ଦାମ, ଭର୍ତ୍ତୃହରି ଓ ନଗେନ୍ଦ୍ରଙ୍କ ପରେ ସଞ୍ଜୟଙ୍କୁ ଟାର୍ଗେଟ୍ କଲେ ତଥାଗତ

ଭୁବନେଶ୍ୱର: ବିରୋଧୀ କଂଗ୍ରେସ, ବିଜେପି ଓ ବିଭିନ୍ନ ସଂଗଠନର ଅଭିଯୋଗକୁ ନେଇ ନାକେଦମ ହୋଇପଡ଼ିଥିବା ମନ୍ତ୍ରୀ ସଞ୍ଚୟ ଦାସବର୍ମାଙ୍କୁ ତାଙ୍କ ନିଜ ଦଳ ବିଜେଡିରୁ ବି ଜଣଙ୍କ ପରେ ଜଣେ ନେତା ବିରୋଧ କରିବାରେ ଲାଗିଛନ୍ତି। ମନ୍ତ୍ରୀ ଦାମୋଦର ରାଉତ, ସାଂସଦ ଭର୍ତ୍ତୃହରି ମହତାବ ଓ ନଗେନ୍ଦ୍ର ପ୍ରଧାନଙ୍କ ପରେ ଏବେ ସାଂସଦ ତଥାଗତ ଶତପଥୀ ସଞ୍ଜୟଙ୍କୁ ନେଇ ଟିପ୍ପଣୀ ଦେଇଛନ୍ତି। ତଥାଗତ ସିଧାସଳଖ ସଞ୍ଜୟଙ୍କ ନାଁ ନେଇ ନ ଥିଲେ ବି ତାଙ୍କୁ ଇଙ୍ଗିତ କରି […]

tathagata

tathagata

Rakesh Mallick
  • Published: Friday, 15 April 2016
  • Updated: 15 April 2016, 11:39 AM IST

Sports

Latest News

tathagataଭୁବନେଶ୍ୱର: ବିରୋଧୀ କଂଗ୍ରେସ, ବିଜେପି ଓ ବିଭିନ୍ନ ସଂଗଠନର ଅଭିଯୋଗକୁ ନେଇ ନାକେଦମ ହୋଇପଡ଼ିଥିବା ମନ୍ତ୍ରୀ ସଞ୍ଚୟ ଦାସବର୍ମାଙ୍କୁ ତାଙ୍କ ନିଜ ଦଳ ବିଜେଡିରୁ ବି ଜଣଙ୍କ ପରେ ଜଣେ ନେତା ବିରୋଧ କରିବାରେ ଲାଗିଛନ୍ତି। ମନ୍ତ୍ରୀ ଦାମୋଦର ରାଉତ, ସାଂସଦ ଭର୍ତ୍ତୃହରି ମହତାବ ଓ ନଗେନ୍ଦ୍ର ପ୍ରଧାନଙ୍କ ପରେ ଏବେ ସାଂସଦ ତଥାଗତ ଶତପଥୀ ସଞ୍ଜୟଙ୍କୁ ନେଇ ଟିପ୍ପଣୀ ଦେଇଛନ୍ତି। ତଥାଗତ ସିଧାସଳଖ ସଞ୍ଜୟଙ୍କ ନାଁ ନେଇ ନ ଥିଲେ ବି ତାଙ୍କୁ ଇଙ୍ଗିତ କରି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,“କିଛି ମୂଷାଙ୍କ ପାଇଁ ଗୋଦାମର ଶସ୍ୟ ନଷ୍ଟ ହେଉଛି, ହେଲେ ଗୋଦାମ ନଷ୍ଟ ହେବ ନାହିଁ। ଏହି ମୂଷା ନିଜେ ଯନ୍ତାରେ ପଡ଼ିବେ।”

ମନ୍ତ୍ରୀ ସଞ୍ଜୟ ଦାସବର୍ମା ଓ ଚିଟ୍‌ଫଣ୍ଡ୍‌ ଲିଙ୍କୁ ସମ୍ପର୍କିତ ଗଣମାଧ୍ୟମ ପ୍ରତିନିଧିମାନଙ୍କର ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସାଂସଦ ଶତପଥୀ କହିଛନ୍ତି, “ଏଫ୍‌ସିଆଇର ଗୋଦାମ ଘରେ ବହୁ ମୂଷା ରହନ୍ତି। ଏହି ମୂଷା ଗୋଦାମରେ ଶସ୍ୟ ନଷ୍ଟ କରିଥା’ନ୍ତି। ହେଲେ ଯେତେ ଚେଷ୍ଟା କଲେ ବି ଗୋଦାମର କିଛି କ୍ଷତି କରିପାରନ୍ତିନାହିଁ। କେଉଁଠି କେତେ ମୂଷା ରହିଲେ ତାହାର ହିସାବ ହେବା ଦରକାର। ଉପରୱାଲ ଯନ୍ତା ବସାଇଲେ ଯିଏ ମୂଷା ହୋଇଥିବ ନିଶ୍ଚିତ ସେଥିରେ ପଡ଼ିବ। ସାମାଜିକ ପରିବର୍ତ୍ତନ ସହିତ ଯେତେବେଳେ ଆର୍ଥିକ ପରିବର୍ତ୍ତନ ଆସିବ ଦେଖିବେ ଏଫ୍‌ସିଆଇ ଗୋଦାମରେ ଯେତେ ମୂଷା ଅଛନ୍ତି ସବୁ ଧରା ପଡ଼ିଯିବେ।”

