ପୋଟାସିୟମ୍ ଅଭାବରୁ ଶରୀରରେ ଦେଖଯାଏ ଏସବୁ ଲକ୍ଷଣ
ସାଧାରଣତଃ ଲୋକେ ଭଟାମିନ୍, ପ୍ରୋଟିନ୍ , ମିନେରାଲ ଓ ଆଇରନ୍ ଶରୀର ଲାଗି ଜରୁରୀ ବୋଲି ଭାବିଥାନ୍ତି। କିନ୍ତୁ ପୋଟାସିୟମ୍କୁ ଅଣଦେଖା କରିଦିଅନ୍ତି। ଆପଣ ଜାଣନ୍ତି କି ଶରୀରରେ ପୋଟାସିୟମ୍ ଅଭାବ ଦେଖାଦେଲେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ। ପୋଟାସିୟମ୍ ଏକ ପ୍ରକାରର ଇଲୋକ୍ଟ୍ରୋଲାଇଟ୍ ଯାହା କୋଷିକା ଓ ମାଂସପେଶୀ ଲାଗି ଅଧିକ ଜରୁରୀ। ପୋଟାସିୟମ୍ ପୋଷକ ତତ୍ତ୍ୱକୁ କୋଷିକା ଭିତରକୁ ନିଏ ଓ ଆବର୍ଜନାକୁ କୋଷିକା ଭିତରୁ କାଢିବାରେ ସାହାଯ୍ୟ କରେ। ଏହା ହୃତ୍ପିଣ୍ଡ, କୀଡ୍ନୀ ଓ ଅନ୍ୟ ଅଙ୍ଗକ ସଠିକ୍ ରୂପେ କାର୍ଯ୍ୟ କରିବାରେ ସାହାଯ୍ୟ କରିଥାଏ।
ଶରୀରରେ ପୋଟାସିୟମ୍ର ମାତ୍ରାକୁ ଅଣଦେଖା କଲେ ଡାଇରିଆ, ବାନ୍ତି, ଡି ହାଇଡ୍ରେସନ୍, ବାନ୍ତି ପରି ସମସ୍ୟା ଦେଖାଯାଏ। ଟୋମାଟର, ଆଳୁ, ବିନ୍ସ୍, କଦଳୀ, ସବୁଜ ପନପରିବା, ଦହି, ମାଛ, ଛତୁ, ଆଦି ଖାଇବା ଦ୍ୱାରା ଶରୀରରେ ଏହାର ଅଭାବକୁ ପୂରଣ କରାଯାଇପାରିବ।
ଶରୀରରେ ପୋଟାସିୟମ୍ ଅଭାବ ଦେଖାଗଲେ ଏହାର ଲକ୍ଷଣକୁ ଚିହ୍ନଟ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ଆସନ୍ତୁ ଜାଣିବା ଶରୀରରେ ପୋଟିସୟମ୍ କମିଲେ କେଉଁ ସବୁ ଲକ୍ଷଣ ଦେଖାଯାଇଥାଏ।
ଉଚ୍ଚ ରକ୍ତଚାପ: ଶରୀରରେ ବ୍ଲଡ୍ ଭେସେଲ୍ ଗୁଡିକ ସୂଚାର ଭାବେ କାର୍ଯ୍ୟ କରିବାରେ ପୋଟାସିୟମ୍ ସାହାଯ୍ୟ କରେ। ପୋଟାସିୟମ୍ ଅଭାବରୁ ବ୍ଲଡ୍ ଭେସେଲ୍ ଉପରେ ପ୍ରଭାବ ପଡେ ଯେଉଁ କାରଣରୁ ଉଚ୍ଚ ରକ୍ତଚାପ ପରି ସମସ୍ୟା ଦେଖାଦିଏ।
ମାଂସପେଶୀରେ ଦରଜ: ପୋଟାସିୟମ୍ ମାଂସପେଶୀକୁ ସଠିକ୍ ରୂପେ କାର୍ଯ୍ୟ କରିବାରେ ସହାୟକ ହୋଇଥାଏ। ଶରୀରରେ ପୋଟାସିୟମ୍ ଅଭାବ ଦେଖାଗଲେ ମାଂସପେଶୀରେ ନମନୀୟତା ନଷ୍ଟ ହୋଇଯାଏ। ଫଳରେ ମାଂସପେଶୀ ଦରଜ ପରି ସମସ୍ୟା ଦେଖାଦିଏ।
ହୃତ୍ପିଣ୍ଡର ସ୍ପନ୍ଦନ ବଢ଼ିଯାଏ: ବିଭିନ୍ନ କାରଣରୁ ହୃତ୍ପିଣ୍ଡର ସ୍ପନ୍ଦନ ବଢିଯାଏ। ସେହି କାରଣ ଗୁଡ଼ିକ ମଧ୍ୟରୁ ପୋଟାସିୟମ୍ର ଅଭାବ ଗୋଟିଏ କାରଣ। ପୋଟାସିୟମ୍ ଅଭାବରୁ ହୃତ୍ପିଣ୍ଡର ସ୍ପନ୍ଦନ ବଢିଯିବା ଭଳି ସମସ୍ୟା ଦେଖାଯାଏ।
ଥକା ରୋଗ: ପୋଟାସିୟମ୍ର ସଠିକ ମାତ୍ରା ଶରୀରକୁ ବଳ ଯୋଗାଏ। ଏହାର ଅଭାବ ହେଲେ ଅଧିକ ଥକା ଅନୁଭବ ହୁଏ ଓ ଅଧିକ ନିଦ ଅଧିକ ଲାଗିଥାଏ।
ସୋଡିୟମ୍ର ମାତ୍ରା ବଢିଯାଏ: ପୋଟାସିୟମ ଅଭାବରୁ ଶରୀରରେ ସୋଡିୟମ୍ର ମାତ୍ରା ବଢିଯାଏ। ଏହାର ଖରାପ ପ୍ରଭାବ ହୃତ୍ପିଣ୍ଡ ଉପରେ ପଡିଥାଏ। ଏଥିଲାଗି ଜଙ୍କ୍ ଫୁଡ୍ ଓ ଫାଷ୍ଟ୍ଫୁଡ୍ ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।