ଉଚ୍ଚ ରକ୍ତଚାପ ନେଇପାରେ ଜୀବନ: ଜାଣନ୍ତୁ ଲକ୍ଷଣ

ଜଞ୍ଜାଳମୟ ଜୀବନରେ ଟିକେ ବିଶ୍ରାମ ନେବାକୁ ସମୟ ମିଳୁନାହିଁ। ଧାଁଦୌଡ଼ ସାଙ୍ଗକୁ ଚିନ୍ତା ମଣିଷକୁ ସମ୍ପୂର୍ଣ୍ଣ ଗ୍ରାସ କରି ରଖିଛି। ଏହାର ପରିମାଣ ସ୍ୱରୂପ ବଢ଼ିବାରେ ଲାଗିଛି ରକ୍ତଚାପ ଜନିତ ସମସ୍ୟା। ଡାକ୍ତରଙ୍କ ମତରେ ଜଣେ ବ୍ୟକ୍ତିର ଉଚ୍ଚତମ ରକ୍ତଚାପ ୧୨୦ ଓ ନ୍ୟୁନତମ ରକ୍ତଚାପ ୮୦ ରହିବା ଉଚିତ। ହେଲେ ଅନିୟନ୍ତ୍ରିତ ଜୀବନଶୈଳୀ ଯୋଗୁଁ ଦୁନିଆରେ ପ୍ରାୟ ୭୦ ପ୍ରତିଶତ ଲୋକ ଏବେ ଏହି ରକ୍ତଚାପ ସମସ୍ୟାକୁ ନେଇ ଗତି କରୁଥିବା ଏକ ସର୍ଭେରୁ ଜଣାପଡିଛି। […]

High-Blood-Pressure

High-Blood-Pressure

Rakesh Mallick
  • Published: Monday, 27 November 2017
  • Updated: 27 November 2017, 11:43 AM IST

Sports

Latest News

ଜଞ୍ଜାଳମୟ ଜୀବନରେ ଟିକେ ବିଶ୍ରାମ ନେବାକୁ ସମୟ ମିଳୁନାହିଁ। ଧାଁଦୌଡ଼ ସାଙ୍ଗକୁ ଚିନ୍ତା ମଣିଷକୁ ସମ୍ପୂର୍ଣ୍ଣ ଗ୍ରାସ କରି ରଖିଛି। ଏହାର ପରିମାଣ ସ୍ୱରୂପ ବଢ଼ିବାରେ ଲାଗିଛି ରକ୍ତଚାପ ଜନିତ ସମସ୍ୟା। ଡାକ୍ତରଙ୍କ ମତରେ ଜଣେ ବ୍ୟକ୍ତିର ଉଚ୍ଚତମ ରକ୍ତଚାପ ୧୨୦ ଓ ନ୍ୟୁନତମ ରକ୍ତଚାପ ୮୦ ରହିବା ଉଚିତ। ହେଲେ ଅନିୟନ୍ତ୍ରିତ ଜୀବନଶୈଳୀ ଯୋଗୁଁ ଦୁନିଆରେ ପ୍ରାୟ ୭୦ ପ୍ରତିଶତ ଲୋକ ଏବେ ଏହି ରକ୍ତଚାପ ସମସ୍ୟାକୁ ନେଇ ଗତି କରୁଥିବା ଏକ ସର୍ଭେରୁ ଜଣାପଡିଛି। ରକ୍ତଚାପ ବିଶେଷ କରି ଉଚ୍ଚ ରକ୍ତଚାପ ଜୀବନ ଘାତକ ହୋଇଥିଲେ ବି ଏହି ସମସ୍ୟାରେ ପଡିଥିବା ଲୋକେ ବହୁ ଅଣଦେଖା କରିଥାନ୍ତି। କିଛି ଲୋକ ନିୟମିତ ଔଷଧ ମଧ୍ୟ ନେଇ ନଥାନ୍ତି। ସର୍ଭେ ଅନୁସାରେ ୮୫ ପ୍ରତିଶତ ରକ୍ତଚାପ ରୋଗୀ ଠିକ୍ ସମୟରେ ଔଷଧ ଖାଇ ନଥାନ୍ତି।

ଉଚ୍ଚ ରକ୍ତଚାପରେ ପଡ଼ିବାର ବହୁତ କାରଣ ରହିଛି। ନିଜ ଶରୀର ପ୍ରତି ସାମାନ୍ୟ ଧ୍ୟାନ ଦେଲେ ଆପଣ ଏହାର ଲକ୍ଷଣ ଜାଣି ପାରିବେ। ଆସନ୍ତୁ ଜାଣିବା କେଉଁ କେଉଁ ଲକ୍ଷଣ ଦେଖାଦେଲେ ରକ୍ତଚାପ ହେବାର ଆଶଙ୍କା ଥାଏ।