ସେ କହିଛନ୍ତି, “ଯାହା ବର୍ତ୍ତମାନ ଘଟୁଛି ତାହା ହିଁ କାର୍ଯ୍ୟାନୁଷ୍ଠାନ, ଏହାର ଫଳ ଖୁବ୍‌ଶୀଘ୍ର ମିଳିବ। ଖାଲି କାହା ନାଁରେ ଅଭିଯୋଗ ନେଇ ଆସିଲେ ହେବନାହିଁ। ଆଣାଯାଉଥିବା ଅଭିଯୋଗକୁ ପ୍ରମାଣିତ କରାଯାଉ। ଏପରି କରାଗଲେ ଯାହା ନାଁରେ ଅଭିଯୋଗ ଆସିଛି ସେ ଇସ୍ତଫା ଦେବାକୁ ବାଧ୍ୟ ହେବେ। ରାଜ୍ୟବାସୀ କଂଗ୍ରେସ ଓ ବିଜେପିକୁ ପୂର୍ବରୁ ସୁଯୋଗ ଦେଇ ନିରାଶ ହୋଇଛନ୍ତି। ନବୀନ ବାବୁଙ୍କ ଉପରେ ଭରସା ଦେଖାଇଛନ୍ତି। କୌଣସି ଅଭିଯୋଗକୁ ନେଇ ଯିଏ ଯାହା କହୁଛନ୍ତି ପ୍ରଥମେ ଚିନ୍ତା କରିବା ଦରକାର। କାରଣ ଆଜି ସେମାନେ ଦେଇଥିବା ମନ୍ତବ୍ୟ ଭବିଷ୍ୟତ ପାଇଁ ଇତିହାସ ହୋଇ ରହିଯିବ। ସମୟ ଅନୁସାରେ ସବୁକିଛି ପରିବର୍ତ୍ତନ ହୋଇଥାଏ। ପରିବର୍ତ୍ତନ ଧାରା ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ବିଦେଶରେ ଯେଉଁ କୋଟି କୋଟି ଟଙ୍କା ରହିଛି ତା କଥା ବୁଝିବାର ସମୟ ଆସିଛି। ଯେଉଁମାନେ ଏହି ଅର୍ଥ ଫେରାଇ ଆଣିବେ ବୋଲି କହିଥିଲେ ତାଙ୍କୁ ପଚାରିବାର ସମୟ ଆସିଛି। ବିଶ୍ୱ ବଜାରରେ ପେଟ୍ରୋଲ ମୂଲ୍ୟ କମୁଥିବା ବେଳେ ଭାରତରେ କାହିଁକି ବଢି ଚାଲିଛି ତାକୁ ବୁଝିବା ନା ଏଫ୍‌ସିଆଇରେ ଥିବା ହାତଗଣତି ମୂଷାଙ୍କ କଥା ବୁଝିବା। ଏହି ମୂଷାଙ୍କୁ ଗୋଟିଏ କାଠିରେ ବାଡ଼େଇ ଦେଲେ ସବୁ ଗଳି ପଡ଼ିବେ।”

ସାଂସଦ ଶତପଥୀଙ୍କ ଏପରି ମନ୍ତବ୍ୟ ଉପରେ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, “ସାଂସଦ ଠିକ୍ କଥା କହିଛନ୍ତି। ପରୋକ୍ଷରେ ସେ ଇସାରା ଦେଇଛନ୍ତି, ଯେଉଁମାନଙ୍କ ନାଁରେ ଦୁର୍ନୀତି ଓ ଭ୍ରାଷ୍ଟାଚାର ଅଭିଯୋଗ ଆସୁଛି ମୁଖିଆ ତଦନ୍ତ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍। ଏଫ୍‌ସିଆଇର ଗୋଦାମ ଯେମିତି ଥିଲା ସେମିତି ଅଛି। ଏହା ନଷ୍ଟ ହେଉନାହିଁ ବୋଲି ସାଂସଦ କହିଛନ୍ତି। ବାସ୍ତବରେ ଏଫ୍‌ସିଆଇ ଗୋଦାମରେ ଏତେ ଜିନିଷ ଭର୍ତ୍ତି ହୋଇଗଲାଣି ଯେ, ଫାଟିବା ସ୍ଥିତିକୁ ଆସିଗଲାଣି। ଏହା ଥରେ ଫାଟି ଗଲେ ଯାହା ଅଛି ସବୁ ନଷ୍ଟ ହୋଇଯିବ। ସାଂସଦଙ୍କ ଏପରି ମନ୍ତବ୍ୟ ‘ସମଝଦାରୋଁ କୋ ଇସାରା କାଫି ହେ’ ଉକ୍ତିରେ ମୁଖିଆ ଯଦି ସମଝଦାର ହୋଇଥିବେ ସଞ୍ଜୟ ଦାସବର୍ମାଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story