ଏ ସବୁ ଲକ୍ଷଣ ଥିଲେ ଜାଣିବେ ପିଲାକୁ ହୋଇଛି ଡାଇବେଟିସ୍

ଡାଇବେଟିସ୍‌ ବା ମଧୁମେହ ରୋଗୀଙ୍କ ସଂଖ୍ୟା ଭାରତରେ ଦ୍ରୁତଗତିରେ ବଢିବାରେ ଲାଗିଛି। ଖାଦ୍ୟ ଶୈଳୀରେ ପରିବର୍ତ୍ତନ, ମୋଟାପଣ, ମାନସିକ ଚାପ, ବିଶ୍ରାମ ଅଭାବ ଡାଇବେଟିସ୍‌ ହେବାର ପ୍ରମୁଖ କାରଣ। ବଡ ଲୋକଙ୍କ କ୍ଷେତ୍ରରେ ଏହି ରୋଗ ଅଧିକ ଦେଖିବାକୁ ମିଳୁଥିବା ବେଳେ ଛୋଟ ପିଲା ମଧ୍ୟ ଏହି ରୋଗର ଶିକାର ହେଉଛନ୍ତି । ପିଲାମାନଙ୍କ କ୍ଷେତ୍ରରେ ଡାଇବେଟିସ୍‌ ଆଖି ଓ କୀଡନି ଉପରେ ଖରାପ ପ୍ରଭାବ ପକାଇଥାଏ। ଯଦି ଆପଣଙ୍କ ପିଲାଙ୍କୁ ଅଧିକ ଶୋଷ, ଭୋକ ଲାଗୁନାହିଁ […]

diebaties

diebaties

Rakesh Mallick
  • Published: Tuesday, 09 January 2018
  • Updated: 09 January 2018, 03:48 PM IST

Sports

Latest News

ଡାଇବେଟିସ୍‌ ବା ମଧୁମେହ ରୋଗୀଙ୍କ ସଂଖ୍ୟା ଭାରତରେ ଦ୍ରୁତଗତିରେ ବଢିବାରେ ଲାଗିଛି। ଖାଦ୍ୟ ଶୈଳୀରେ ପରିବର୍ତ୍ତନ, ମୋଟାପଣ, ମାନସିକ ଚାପ, ବିଶ୍ରାମ ଅଭାବ ଡାଇବେଟିସ୍‌ ହେବାର ପ୍ରମୁଖ କାରଣ। ବଡ ଲୋକଙ୍କ କ୍ଷେତ୍ରରେ ଏହି ରୋଗ ଅଧିକ ଦେଖିବାକୁ ମିଳୁଥିବା ବେଳେ ଛୋଟ ପିଲା ମଧ୍ୟ ଏହି ରୋଗର ଶିକାର ହେଉଛନ୍ତି । ପିଲାମାନଙ୍କ କ୍ଷେତ୍ରରେ ଡାଇବେଟିସ୍‌ ଆଖି ଓ କୀଡନି ଉପରେ ଖରାପ ପ୍ରଭାବ ପକାଇଥାଏ।

ଯଦି ଆପଣଙ୍କ ପିଲାଙ୍କୁ ଅଧିକ ଶୋଷ, ଭୋକ ଲାଗୁନାହିଁ ଏବଂ  ବାରମ୍ୱାର ପରିସ୍ରା ଯିବା ଭଳି ଲକ୍ଷଣ ଦେଖା ଦେଲେ ତୁରନ୍ତ ଏହାର ଉପଚାର ପାଇଁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।ଏହି ରୋଗରେ ଅଧିକ ସଚେତନ ଓ ସାବଧାନତା ଜରୁରୀ। ତେବେ ଆସନ୍ତୁ ଜାଣିବା ପିଲାଙ୍କ କ୍ଷେତ୍ରରେ ଡାଇବେଟିସ୍‌ର ଲକ୍ଷଣକୁ ଚିହ୍ନିବେ କିପରି?

ଅଧିକ ଶୋଷ ଲାଗିବା

ଶରୀରରେ ସୁଗାରର ମାତ୍ରା ଅତ୍ୟଧିକ ବଢିଗଲେ ଅଧିକ ଶୋଷ ଲାଗିଥାଏ। ପାଣି ପିଇବା ଛଡା ଜୁସ୍‌ ଓ ଥଣ୍ଡା ପାନୀୟ ପିଇବାକୁ ଅଧିକ ମନ କରିଥାଏ। ଯଦି ଆପଣଙ୍କ ପିଲାକୁ ଆବଶ୍ୟକରୁ ଅଧିକ ଶୋଷ ଲାଗୁଛି ତେବେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ।

ବାରମ୍ୱାର ପରିଶ୍ରା ଲାଗିବା

ଡାଇବେଟିସ୍‌ ରୋଗର ସାମାନ୍ୟ ଲକ୍ଷଣ  ଯାହା ବଡ ଲୋକଙ୍କ କ୍ଷେତ୍ରରେ ମଧ୍ୟ ଦେଖାଯାଏ, ତାହା ହେଲା ବାରମ୍ୱାର ପରିଶ୍ରା ଲାଗିବା। ଆପଣଙ୍କ ପିଲା ବାରମ୍ୱାର ପରିଶ୍ରା ଯାଉଛି ଯଦି ସତର୍କ ହେଇଯାଆନ୍ତୁ। ଏହା ଡାଇବେଟିସ୍ ରୋଗର ପ୍ରାଥମିକ ସଂକେତ।

ଭୋକ ବଢିବା ସହ ଓଜନ କମ୍‌ ହେବା

ପିଲାଙ୍କୁ ଡାଇବେଟିସ୍‌ ସମସ୍ୟା ଦେଖାଦେଲେ ଭୋକ ଅଧିକ ଲାଗିଥାଏ। କାରଣ ଦେହରେ ଶକ୍ତି କମିଯାଏ ଓ ଶରୀରକୁ ଅଧିକ  ଖାଦ୍ୟର ଆବଶ୍ୟକତା ପଡିଥାଏ। ଆପଣଙ୍କ ପିଲା ଖାଦ୍ୟ ଅଧିକ ପରିମାଣରେ ଖାଉଥିଲେ ମଧ୍ୟ ଓଜନ ବୃଦ୍ଧି ହେବା ବଦଳରେ କମିବାକୁ ଲାଗୁଥିଲେ ଏହା ଡାଇବେଟିସ୍‌ର ଲକ୍ଷଣ ହୋଇପାରେ।

ଦୁର୍ବଳ ଲାଗିବା

ଡାଇବେଟିସ୍‌ରେ ପୀଡିତ ହୋଇଥିବା ଶିଶୁ ଅନ୍ୟ ଶିଶୁଙ୍କ ଅପେକ୍ଷା ଅଧିକ ଦୁର୍ବଳ ହୋଇଥାନ୍ତି। ଶରୀରରେ ଇନ୍‌ସୁଲିନ୍‌ର ମାତ୍ରା କମିବାକୁ କାରଣରୁ ଶକ୍ତି କମିଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story