ଯେଉଁଠି ହେଲମେଟ୍‌ ପିନ୍ଧି ପାଠ ପଢ଼ାନ୍ତି ଶିକ୍ଷୟିତ୍ରୀ

ହାଇଦ୍ରାବାଦ: ସ୍କୁଲରେ ଶିକ୍ଷୟିତ୍ରୀ ହେଲମେଟ୍ ପିନ୍ଧି  ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ତେଲେଙ୍ଗାନା ମେଡକ ଜିଲ୍ଲାରେ ଥିବା ଶକରାମପେଟ ପ୍ରାଥମିକ ବିଦ୍ୟାଳୟରେ। ଅଭିଯୋଗ ଅନୁସାରେ, ବିଦ୍ୟାଳୟର ଗୃହଗୁଡ଼ିକ ବିପଦଜନକ ଅବସ୍ଥାରେ ରହିଛି। ବର୍ଷାଦିନେ ଛାତରୁ ପାଣି ଗଳୁଥିବା ବେଳେ ନିକଟରେ ଛାତରୁ ଏକ ସ୍ଲାବ ଖସି ଜଣେ ଶିକ୍ଷୟିତ୍ରୀ ମଧ୍ୟ ଆହତ ହୋଇଥିଲେ। ଏହାସହ ସ୍କୁଲରେ ଭଲ ଟଏଲେଟ ଟିଏ ମଧ୍ୟ ନାହିଁ। ଏନେଇ ଶିକ୍ଷୟିତ୍ରୀମାନେ ବାରମ୍ବାର ଅଭିଯୋଗ କରିଥିଲେ। ତେବେ ଏଥିରେ କୌଣସି […]

bb

bb

Rakesh Mallick
  • Published: Saturday, 22 July 2017
  • Updated: 22 July 2017, 07:48 AM IST

Sports

Latest News

ହାଇଦ୍ରାବାଦ: ସ୍କୁଲରେ ଶିକ୍ଷୟିତ୍ରୀ ହେଲମେଟ୍ ପିନ୍ଧି  ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ତେଲେଙ୍ଗାନା ମେଡକ ଜିଲ୍ଲାରେ ଥିବା ଶକରାମପେଟ ପ୍ରାଥମିକ ବିଦ୍ୟାଳୟରେ। ଅଭିଯୋଗ ଅନୁସାରେ, ବିଦ୍ୟାଳୟର ଗୃହଗୁଡ଼ିକ ବିପଦଜନକ ଅବସ୍ଥାରେ ରହିଛି। ବର୍ଷାଦିନେ ଛାତରୁ ପାଣି ଗଳୁଥିବା ବେଳେ ନିକଟରେ ଛାତରୁ ଏକ ସ୍ଲାବ ଖସି ଜଣେ ଶିକ୍ଷୟିତ୍ରୀ ମଧ୍ୟ ଆହତ ହୋଇଥିଲେ। ଏହାସହ ସ୍କୁଲରେ ଭଲ ଟଏଲେଟ ଟିଏ ମଧ୍ୟ ନାହିଁ। ଏନେଇ ଶିକ୍ଷୟିତ୍ରୀମାନେ ବାରମ୍ବାର ଅଭିଯୋଗ କରିଥିଲେ। ତେବେ ଏଥିରେ କୌଣସି ସୁଫଳ ନ ମିଳିବା ପରେ ଶେଷରେ ଶିକ୍ଷୟିତ୍ରୀମାନେ ଅଭିନବ ଉପାୟରେ ହେଲମେଟ୍ ପିନ୍ଧି ଆନ୍ଦୋଳନକୁ ଓହ୍ଲାଇଥିଲେ। ଘଟଣା ପରେ ଜିଲ୍ଲା ଶିକ୍ଷାଧିକାରୀ ସ୍କୁଲ ପରିଦର୍ଶନ କରି ଅନୁଧ୍ୟାନ କରିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos