ଆସନ୍ତକାଲି ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ମହାସମାବେଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାତ୍ମାଗାନ୍ଧୀ ମାର୍ଗରେ ବ୍ଲକ୍ ଗ୍ରାଣ୍ଟ ଶିକ୍ଷକ ଚଳାଇଥିବା ଆନ୍ଦୋଳନ ୧୨ ଦିନରେ ପହଞ୍ଚିଛି। ଆସନ୍ତାକାଲି ଶିକ୍ଷକମାନେ ମହାସମାବେଶ କରିବାକୁ ଯାଉଛନ୍ତି। ଏଥିରେ ସାମିଲ ହେବାକୁ ସମସ୍ତ ବ୍ଲକଗ୍ରାଣ୍ଟ ସ୍କୁଲର ଅଧ୍ୟକ୍ଷ, ପ୍ରଧାନଶିକ୍ଷକ, ଜିଲ୍ଲା ଏବଂ ବ୍ଲକ ସଂଗଠନ ଦାୟିତ୍ୱରେ ଥିବା କର୍ମକର୍ତ୍ତାଙ୍କୁ ଆହ୍ୱାନ ଦିଆଯାଇଛି। ୮ଟି ଶିକ୍ଷକ ସଂଘର କର୍ମକର୍ତ୍ତା ଓ ଶିକ୍ଷକ ଏହି ମହାସମାବେଶରେ ସାମିଲ ହେବ।

ଆସନ୍ତାକାଲି ଶିକ୍ଷକମାନଙ୍କ ସହ ସରକାରଙ୍କ ବୈଠକ ହେବା ସମ୍ଭାବନା ଅଛି। ଏଥିରୁ ସମାଧାନର ବାଟ ବାହାରୁଛି ନା ନାହିଁ ତା’ ଉପରେ ନଜର ରହିଛି।

ପୂର୍ଣ୍ଣ ଅନୁଦାନ ଦାବିରେ ବ୍ଲକଗ୍ରାଣ୍ଟ ଶିକ୍ଷକମାନେ ୧୨ ଦିନ ହେଲା ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଧାରଣାରେ ବସିଛନ୍ତି। କୌଣସି ସମାଧାନର ବାଟ ବାହାରି ପାରୁ ନଥିବାରୁ ଶିକ୍ଷକମାନେ ଆନ୍ଦୋଳନକୁ ଜୋରଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆନ୍ଦୋଳନ ଯୋଗୁଁ ପିଲାଙ୍କ ପାଠପଢା ଗୁରୁତର ପ୍ରଭାବତ ହୋଇଛି।

ଅନ୍ୟପକ୍ଷରେ ୨୫ ତାରିଖ ଦିନ ଶିକ୍ଷକମାନେ ଧାରଣା ସ୍ଥଳରେ ଗଣେଶ ପୂଜା କରି ଛାତ୍ରଛାତ୍ରୀଙ୍କ ଶୁଭମନାସି ଥିଲେ।

Ordigital Desk
• Published: Sunday, 27 August 2017
• Updated: 27 August 2017, 06:56 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାତ୍ମାଗାନ୍ଧୀ ମାର୍ଗରେ ବ୍ଲକ୍ ଗ୍ରାଣ୍ଟ ଶିକ୍ଷକ ଚଳାଇଥିବା ଆନ୍ଦୋଳନ ୧୨ ଦିନରେ ପହଞ୍ଚିଛି। ଆସନ୍ତାକାଲି ଶିକ୍ଷକମାନେ ମହାସମାବେଶ କରିବାକୁ ଯାଉଛନ୍ତି। ଏଥିରେ ସାମିଲ ହେବାକୁ ସମସ୍ତ ବ୍ଲକଗ୍ରାଣ୍ଟ ସ୍କୁଲର ଅଧ୍ୟକ୍ଷ, ପ୍ରଧାନଶିକ୍ଷକ, ଜିଲ୍ଲା ଏବଂ ବ୍ଲକ ସଂଗଠନ ଦାୟିତ୍ୱରେ ଥିବା କର୍ମକର୍ତ୍ତାଙ୍କୁ ଆହ୍ୱାନ ଦିଆଯାଇଛି। ୮ଟି ଶିକ୍ଷକ ସଂଘର କର୍ମକର୍ତ୍ତା ଓ ଶିକ୍ଷକ ଏହି ମହାସମାବେଶରେ ସାମିଲ ହେବ।

ଆସନ୍ତାକାଲି ଶିକ୍ଷକମାନଙ୍କ ସହ ସରକାରଙ୍କ ବୈଠକ ହେବା ସମ୍ଭାବନା ଅଛି। ଏଥିରୁ ସମାଧାନର ବାଟ ବାହାରୁଛି ନା ନାହିଁ ତା’ ଉପରେ ନଜର ରହିଛି।

ପୂର୍ଣ୍ଣ ଅନୁଦାନ ଦାବିରେ ବ୍ଲକଗ୍ରାଣ୍ଟ ଶିକ୍ଷକମାନେ ୧୨ ଦିନ ହେଲା ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଧାରଣାରେ ବସିଛନ୍ତି। କୌଣସି ସମାଧାନର ବାଟ ବାହାରି ପାରୁ ନଥିବାରୁ ଶିକ୍ଷକମାନେ ଆନ୍ଦୋଳନକୁ ଜୋରଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆନ୍ଦୋଳନ ଯୋଗୁଁ ପିଲାଙ୍କ ପାଠପଢା ଗୁରୁତର ପ୍ରଭାବତ ହୋଇଛି।

ଅନ୍ୟପକ୍ଷରେ ୨୫ ତାରିଖ ଦିନ ଶିକ୍ଷକମାନେ ଧାରଣା ସ୍ଥଳରେ ଗଣେଶ ପୂଜା କରି ଛାତ୍ରଛାତ୍ରୀଙ୍କ ଶୁଭମନାସି ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos