‘ଟିଚର ଅନ୍‌ କଲ୍‌’ ପ୍ରସଙ୍ଗକୁ ନେଇ ବିଜେପି-ବିଜେଡି କଥା କଟାକଟି ଜାରି

ଭୁବନେଶ୍ୱର: ‘ଟିଚର ଅନ୍‌ କଲ୍‌’ ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାଜ୍ୟରେ କେତେ ଶିକ୍ଷକ ପଦବୀ ଖାଲି ପଡିଛି? କେତେ ଠିକା ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି? ନିଯୁକ୍ତି ପାଇ ନ ଥିବା ତାଲିମପ୍ରାପ୍ତ ପ୍ରାର୍ଥୀ ଅଛନ୍ତି କି ନାହାନ୍ତି ଏସବୁ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛନ୍ତି ଧର୍ମେନ୍ଦ୍ର। ସେ କହିଛନ୍ତି,“ରାଜ୍ୟ ସରକାର ଯେଉଁ ପ୍ରତିଶ୍ରୁତି ବିଧାନସଭା ଓ ସାର୍ବଜନୀନ ସ୍ତରରେ ପୂର୍ବରୁ ଦେଇଥିଲେ […]

dharmendra ppradhan

dharmendra ppradhan

Rakesh Mallick
  • Published: Tuesday, 30 August 2016
  • Updated: 30 August 2016, 09:37 PM IST

Sports

Latest News

ଭୁବନେଶ୍ୱର: ‘ଟିଚର ଅନ୍‌ କଲ୍‌’ ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାଜ୍ୟରେ କେତେ ଶିକ୍ଷକ ପଦବୀ ଖାଲି ପଡିଛି? କେତେ ଠିକା ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି? ନିଯୁକ୍ତି ପାଇ ନ ଥିବା ତାଲିମପ୍ରାପ୍ତ ପ୍ରାର୍ଥୀ ଅଛନ୍ତି କି ନାହାନ୍ତି ଏସବୁ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛନ୍ତି ଧର୍ମେନ୍ଦ୍ର।

ସେ କହିଛନ୍ତି,“ରାଜ୍ୟ ସରକାର ଯେଉଁ ପ୍ରତିଶ୍ରୁତି ବିଧାନସଭା ଓ ସାର୍ବଜନୀନ ସ୍ତରରେ ପୂର୍ବରୁ ଦେଇଥିଲେ ତାହା ପାଳନ କରିଛନ୍ତି କି ନାହିଁ ସ୍ପଷ୍ଟ କରନ୍ତୁ। ରାଜ୍ୟରେ କେତେ ଶିକ୍ଷକ ପଦବୀ ଖାଲି ପଡିଛି ? କେତେ ବେକାର ଯୁବକ ଓ ଯୁବତୀ ଠିକାରେ କାମ କରୁଛନ୍ତି ଏ ନେଇ ରାଜ୍ୟ ସରକାର ସ୍ପଷ୍ଟ କରିବା ଦରକାର।”

‘ଟିଚର ଅନ୍‌ କଲ୍‌’ ପ୍ରସ୍ତାବ ବିଜେପିର ଥିଲା ବୋଲି ବିଜେଡି କହିଛି। ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, “କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ପରାମର୍ଶରେ ‘ଟିଚର ଅନ୍‌ କଲ୍‌’ ଆରମ୍ଭ ହୋଇଛି।”

ଧର୍ମେନ୍ଦ୍ର ମଧ୍ୟ ଏହାର ଜବାବ ରଖିଛନ୍ତି। ସେ ପ୍ରଶ୍ନ କରିଛନ୍ତି, “ସ୍ଥାୟୀ ପଦବୀ ପୂରଣ ନ କରି ଠିକା ଶିକ୍ଷକ ନିଯୁକ୍ତି ଦେବାକୁ କେନ୍ଦ୍ର କହିଥିଲା କି?”

ରାଜ୍ୟରେ ଶିକ୍ଷକ ନିଯୁକ୍ତିର ସମସ୍ତ ହିସାବ ଦେବାକୁ ସେ ଦାବି କରିଛନ୍ତି।

ଅନ୍ୟପକ୍ଷରେ ବିଜେପି ଶାସିତ ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ଓଡ଼ିଶାରେ ଧର୍ମେନ୍ଦ୍ର ଏହାକୁ କାହିଁକି ବିରୋଧ କରୁଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି। ବିଜେଡି ମୁଖପାତ୍ର ଶଶିଭୂଷଣ ବେହେରା କହିଛନ୍ତି, “ଅନେକ ରାଜ୍ୟରେ ଏପରି ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ଏଥିରେ ବ୍ୟତିକ୍ରମ କେଉଁଠି ରହିଲା? କେନ୍ଦ୍ରମନ୍ତ୍ରୀ ଓଡ଼ିଶାର ଅବସରପ୍ରାପ୍ତ ଅଭିଜ୍ଞ ଶିକ୍ଷକଙ୍କୁ ଏପରି ବିଦ୍ରୁପ କରି କହିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା।”

ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, “ଓଡ଼ିଶାର ଶିକ୍ଷକ ସମାଜକୁ ରାଜ୍ୟ ସରକାର ଅସମ୍ମାନିତ କରିବା କଥା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏମାନେ ପ୍ରଧାନଙ୍କ ବକ୍ତବ୍ୟକୁ କଦର୍ଥ କରୁଛନ୍ତି।”

ଶିକ୍ଷକ ଅଭାବ ପୂରଣ ପାଇଁ ରାଜ୍ୟ ସରକାର ୨୦୧୧ରେ ‘ଟିଚନ ଅନ୍‌ କଲ୍‌’ ଯୋଜନା ଆରମ୍ଭ କରିଥିଲେ। ଜିଲ୍ଲାପାଳମାନଙ୍କୁ ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖା ଯାଇଥିଲା। ଗୋଟିଏ କ୍ଲାସ୍‌ ପାଇଁ ଶିକ୍ଷକଙ୍କୁ ୧୫୦ ଟଙ୍କା ଓ ମାସିକ ସର୍ବାଧିକ ୨୪୦୦ ଟଙ୍କା ଦେବାକୁ ବ୍ୟବସ୍ଥା କରାଯାଇଥିଲା। ଏବେ ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇ ପୁନଃ ପ୍ରଚଳନ କରାଯିବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story