‘ଓଡ଼ିଆ କହିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବି କୁହନ୍ତୁ ତଥାଗତ’

ଭୁବନେଶ୍ୱର: ବିଜେଡି ସାଂସଦ ତଥାଗତ ସତପଥୀ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଓଡ଼ିଆରେ ଚିଠି ଲେଖିବାକୁ କହୁଛନ୍ତି। ତଥାଗତ ବାବୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଆରେ କହିବାକୁ କହିଥିଲେ ଭଲ ହୋଇଥାନ୍ତା। ତଥାଗତଙ୍କ ଚିଠିକୁ ନେଇ ଏପରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବାକୁ ଆଜି ଭୁବନେଶ୍ୱର ପହଞ୍ଚିବା ପରେ ଜାଭେଦକର କହିଥିଲେ- “୧୭ ବର୍ଷ ହେଲା ନବୀନ ବାବୁ […]

BJP member Prakash Javadekar

BJP member Prakash Javadekar

Rakesh Mallick
  • Published: Tuesday, 22 August 2017
  • Updated: 22 August 2017, 11:23 AM IST

Sports

Latest News

bjpଭୁବନେଶ୍ୱର: ବିଜେଡି ସାଂସଦ ତଥାଗତ ସତପଥୀ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଓଡ଼ିଆରେ ଚିଠି ଲେଖିବାକୁ କହୁଛନ୍ତି। ତଥାଗତ ବାବୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଆରେ କହିବାକୁ କହିଥିଲେ ଭଲ ହୋଇଥାନ୍ତା। ତଥାଗତଙ୍କ ଚିଠିକୁ ନେଇ ଏପରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବାକୁ ଆଜି ଭୁବନେଶ୍ୱର ପହଞ୍ଚିବା ପରେ ଜାଭେଦକର କହିଥିଲେ- “୧୭ ବର୍ଷ ହେଲା ନବୀନ ବାବୁ ଓଡ଼ିଆ କହି ପାରୁ ନାହାଁନ୍ତି। ତଥାଗତ ବାବୁ ତାଙ୍କୁ ଓଡ଼ିଆରେ କହିବାକୁ କୁହନ୍ତୁ।”

ସେ ଆହୁରି କହିଛନ୍ତି,“ ମୁଁ ଓଡ଼ିଆ ଭାଷାକୁ ସମ୍ମାନ କରେ। ଜୟ ଜୟକାରରେ ମୁଁ ବିଶ୍ୱାସ କରନ୍ତି ନାହିଁ। ଓଡ଼ିଶା ଲୋକେ ବିଜେପି ଉପରେ ଭରସା ରଖିଛନ୍ତି। ସେଥତ୍ପାଇଁ  ୭ଟି ଜିଲ୍ଲାରେ  ବିଜେପିକୁ ଭୋଟ ମିଳିଛି।”

ସୂଚନାଯୋଗ୍ୟ, ବିବାଦୀୟ ମତ ଦେଇ ଅଧିକାଂଶ ସମୟରେ ଗଣମାଧ୍ୟମ ସିରୋନାମାରେ ରହୁଥିବା ତଥାଗତ ଗତ ୨୦ ତାରିଖରେ ଦେଇଥିବା ବୟାନ ପୁଣି ଝଡ଼ ସୃଷ୍ଟି କରିଥିଲା। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ତାଙ୍କ ନିକଟକୁ ଦେଇଥିବା ଚିଠିଟି ହିନ୍ଦୀ ଭାଷାରେ ଲେଖାଯାଇଥିବାରୁ ଏହାକୁ ସେ ନାପସନ୍ଦ କରିଥିଲେ। ଚିଠିର ପ୍ରତି ଉତ୍ତରରେ ସେ ହିନ୍ଦୀ ବୁଝିପାରୁ ନ ଥିବା ଲେଖିଥିଲେ। ଜବାବରେ ସେ ଓଡ଼ିଆ କିମ୍ବା ଇଂରାଜୀରେ ଲେଖିବାକୁ ନିବେଦନ କରିଥିଲେ।  ତେବେ ଏହାର ମଧ୍ୟ ସେ ଯୁକ୍ତି ଦର୍ଶାଇଥିଲେ।  ଲେଖିଥିଲେ ଆମ ରାଜ୍ୟ ଓଡ଼ିଶା ଏକ କାଟାଗୋରି ‘ସି’ ରାଜ୍ୟ ହୋଇଥିବାରୁ ଏଥିପାଇଁ ଓଡ଼ିଆ ନଚେତ୍ ଇଂରାଜୀ ଭାଷାରେ ପତ୍ରାଳପ କରିବାକୁ ଅନୁରୋଧ କରିଥିଲେ। ଗତ ୧୧ ତାରିଖରେ କେନ୍ଦ୍ରମନ୍ତ୍ରୀ  ତୋମାର  ତଥାଗତଙ୍କୁ  ଏକ ପତ୍ର ଲେଖିଥିଲେ। ଇଣ୍ଡିଆ-୨୦୨୨ ଭିଜନ ସମ୍ପର୍କିତ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ  ତଥାଗତଙ୍କୁ ସେ ଏହି ପତ୍ର ମାଧ୍ୟମରେ ଆମନ୍ତ୍ରଣ କରିଥିଲେ। ହେଲେ ଚିଠିଟି ହିନ୍ଦୀ ଭାଷାରେ ଲେଖାଯାଇଥିବାରୁ ସେ ଏହାକୁ ବିରୋଧ କରିଥିଲେ।  କେବଳ ସେତିକି ନୁହେଁ ସାଂସଦ ତଥାଗତ ଏ ସମ୍ପର୍କରେ ଟ୍ୱିଟ୍ ମଧ୍ୟ କରିଥିଲେ। କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରତିଉତ୍ତର ଦେବାକୁ ଯାଇ ହିନ୍ଦୀ ବୁଝିବାକୁ ସେ ଅକ୍ଷମ ବୋଲି ଲେଖିଥିଲେ।  ସେହିପରି ସେ କେନ୍ଦ୍ରସରକାରଙ୍କୁ ସମାଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos