ଜାଣନ୍ତୁ କେଉଁ ଦିନ କେଉଁ ରଙ୍ଗର ପୋଷାକ ପିନ୍ଧିଲେ ଶୁଭ ଫଳ ମିଳିଥାଏ

ଘରେ ଶାନ୍ତି ପ୍ରତିଷ୍ଠା ପାଇଁ ତଥା ନୂତନ ଗୃହ ନିର୍ମାଣ କରିବା ପାଇଁ ସାଧାରଣତଃ ଲୋକେ ବାସ୍ତୁ ଶାସ୍ତ୍ର ଉପରେ ଗୁରୁତ୍ୱ ଦେଇଥାନ୍ତି। ଠିକ୍ ସେହିପରି ଆପଣ ପ୍ରତିଦିନ ପିନ୍ଧୁଥିବା ପୋଷାକର ରଙ୍ଗର ମଧ୍ୟ ମହତ୍ତ୍ୱ ରହିଛି। ତେଣୁ କେଉଁ ଦିନ କେଉଁ ରଙ୍ଗର ପୋଷାକ ପିନ୍ଧିଲେ କାର୍ଯ୍ୟରେ ସଫଳତା ମିଳିବା ସହ ସୁଖ ଓ ସମୃଦ୍ଧି ମିଳିଥାଏ ଆସନ୍ତୁ ଜାଣିବା।

  • ସୋମବାର ଭଗବାନ ଶିବଙ୍କ ଦିନ ହୋଇଥାଏ। ତେଣୁ ଏହି ଦିନରେ ଧଳା ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ଚିନ୍ତା ଦୂରେଇ ଯାଏ ବୋଲି କୁହାଯାଏ।
  • ମଙ୍ଗଳବାର ଦିନ ହନୁମାନଙ୍କୁ ପୂଜା କରାଯାଇଥାଏ। ତେଣୁ ହନୁମାନଙ୍କୁ ଖୁସି କରିବା ପାଇଁ କମଳା ରଙ୍ଗର ପୋଷାକ ପିନ୍ଧିନ୍ତୁ । ଏହି ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ସବୁ କ୍ଷେତ୍ରରେ ସଫଳତା ମିଳିଥାଏ।
  • ବୁଧବାର ଗଣେଶଙ୍କ ଦିନ ହୋଇଥାଏ। ତେଣୁ ଏହି ଦିନ ନୀଳ ରଙ୍ଗର ପୋଷାକ ପିନ୍ଧନ୍ତୁ।
  • ଗୁରୁବାର ଭଗବାନ ବିଷ୍ଣୁ ଓ ବୃହସ୍ପତିଙ୍କ ଦିନ। ବୃହସ୍ପତିଙ୍କୁ ହଳଦିଆ ରଙ୍ଗର ଗ୍ରହ ବୋଲି କୁହାଯାଇଥାଏ। ତେଣୁ ଏହି ଦିନରେ ହଳଦିଆ ରଙ୍ଗର ପୋଷାକ ପିନ୍ଧିଲେ ଶୁଭ ହୋଇଥାଏ।
  • ଶୁକ୍ରବାର ଦେବୀମାନଙ୍କ ଦିନ ହୋଇଥାଏ। ଏହି ଦିନରେ ଲାଲ୍ ରଙ୍ଗର ପୋଷାକ ପିନ୍ଧିଲେ ସମସ୍ତ ମନୋକାମନା ପୂରଣ ହୋଇଥାଏ।
  • ଶନିବାର ଶନି ଦେବତାଙ୍କ ଦିନ ହୋଇଥିବାରୁ ଏହି ଦିନ କଳା ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ଶୁଭ ହୋଇଥାଏ। ଏହାସହ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ।
  • ସେହିପରି ରବିବାର ସୂର୍ଯ୍ୟ ଦେବତାଙ୍କ ଦିନ। ଏହି ଦିନ ଗୋଲଡେନ୍‌ ବା ହାଲ୍‌କା ରଙ୍ଗର ପୋଷାକ ପିନ୍ଧନ୍ତୁ। ଫଳରେ ଦିନଟି ଭଲରେ କଟିବ।