ତାରା ଦତ୍ତ ଓ ଇନ୍ଦୁଲତା ବିବାଦ ମାମଲା ବନ୍ଦ ଲାଗି ମହିଳା କମିଶନଙ୍କ ଚିଠି

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍‌ ଅଫିସର୍ ତାରା ଦତ୍ତ ଓ ଇନ୍ଦୁଲତା ବିବାଦରେ ରୁଜୁ ହୋଇଥିବା ମାମଲା ବନ୍ଦ କରିବାକୁ ମହିଳା କମିଶନଙ୍କଠାରୁ  ଇନ୍ଦୁଲତାଙ୍କ ପାଖକୁ ଏକ ଚିଠି ଆସିଛି। ମହିଳା କମିଶନଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ବୁଝାମଣା କରିବା ସମ୍ଭବ ହୋଇନଥିବା ଚିଠିରେ ଉଲ୍ଲେଖ ରହିଛି। ମାମଲା ଚାଲିବାର ଯଥାର୍ଥତା ନ ଥିବାରୁ ଏହାକୁ ବନ୍ଦ କରାଯାଇଥିବା ଚିଠିରେ ଲେଖାଯାଇଛି। ଇନ୍ଦୁଲତା କହିଛନ୍ତି,“ମହିଳା କମିଶନ ମଇଳା କମିଶନରେ ପରିଣତ ହୋଇଛି। ତାରା ଦତ୍ତଙ୍କ ଅବସର ସମୟକୁ ଅପେକ୍ଷା […]

endulata

endulata

Rakesh Mallick
  • Published: Sunday, 03 July 2016
  • Updated: 03 July 2016, 02:50 PM IST

Sports

Latest News

indulataଭୁବନେଶ୍ୱର: ବରିଷ୍ଠ ଆଇଏଏସ୍‌ ଅଫିସର୍ ତାରା ଦତ୍ତ ଓ ଇନ୍ଦୁଲତା ବିବାଦରେ ରୁଜୁ ହୋଇଥିବା ମାମଲା ବନ୍ଦ କରିବାକୁ ମହିଳା କମିଶନଙ୍କଠାରୁ  ଇନ୍ଦୁଲତାଙ୍କ ପାଖକୁ ଏକ ଚିଠି ଆସିଛି। ମହିଳା କମିଶନଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ବୁଝାମଣା କରିବା ସମ୍ଭବ ହୋଇନଥିବା ଚିଠିରେ ଉଲ୍ଲେଖ ରହିଛି। ମାମଲା ଚାଲିବାର ଯଥାର୍ଥତା ନ ଥିବାରୁ ଏହାକୁ ବନ୍ଦ କରାଯାଇଥିବା ଚିଠିରେ ଲେଖାଯାଇଛି।

ଇନ୍ଦୁଲତା କହିଛନ୍ତି,“ମହିଳା କମିଶନ ମଇଳା କମିଶନରେ ପରିଣତ ହୋଇଛି। ତାରା ଦତ୍ତଙ୍କ ଅବସର ସମୟକୁ ଅପେକ୍ଷା କରି ମୋତେ ମିଠା କଥା କହି ଦୁଇ ବର୍ଷ ଯାଏଁ ଏହି ମାମଲା ରଖିଲେ। ତାରା ଦତ୍ତ ଅବସର ନେବା ପରେ ମୋ’ ପାଖକୁ ଏକ ଚିଠି ଲେଖି ବର୍ତ୍ତମାନ ଆପଣଙ୍କ ମାମଲା ବନ୍ଦ ହୋଇଗଲା। କାହିଁକି ନା, ସୌହାର୍ଦ୍ଦ୍ୟପୂର୍ଣ୍ଣ ମିଳାମିଶା ହେବା ଆଉ ସମ୍ଭବ ନୁହଁ।  ସୌହାର୍ଦ୍ଦ୍ୟପୂର୍ଣ୍ଣ ମିଳାମିଶା ପାଇଁ ମୁଁ’ କେବି ବି ଲେଖି ନଥିଲି। ତାରା ଦତ୍ତଙ୍କ ସହ ମୁଁ ରହିଲେ ମୋ ଜୀବନ ପ୍ରତି ବିପଦ ଅଛି ବୋଲି ଲେଖିଥିଲି। ସୌହାର୍ଦ୍ଦ୍ୟପୂର୍ଣ୍ଣ ମିଳାମିଶା କଥା କ’ଣ ପାଇଁ କହୁଛନ୍ତି। ମୋତେ ନ୍ୟାୟ ନ ଦେଲେ ଧାରଣାରେ ବସିବି ବୋଲି ମୁଁ କମିଶନଙ୍କୁ ଚିଠି ଦେଇଥିଲି। କିନ୍ତୁ ସେ ତରବର ହୋଇ ସଙ୍ଗେସଙ୍ଗେ ମାମଲା ବନ୍ଦ ହୋଇଗଲା ବୋଲି ଚିଠି ଲେଖିଛନ୍ତି। ଏହା ହେଉଛି ତାଙ୍କ ନ୍ୟାୟ।”

ସେ କହିଛନ୍ତି,“ପାରିବାରିକ ହିଂସା ଥିଲେ ମହିଳା କମିଶନଙ୍କ ପାଖକୁ ଆସ ଆମେ ନ୍ୟାୟ ଦେବୁ ବୋଲି ଯେଉଁ ବଡ଼ ବଡ଼ ହୋଡିଂ ଲଗାଯାଇଛି ତାକୁ ସମସ୍ତେ ପୋଡ଼ି ଦେବା ଦରକାର। ମୁଁ ଭାବୁଛି ମହିଳା ସଙ୍ଗଠନମାନେ ଯାଇ ଆଜି ସେହି ହୋଡିଂ ଗୁଡ଼ିକରେ ନିଆଁ ଲଗାଇ ଦିଅନ୍ତୁ।  କାହିଁକି ନା ଏହି ହୋଡିଂ ଲାଗିବାର ଯୋଗ୍ୟ ନୁହେଁ। ଯେଉଁ ସ୍ୱାମୀମାନେ ସ୍ତ୍ରୀଙ୍କୁ ଠକୁଛନ୍ତି ସେମାନଙ୍କ ପ୍ରତି ସେହି ହୋଡିଂ ଗୁଡାକ ସବୁ ଉପହାସ କରୁଛନ୍ତି। ମୁଁ ଏବେ ମାନବାଧିକାର କମିଶନଙ୍କ ନିକଟକୁ ଯିବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos