ବିବାଦ ଆଉ ବିତର୍କ ଘେରରେ ପ୍ରେମର ପ୍ରତୀକ : ତାଜମହଲ ପୂର୍ବରୁ ଶିବ ମନ୍ଦିର ଥିଲା !

ନୂଆଦିଲ୍ଲୀ: ପ୍ରେମ ଆଉ ଭଲପାଇବାର ପ୍ରତୀକ ହେଉଛି ତାଜମହଲ। ଏଠି ପ୍ରେମ ହେଉଛି ଧର୍ମ ଆଉ ପ୍ରେମ ହେଉଛି ସବୁଠୁ ବଡ଼ ପୂଜା। ଧଳା ମାର୍ବଲରେ  ତିଆରି ହୋଇଥିବା ଏହି ମହଲ  ଉତ୍ତରପ୍ରଦେଶର ଆଗ୍ରା ସହରର  ଯମୁନା ନଦୀ କୂଳରେ ଅବସ୍ଥିତ। ରାଜଧାନୀ ଦିଲ୍ଲୀରୁ ଅଢେଇ କିମି ଦୂରରେ ନିର୍ମିତ ଏହି ତାଜମହଲ ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ଅନ୍ୟତମ। ମୋଗଲ ସମ୍ରାଟ ଶାହଜାହାନ ନିଜ ତୃତୀୟ ପତ୍ନୀ ମମତାଜଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହାକୁ ନିର୍ମାଣ କରିଥିଲେ । ସୌନ୍ଦର୍ଯ୍ୟର ପ୍ରତୀକ ଏହି ତାଜମହଲକୁ ନେଇ ଏବେ ଅନେକ ବିବାଦ।

ଏମିତିକି ତାଜମହଲ ହିନ୍ଦୁଙ୍କର ନାଁ ମୁଗଲଙ୍କ ସ୍ୱପ୍ନ ତାକୁ ନେଇବି ଉଠିଛି ବିବାଦ। ୧୬ଶହ ଶତାବ୍ଦୀରେ ନିର୍ମାଣ ହୋଇଥିବା ଏହି ତାଜମହଲ ହେଉଛି  ଶାହଜାହାନ ଏବଂ ତାଙ୍କ ରାଣୀ ମୁମତାଜ ମହଲଙ୍କ ଅମର ପ୍ରେମର ସ୍ମାରକୀ।  ୧୬୩୨ରେ ଏହାର ନିର୍ମାଣ ଆରମ୍ଭ କରିଥିଲେ ଶାହଜାହାନ । ଅନ୍ୟପକ୍ଷରେ ଏହାକୁ ନେଇ ଅନେକ ବିବାଦ ଉପୁଜିଛି। ହିନ୍ଦୁ ସଙ୍ଗଠନର କହିବା ଅନୁଯାୟୀ  ଏହି ମହଲଟିକୁ ୧୧୯୨ରେ ରାଜା ପରମାଦ୍ରିଦେଭ ତିଆରି କରିଥିଲେ।  ପ୍ରଥମେ ଏହି ବିଲଡିଂଟି ଏକ ମନ୍ଦିର ଥିଲା । ଏଠି ଅଗ୍ରେଶ୍ୱର ମହାଦେବଙ୍କ ଲିଙ୍ଗ ସ୍ଥାପିତ ହୋଇ ପୂଜା ପାଉଥିଲେ।  ତେବେ ସେତେବେଳର ରାଜପୁତ ରାଜା ମାନ୍‌ ସିଂହଙ୍କ ନାତି ଜୟ ସିଂହଙ୍କଠାରୁ ଏହି ମହଲ ହାସଲ କରିଥିଲେ ଶାହଜାହାନ ।

ଏହି ବିଲଡିଂକୁ ନିଜ କବ୍ଜାକୁ ନେବା ପରେ ଉକ୍ତ ମନ୍ଦିରକୁ ଏକ ଗମ୍ଭୁଜରେ ପରିଣତ କରାଦେଇଥିଲେ ଶାହଜାହାନ ।  ସେହିପରି ଏଠାରେ ଆଉ ଏକ ରହସ୍ୟ ହେଉଛି ତାଜମହଲର କବାଟ ଭିତର ପଟରୁ ବନ୍ଦ ରହିଛି।  ତେବେ ଏହି କବାଟ କାହିଁକି ବନ୍ଦ ରହିଛି ଏବଂ ଭିତରେ ଏମିତି କଣ ଗୁପ୍ତ ଜିନିଶ ରହିଛି ତାହା ଅଜଣା। ସେହିପରି ଗବେଷକଙ୍କ କହିବା ଅନୁଯାୟୀ ତାଜମହଲର ଆଦ୍ୟ ରୂପ ଏକ ଶିବମନ୍ଦିର ଥିଲା।  ତେବେ ଶିବ ମନ୍ଦିର ସମ୍ପର୍କରେ ଏଯାଏଁ କୌଣସି ବିଧିବଦ୍ଧ ପ୍ରମାଣ ମିଳି ନାହଁ।  ତାଜମହଲ ପାଖାପାଖି ୨୨୧ ହେକ୍ଟର ତଥା ୫୫୨ ଏକର ପରିମିତ ଜମିରେ  ବ୍ୟାପ୍ତ। ଏହା ଭିତରେ ତାଜ ମହଲ ହେଉଛି ୩୮ ହେକ୍ଟରର ଓ ୧୩୮ ହେକ୍ଟର ହେଉଛି ତାଜ ସଂରକ୍ଷିତ ଜଙ୍ଗଲ ଇଲାକା।  ନିଜ ତୃତୀୟ ପତ୍ନୀ ମୁମତାଜଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହାକୁ ନିର୍ମାଣ କରିଥିଲେ ।