ଯୁକ୍ତ ଦୁଇ ଖାତା ମୂଲ୍ୟାୟନରେ ତ୍ରୁଟି: ଖାତା ଦେଖିଥିବା ଅଧ୍ୟାପକଙ୍କ ବିରୁଦ୍ଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଅଧ୍ୟାପକଙ୍କୁ ମହଙ୍ଗା ପଡିବ ଖାମଖିଆଲି ଖାତା ଦେଖା। ଯୁକ୍ତ ଦୁଇ ମୂଲ୍ୟାୟନରେ ତ୍ରୁଟି ପଦାକୁ ଆସିବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ରିପୋର୍ଟ ମାଗିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଦୋଷୀ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର। କେନ୍ଦ୍ରାପଡାର ଜିଲ୍ଲାର ଶୁଭମ ଫିଜିକ୍ସରେ ପାଇଥିଲେ ୫୧ ନମ୍ବର। ସଂଶୋଧନ ପରେ ପାଇଛନ୍ତି ୯୬। ଅନ୍ୟ ଜଣେ ଛାତ୍ର ଏନ୍. ପ୍ରୀତିମ […]

vlcsnap-2017-06-22-20h20m35s086-720x430

vlcsnap-2017-06-22-20h20m35s086-720x430

Rakesh Mallick
  • Published: Thursday, 22 June 2017
  • Updated: 22 June 2017, 11:17 PM IST

Sports

Latest News

ଭୁବନେଶ୍ୱର: ଅଧ୍ୟାପକଙ୍କୁ ମହଙ୍ଗା ପଡିବ ଖାମଖିଆଲି ଖାତା ଦେଖା। ଯୁକ୍ତ ଦୁଇ ମୂଲ୍ୟାୟନରେ ତ୍ରୁଟି ପଦାକୁ ଆସିବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ରିପୋର୍ଟ ମାଗିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଦୋଷୀ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର।

କେନ୍ଦ୍ରାପଡାର ଜିଲ୍ଲାର ଶୁଭମ ଫିଜିକ୍ସରେ ପାଇଥିଲେ ୫୧ ନମ୍ବର। ସଂଶୋଧନ ପରେ ପାଇଛନ୍ତି ୯୬। ଅନ୍ୟ ଜଣେ ଛାତ୍ର ଏନ୍. ପ୍ରୀତିମ ଫିଜିକ୍ସରେ ୩ ପାଇଥିଲେ। ରିଚେକିଂ ପରେ ୩୭ ନମ୍ବର ପାଇଛନ୍ତି।

ସେହିପରି ସାଲେପୁରର ପ୍ରଜ୍ଞା ପରମିତା ନେଟ୍‌ରେ ନିଜ ଖାତା ମଗାଇଥିବା ବେଳେ କର୍ତ୍ତୃପକ୍ଷ ତାଙ୍କୁ ଆଉ ଜଣଙ୍କ ଖାତା ଦେଇଥିଲେ। ତେବେ ପରୀକ୍ଷା ପରିଚାଳନାରେ ତ୍ରୁଟି ପଦାକୁ ଆସିବା ପରେ ତନାଘନା ଆରମ୍ଭ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଖାତା ଦେଖାରେ କେମିତି ଭୁଲ୍ ହେଲା ଓ ଏବେ କେମିତି ନମ୍ବର ସଂଶୋଧନ ହେଉଛି ସେନେଇ ବିଭାଗ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ରିପୋର୍ଟ ମାଗିବ। ଏପରିକି ଦୋଷୀ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।

ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ସାଙ୍ଗକୁ ସ୍ୱଚ୍ଛତା ରଖିବା ଲକ୍ଷ୍ୟରେ ୨୦୧୩ରେ ନୂଆ ସଂଶୋଧିତ ପରୀକ୍ଷା ପରିଚାଳନା ଆଇନ ଆଣିଥିଲେ ରାଜ୍ୟ ସରକାର। ପରୀକ୍ଷା ପରିଚାଳନା, ପ୍ରଶ୍ନ ପତ୍ର ଲିକ୍, ଖାତା ଦେଖାରେ ତ୍ରୁଟି ସାଙ୍ଗକୁ ପରୀକ୍ଷାରେ ଅନିୟମିତତା ହେଲେ ଅଧ୍ୟାପକଙ୍କୁ ଦଣ୍ଡିତ କରିବା ଲାଗି ଏଥିରେ ବ୍ୟବସ୍ଥା ରହିଛି। ଦୋଷୀ ଅଧ୍ୟାପକଙ୍କୁ ୩ ବର୍ଷରୁ ୭ ବର୍ଷ ଯାଏଁ ଜେଲ୍ ଦଣ୍ଡ ସାଙ୍ଗକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲାଗି ଆଇନ୍‌ରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos