୍ରାର୍ଥୀ ଅର୍ଥ ଓ ଅନ୍ୟାନ୍ୟ ପ୍ରଲୋଭନ ଦେଇ ଯେପରି ପ୍ରଭାବିତ ନ କରିପାରିବେ ଓ ଅସାଧୁ କାରବାର ଉପରେ ନଜର ରଖିବା ନେଇ ଏହି ବିଚାର ବିମର୍ଶ ହୋଇଛି।

ରାଜ୍ୟ ନିର୍ବାଚନ କମିଶନ ସଚିବ ରବୀନ୍ଦ୍ର ନାଥ ସାହୁ କହିଛନ୍ତି,“ପଞ୍ଚାୟତ ନିର୍ବାଚନରେ କିପରି ଜନସାଧାରଣ ଉପଯୁକ୍ତ ପ୍ରାର୍ଥୀ ବାଛିବେ, କୌଣସି ଚାପର ବଶବର୍ତ୍ତୀ ନ ହେବେ ସେ ନେଇ ଆମେ ଆଲୋଚନା କରି ଏକ ନିଷ୍କର୍ଷ ବାହାର କରିଛୁ। ଆଗାମୀ ଦିନରେ ଏହା କାର୍ଯ୍ୟକାରୀ ହେବ।”

ଆସୋସିଏସନ ଅଫ୍‌ ଡେମୋକ୍ରାଟିକ୍‌ ରିଫର୍ମ ସଂସ୍ଥାର ପ୍ରତିଷ୍ଠାତା ସଦସ୍ୟ ତ୍ରିଲୋଚନ ଶାସ୍ତ୍ରୀ କହିଛନ୍ତି,“ଜଣେ ଭୋଟର ଭାବେ ମୁଁ ବଦ୍ଧପରିକର ହେବା ଉଚିତ ଯେ ମୁଁ କାହାର ବଶବର୍ତ୍ତୀ ହେବି ନାହିଁ, କୌଣସି କଳାଟଙ୍କା ନେବି ନାହିଁ କିମ୍ବା ନୋଟ ନେଇ ଭୋଟ ଦେବି ନାହିଁ। ଏହାଦ୍ୱାରା ନିର୍ବାଚନ କମିଶନ, ପୋଲିସ, ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣ ମଧ୍ୟରେ ସ୍ୱଚ୍ଛତା ଆସିବ।”

ଇଲେକ୍ସନ ୱାଚ୍‌ ପକ୍ଷରୁ ରାଜନୈତିକ ଦଳ ଗୁଡିକ ପାଉଥିବା ପାଣ୍ଠି ଓ ସେମାନଙ୍କ ଆୟବ୍ୟୟ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇଛି। ଗତ ତିନି ବର୍ଷରେ ଜାତୀୟ ଦଳ ଭାବେ ବିଜେପି ୧୯୬୮ କୋଟି ୪୧ ଲକ୍ଷ ଟଙ୍କା ଆୟ କରିଛି। ଯାହାକି ଏହି ସମୟରେ ଦେଶର ସବୁ ରାଜନୈତିକ ଦଳଙ୍କ ଆୟର ୪୪.୯୫ ପ୍ରତିଶତ। ଏହି ସମୟରେ କଂଗ୍ରେସ ୧୬୧୭ କୋଟି ୬ ଲକ୍ଷ ଟଙ୍କା ଆୟ କରିଥିବା ବେଳେ ସିପିଏମ୍‌ର ଆୟ ରହିଛି ୩୭୧ କୋଟି ୮୮ ଲକ୍ଷ ଟଙ୍କା। ସେହିପରି ଆଞ୍ଚଳିକ ଦଳ ଭାବେ ଗତ ତିନିବର୍ଷରେ ବିଜେଡି ୩୮.୫ କୋଟି ଟଙ୍କା ଆୟ କରିଛି। ଆୟକର ରିଟର୍ଣ୍ଣରୁ ଏହା ରାଜନୈତିକ ଦଳଙ୍କ ଆୟବ୍ୟୟର ହିସାବ ମିଳିଥିଲେ ମଧ୍ୟ କେଉଁ ସୂତ୍ରରୁ ଆୟ ହେଉଛି ତାହା ଦର୍ଶ ଯାଇ ନ ଥିବାରୁ ନିର୍ବାଚନ ଖର୍ଚ୍ଚରେ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛି ଇଲେକ୍ସନ ୱାଚ୍‌।

ଓଡ଼ିଶା ଇଲେକ୍ସନ ୱାଚ୍‌ର ରାଜ୍ୟ ସଂଯୋଜକ ରଞ୍ଜନ କୁମାର ମହାନ୍ତି କହିଛନ୍ତି,“ରାଜନୈତିକ ଦଳମାନେ ସେମାନଙ୍କ ଆର୍ଥିକ କାରବାର ତଥ୍ୟ ପ୍ରଦାନ କରିବା ଉଚିତ। ଏପର୍ଯ୍ୟନ୍ତ ରାଜନୈତିକ ଦଳଗୁଡିକ ସୂଚନା ଅଧିକାର ଆଇନ ପରିସରଭୁକ୍ତ ହୋଇପାରିଲା ନାହିଁ। ଜଣେ ନାଗରିକର ହକ୍‌ ରହୁଛି କି ସେମାନେ ପ୍ରତିଟି ରାଜନୈତିକ ଦଳର ଆର୍ଥିକ କାରବାରର ସିବିଶେଷ ତଥ୍ୟ ଜାଣିବ। କିନ୍ତୁ ଦଳଗୁଡିକ ତଥ୍ୟ ପ୍ରଦାନ ନ କରି ଲୁଚାଉଛନ୍ତି।”

ଆମ ଓଡ଼ିଶା ପାର୍ଟିର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି,“ନିର୍ବାଚନରେ ଯେଉଁ ଅର୍ଥ କାରବାର ହେଉଛି ତାହାକୁ ରୋକିବାକୁ ଅନେକ ଗୁଡିଏ କୌଶଳ ଅବଲମ୍ବନ କରାଯାଇପାରେ। ଏହି କୌଶଳ ଅବଲମ୍ବନ କରିବା ପୂର୍ବରୁ ଆମ ମାନସିକତାରେ ପରିବର୍ତ୍ତନ କରିବାକୁ ହେବ। ଏବେ ସମସ୍ତେ ଭାବି ନେଲେଣି ବିନା ଟଙ୍କାରେ ରାଜନୀତି ସମ୍ଭବ ନୁହେଁ।”

ବିଜେଡି ମୁଖପାତ୍ର ଦିବ୍ୟଶଙ୍କର ମିଶ୍ର କହିଛନ୍ତି,“ନିୟମ ଅନୁସାରେ ଆମର ଯାହା ପାର୍ଟି ଫଣ୍ଡ ରହିଛି ତାହାକୁ ଆମେ ଦର୍ଶାଉଛୁ। ୨୦,୦୦୦ ଟଙ୍କାରୁ ଯିଏ ଅଧିକ ଦାନ କରିବ ସିଏ ଚେକ୍‌ ମାଧ୍ୟମରେ ଦେଇପାରିବ। ବହୁ ଦଳ ସେମାନଙ୍କ ରିଟର୍ଣ୍ଣ ଫାଇଲ କରୁଛନ୍ତି। ଆମେ ମଧ୍ୟ ପ୍ରୟାସ ଜାରି ରଖିଛୁ। ସଚେତନାର ଆବଶ୍ୟକତା ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos