କେନ୍ଦ୍ର ମନ୍ତ୍ରୀଙ୍କୁ ତଥାଗତଙ୍କ ଜବାବ: ମୁଁ ହିନ୍ଦୀ ବୁଝିପାରୁନି

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଢେଙ୍କାନାଳ  ସାଂସଦ ତଥାଗତ ଶତପଥି। ରୋକ୍‌ଠୋକ୍‌ ଏବଂ ବିବାଦୀୟ ମତ ଦେଇ ଅଧିକାଂଶ ସମୟରେ ଗଣମାଧ୍ୟମ ସିରୋନାମାରେ ରହୁଥିବା ତଥାଗତଙ୍କ ପୁଣି ଏକ ବୟାନ ଝଡ଼ ସୃଷ୍ଟି କରିଛି। ଏଥର  କେନ୍ଦ୍ରମନ୍ତ୍ରୀଙ୍କ ଚିଠିର ଉତ୍ତର ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ତଥାଗତ। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ତାଙ୍କ ନିକଟକୁ ଦେଇଥିବା ଚିଠିଟି ହିନ୍ଦୀ ଭାଷାରେ ଲେଖାଯାଇଥିବାରୁ ଏହାକୁ ସେ ନାପସନ୍ଦ କରିଛନ୍ତି। ଚିଠିର ପ୍ରତିଉତ୍ତରରେ […]

tathagath

tathagath

Rakesh Mallick
  • Published: Sunday, 20 August 2017
  • Updated: 20 August 2017, 07:15 PM IST

Sports

Latest News

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଢେଙ୍କାନାଳ  ସାଂସଦ ତଥାଗତ ଶତପଥି। ରୋକ୍‌ଠୋକ୍‌ ଏବଂ ବିବାଦୀୟ ମତ ଦେଇ ଅଧିକାଂଶ ସମୟରେ ଗଣମାଧ୍ୟମ ସିରୋନାମାରେ ରହୁଥିବା ତଥାଗତଙ୍କ ପୁଣି ଏକ ବୟାନ ଝଡ଼ ସୃଷ୍ଟି କରିଛି। ଏଥର  କେନ୍ଦ୍ରମନ୍ତ୍ରୀଙ୍କ ଚିଠିର ଉତ୍ତର ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ତଥାଗତ। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ତାଙ୍କ ନିକଟକୁ ଦେଇଥିବା ଚିଠିଟି ହିନ୍ଦୀ ଭାଷାରେ ଲେଖାଯାଇଥିବାରୁ ଏହାକୁ ସେ ନାପସନ୍ଦ କରିଛନ୍ତି। ଚିଠିର ପ୍ରତିଉତ୍ତରରେ ସେ ହିନ୍ଦୀ ବୁଝିପାରୁ ନ ଥିବା ଲେଖିଛନ୍ତି।

ଜବାବରେ ସେ ଓଡ଼ିଆ କିମ୍ବା ଇଂରାଜୀରେ ଲେଖିବାକୁ ନିବେଦନ କରିଛନ୍ତି।  ତେବେ ଏହାର ମଧ୍ୟ ସେ ଯୁକ୍ତି ଦର୍ଶାଇଛନ୍ତି।  ଲେଖିଛନ୍ତି ଆମ ରାଜ୍ୟ ଓଡ଼ିଶା ଏକ କାଟାଗୋରି ‘ସି’ ରାଜ୍ୟ ହୋଇଥିବାରୁ  ଏଥିପାଇଁ ଓଡ଼ିଆ ନଚେତ୍ ଇଂରାଜୀ ଭାଷାରେ ପତ୍ରାଳପ କରିବାକୁ ଅନୁରୋଧ କରିଛନ୍ତି।

ସୂଚନା ଅନୁଯାୟୀ ଗତ ୧୧ ତାରିଖରେ କେନ୍ଦ୍ରମନ୍ତ୍ରୀ  ତୋମାର  ତଥାଗତଙ୍କୁ  ଏକ ପତ୍ର ଲେଖିଥିଲେ। ଇଣ୍ଡିଆ-୨୦୨୨ ଭିଜନ ସମ୍ପର୍କିତ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ  ତଥାଗତଙ୍କୁ ସେ ଏହି ପତ୍ର ମାଧ୍ୟମରେ ଆମନ୍ତ୍ରଣ କରିଥିଲେ। ହେଲେ ଚିଠିଟି ହିନ୍ଦୀ ଭାଷାରେ ଲେଖାଯାଇଥିବାରୁ ସେ ଏହାକୁ ବିରୋଧ କରିଛନ୍ତି।  କେବଳ ସେତିକି ନୁହଁ ସାଂସଦ ତଥାଗତ ଏ ସମ୍ପର୍କରେ ଟ୍ୱିଟ୍ ମଧ୍ୟ କରିଛନ୍ତି। କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରତିଉତ୍ତର ଦେବାକୁ ଯାଇ ହିନ୍ଦୀ ବୁଝିବାକୁ ସେ ଅକ୍ଷମ ବୋଲି ଲେଖିଛନ୍ତି।  ସେହିପରି ସେ କେନ୍ଦ୍ରସରକାରଙ୍କୁ ସମାଲୋଚନା କରିଛନ୍ତି। ପ୍ରଶ୍ନ କରିଛନ୍ତି ସବୁ କେନ୍ଦ୍ର ମନ୍ତ୍ରୀ କାହିଁକି ଭାରତର ଅଣହିନ୍ଦୀ ଭାଷାଭାସୀଙ୍କ ଉପରେ ହିନ୍ଦୀ ଭାଷା ପାଇଁ ଚାପ ପ୍ରୟୋଗ କରୁଛନ୍ତି।  ଅନ୍ୟ ଭଷା ଉପରେ ଏହା ଏକ ଆକ୍ରମଣ ନୁହେଁତ? ତେବେ ତଥାଗତଙ୍କ ଏହି ଟ୍ୱିଟ୍‌କୁ ନେଇ ସୋସିଆଲ ମିଡିଆରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos