ହସ୍ପିଟାଲରେ ବନ୍ଧା ପଡ଼ିଲେ ପୂର୍ବତନ ବିଧାୟକ, ଅଣ୍ଡରଟେକିଂ ଦେଲା ପରେ ଡିସ୍‌ଚାର୍ଜ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚ ଦେଇ ନପାରି ବନ୍ଧା ପଡ଼ିଥିଲେ ଜଣେ ପୂର୍ବତନ ବିଧାୟକ। ଗଣମାଧ୍ୟମର ହସ୍ତକ୍ଷେପ ପରେ ସେ ମୁକୁଳିଛନ୍ତି। ଏଥିପାଇଁ ତାଙ୍କୁ ଅଣ୍ଡରଟେକିଂ ଲେଖିବାକୁ ପଡ଼ିଛି। ଏପରି ଘଟଣା ରାଜ୍ୟରାଧାନୀ ଭୁବନେଶ୍ୱରରେ ଘଟିଛି। କେନ୍ଦୁଝର ଜିଲ୍ଲା ତେଲକୋଇର ପୂର୍ବତନ ବିଧାୟକ ଚନ୍ଦ୍ରସେଣା ନାଏକଙ୍କ ଛାତି ଯନ୍ତ୍ରଣା ହେବାରୁ ପରିବାର ଲୋକ ମାର୍ଚ୍ଚ ୨ ତାରିଖରେ ତାଙ୍କୁ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସମସ୍ତ ଚିକିତ୍ସା ପରେ ୧୧ ତାରିଖରେ ତାଙ୍କୁ ଡିସ୍‌ଚାର୍ଜ […]

talkoi mla discharge in medical

talkoi mla discharge in medical

Rakesh Mallick
  • Published: Wednesday, 15 March 2017
  • Updated: 15 March 2017, 09:08 AM IST

Sports

Latest News

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚ ଦେଇ ନପାରି ବନ୍ଧା ପଡ଼ିଥିଲେ ଜଣେ ପୂର୍ବତନ ବିଧାୟକ। ଗଣମାଧ୍ୟମର ହସ୍ତକ୍ଷେପ ପରେ ସେ ମୁକୁଳିଛନ୍ତି। ଏଥିପାଇଁ ତାଙ୍କୁ ଅଣ୍ଡରଟେକିଂ ଲେଖିବାକୁ ପଡ଼ିଛି। ଏପରି ଘଟଣା ରାଜ୍ୟରାଧାନୀ ଭୁବନେଶ୍ୱରରେ ଘଟିଛି।

କେନ୍ଦୁଝର ଜିଲ୍ଲା ତେଲକୋଇର ପୂର୍ବତନ ବିଧାୟକ ଚନ୍ଦ୍ରସେଣା ନାଏକଙ୍କ ଛାତି ଯନ୍ତ୍ରଣା ହେବାରୁ ପରିବାର ଲୋକ ମାର୍ଚ୍ଚ ୨ ତାରିଖରେ ତାଙ୍କୁ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସମସ୍ତ ଚିକିତ୍ସା ପରେ ୧୧ ତାରିଖରେ ତାଙ୍କୁ ଡିସ୍‌ଚାର୍ଜ କରିଥିଲେ ଡାକ୍ତର। ମାତ୍ର ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଥିବା ୩,୪୨,୦୪୨ ଟଙ୍କାରୁ ୧ ଲକ୍ଷ ୪୭ ହଜାର ଟଙ୍କା ଦେଇପାରି ନ ଥିଲେ ପରିବାର ଲୋକେ। ଫଳରେ ସେ ଡାକ୍ତରଖାନାରୁ ଡିସଚାର୍ଜ ହୋଇପାରି ନ ଥିଲେ। ଗଣମାଧ୍ୟମର ହସ୍ତକ୍ଷେପ ପରେ ଗତକାଲି ରାତି ୭ଟା ୨୫ ମିନିଟ୍‌ରେ ସେ ହସ୍ପିଟାଲରୁ ମୁକୁଳିଛନ୍ତି। ଏଥିପାଇଁ ତାଙ୍କୁ ଅଣ୍ଡରଟେକିଂ ଲେଖିବାକୁ ପଡ଼ିଛି। ମାସେ ମଧ୍ୟରେ ବାକି ଟଙ୍କା ପୈଠ କରିବାକୁ କୁହାଯାଇଛି।

ଏନେଇ ଚନ୍ଦ୍ରସେଣା ନାଏକ କହିଛନ୍ତି,“ସୁସ୍ଥ ଅବସ୍ଥାରେ ଡାକ୍ତରଖାନାରେ ରହିବା ଜେଲ୍‌ ଖାନାର ରହିବା ଭଳି ଲାଗୁଥିଲା। ଡାକ୍ତରଖାନାରୁ ବାହାରିବା ପରେ ଏବେ ଭଲ ଲାଗୁଛି।”

ଅଧିକ ଟଙ୍କା ବିଲ୍‌କୁ ନେଇ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି,“ବାସ୍ତବରେ ସେ ବହୁ ଗରିବ ଲୋକ। ଏକକାଳୀନ ଏତେ ଟଙ୍କା ଭରଣା କରିବା ସମ୍ଭବ ନୁହଁ। ତେଣୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଏହି ଟଙ୍କା ଭରଣ କରିବାକୁ ଚେଷ୍ଟା କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story