ବେକ ଦରଜ: ଉଚ୍ଚ ରକ୍ତଚାପର ପ୍ରାରମ୍ଭିକ ଲକ୍ଷଣ ହେଉଛି ପଛମୁଣ୍ଡର ବିନ୍ଧା ହେବା ଓ ବେକ ଦରଜ ହେବା। ଅନେକ ଲୋକ ଏଭଳି ସମସ୍ୟାକୁ ଅଣଦେଖା କରନ୍ତି। ଫଳରେ ଏହା ଗମ୍ଭୀର ସମସ୍ୟାରେ ପରିଣତ ହୋଇଯାଏ।

ଅତ୍ୟଧିକ ଚିନ୍ତା: ଅତ୍ୟଧିକ ଚିନ୍ତା ବା ଡିପ୍ରେସନ୍‌ରେ ରହିବା ମଧ୍ୟ ଏହାର ଆଉ ଏକ ଲକ୍ଷଣ। ଯଦି ଆପଣ ଛୋଟଛୋଟ କଥାକୁ ନେଇ ରାଗିଯାଉଛନ୍ତି ବା ବିରକ୍ତ ହେଉଛନ୍ତି ତେବେ ଏହା ବ୍ଲଡପ୍ରେସରର ଏକ ମୁଖ୍ୟ ଲକ୍ଷଣ। ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଥକା ଲାଗିବା: ଯଦି ଆପଣ ଅଳ୍ପ କାମ କରି ଥକିଯାଉଛନ୍ତି ବା ଟିକେ ଚାଲିଲେ ଥକା ହେଉଯାଉଛନ୍ତି ତେବେ ଆପଣ ରକ୍ତଚାପର ଶିକାର ହୋଇପାରନ୍ତି।

ମୁଣ୍ଡ ବୁଲାଇବା: ଉଚ୍ଚ ରକ୍ତଚାପରେ ମୁଣ୍ଡ ବୁଲାଇବା ଏକ ସାଧାରଣ କଥା। ବେଳେବେଳେ ଶରୀର ଦୁର୍ବଳ ହୋଇଯାଇଥିଲେ ମଧ୍ୟ ମୁଣ୍ଡ ବୁଲାଇଥାଏ। ତେଣୁ ଏପରି ସମସ୍ୟା ଲଗାତାର ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ନିଦ ନ ହେବା: ସାଧାରଣତଃ ଉଚ୍ଚ ରକ୍ତଚାପ ରୋଗୀଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖିବାକୁ ମିଳେ। ସେମାନଙ୍କୁ ରାତିରେ ଠିକ୍ ଭାବେ ନିଦ ହୁଏ ନାହିଁ। ବେଳେ ବେଳେ ଅଧିକ ଚିନ୍ତା ଯୋଗୁଁ ବି ଏପରି ହୋଇଥାଏ।

ନାକରୁ ରକ୍ତ ବାହାରିବା: ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଦେଖାଦେବା ଓ ନାକରୁ ରକ୍ତ ବାହାରିବା ମଧ୍ୟ ଉଚ୍ଚ ରକ୍ତଚାପର ଲକ୍ଷଣ। ତେଣୁ ଏପରି ହେଲେ ବିଳମ୍ବ ନ କରି ଡାକ୍ତରଙ୍କ ପାଖକୁ ଯାଆନ୍ତୁ।

ହୃଦ୍‌ସ୍ପନ୍ଦନ ହଠାତ୍ ବଢ଼ିଯିବା: ଯଦି ଆପଣଙ୍କୁ ଅନୁଭବ ହେଉଛି ଯେ ଆପଣଙ୍କ ହୃଦ୍‌ସ୍ପନ୍ଦନର ପୂର୍ବ ଅପେକ୍ଷା ଅଧିକ ବଢିଯାଇଛି କିମ୍ବା ହୃଦୟରେ ଦରଜ ହେଉଛି ତେବେ ତୁରନ୍ତ ଯାଞ୍ଚ କରାନ୍ତୁ। ଏହା ରକ୍ତଚାପର ଲକ୍ଷଣ। ଏହାକୁ ଅଣଦେଖା କରନ୍ତୁ ନାହିଁ, ଜୀବନପ୍ରତି ବିପଦ ଆସିପାରେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos