ଘରେ ଅଶାନ୍ତି ପାଇଁ ଏସବୁ ହୋଇପାରେ କାରଣ

ନୂଆଦିଲ୍ଲୀ: ଆପଣଙ୍କ ଘରେ ସବୁବେଳେ କଳି, ଝଗଡା ଏବଂ ଚିନ୍ତା ଲାଗିରହୁଛି କି ? ଏହାର କାରଣ ଆପଣଙ୍କ ଘରେ ହିଁ ଲୁଚି ରହିଛି। ଜ୍ୟୋତିଷଶାସ୍ତ୍ରରେ ଏମିତି କିଛି କଥା କୁହାଯାଇଛି, ଯାହା ଘରେ ଅଶାନ୍ତି ସୃଷ୍ଟି କରିଥାଏ। ଆପଣଙ୍କୁ ସାଧାରଣ ଲାଗୁଥିବା ଏହି କଥାଗୁଡିକ ଅନେକ ସମସ୍ୟାର କାରଣ ହୋଇଥାଏ। ଆସନ୍ତୁ ଜାଣିବା ସେହି ଜିନିଷଗୁଡିକ କ’ଣ ଯାହା ଆପଣଙ୍କ ଘରର ସୁଖ ଶାନ୍ତି ଭଙ୍ଗ କରିଥାଏ।

bastuପାଣି କଳସ: ଆପଣ ଘରର ମୁଖଦ୍ୱାରରେ ବା ଗେଟ୍‌ ପାଖରେ ପାଣି ଢାଳ ବା କଳସ ଭରି ରଖୁଛନ୍ତି କି ? ଏହା କରିବା ଭୁଲ୍‌। କେବେବି ଘରର ମୁଖଦ୍ୱାରରେ ପାଣିଭରା ପାତ୍ର ରଖନ୍ତୁ ନାହିଁ। ଏହା ଯୋଗୁଁ ଘରେ ଆର୍ଥିକ ସଂକଟ ବଢିଥାଏ। ପରିବାରିକ କଳହ ସୃଷ୍ଟି ହୋଇଥାଏ। ଏହାସହ ଘରର ମୁଖିଆ ଅନ୍ୟ ସ୍ତ୍ରୀ ପ୍ରତି ଆକର୍ଷିତ ହୋଇଥାନ୍ତି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଝଗଡା ଲାଗି ରହିବା ସହିତ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ। ମୁଖ୍ୟଦ୍ୱାରରେ ପାଣିରେ ଭରା ପାତ୍ର ରହିଲେ ସକାରାତ୍ମକ ଶକ୍ତି ଆସିପାରି ନଥାଏ। ଯଦି ଏହାକୁ ରଖିବାକୁ ଚାହୁଁଛନ୍ତି, ତେବେ ଉତ୍ତର-ପୂର୍ବ କିମ୍ବା ଦକ୍ଷିଣ-ପୂର୍ବ ଦିଗରେ ରଖନ୍ତୁ। ଏହି ପାତ୍ରକୁ ଡାହାଣ ପଟେ ନ ରଖି ବାମ ପଟେ ରଖନ୍ତୁ। ଏହା ଯୋଗୁଁ ଘରେ ସୁଖ ଶାନ୍ତି ସହିତ ସମୃଦ୍ଧି ବୃଦ୍ଧି ହୋଇଥାଏ।
bastuକ୍ୟାଲେଣ୍ଡର: ଦିନ ଏବଂ ତାରିଖ ଜାଣିବା ପାଇଁ କ୍ୟାଲେଣ୍ଡର ସମସ୍ତଙ୍କ ଘର ପାଇଁ ଅତି ଆବଶ୍ୟକ ହୋଇଥାଏ। ବେଳେବେଳେ ଦେଖାଯାଏ ଆମର ସୁବିଧା ଅନୁସାରେ ଆମେ କ୍ୟାଲେଣ୍ଡରକୁ ଯେ କୌଣସି ଜାଗାରେ ଟାଙ୍ଗି ଦେଇଥାଉ। ଯଦି ଏହା ଭୁଲ୍‌ ଦିଗରେ ଲଗାଯାଏ ତେବେ ଘରେ ନକାରାତ୍ମକ ପ୍ରଭାବ ପଡିଥାଏ। କ୍ୟାଲେଣ୍ଡରକୁ କେବେ କବାଟ ଆଗ କିମ୍ବା ପଛରେ ଟାଙ୍ଗନ୍ତୁ ନାହିଁ ଏବଂ ମୁଖଦ୍ୱାରର ପଛରେ ମଧ୍ୟ ଟାଙ୍ଗନ୍ତୁ ନାହିଁ। ଏହା କରିବା ଦ୍ୱାରା ପରିବାର ସଦସ୍ୟଙ୍କର ଆୟୁଷ କମ୍‌ ହେବା ସହିତ ଘରେ ସର୍ବଦା ରୋଗବୈରାଗ ଲାଗି ରହିଥାଏ।
bastuଧାରୁଆ ଅସ୍ତ୍ର: ଆପଣ ଘର ଭିତରେ ଧାରୁଆ ହତିଆର ଯେମିତି କି କଇଁଚି, ଛୁରୀ, କୁରାଢୀ,ଖଣ୍ଡା ଇତ୍ୟାଦିକୁ ଭୁଲ୍‌ ଦିଗରେ ରଖୁଛନ୍ତି କି ? ଏହା ଆପଣଙ୍କ ଘରର ସୁଖ ଶାନ୍ତିକୁ ପ୍ରଭାବିତ କରିଥାଏ। ଏ ଜିନିଷ ଭୁଲ୍ ଦିଗରେ ରଖିଲେ କି ଟାଙ୍ଗିଲେ ସକାରାତ୍ମକ ଶକ୍ତିର ପ୍ରଭାବ କ୍ଷୀଣ ହୋଇଥାଏ। ଏହି ହତିଆର ଗୁଡିକୁ ଦକ୍ଷିଣ-ପୂର୍ବ ଦିଗରେ ରଖନ୍ତୁ, ଘରେ ଅଶୁଭ ପ୍ରଭାବ ପଡିବ ନାହିଁ।
bastuଭଙ୍ଗା ବାସନକୁସନ: ଭଙ୍ଗା ବାସନ ଘରେ ରଖନ୍ତୁ ନାହିଁ। ଶାସ୍ତ୍ର ଅନୁସାରେ ଏହି ବାସନ ଘରେ ରଖିବା ଦ୍ୱାରା ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ଏବଂ ଘରେ ଅଭାବ ଅନଟନ ଲାଗି ରହିଥାଏ।
bastuଭଙ୍ଗା ଦର୍ପଣ: ଘରେ ଭାଙ୍ଗି ଯାଇଥିବା ଦର୍ପଣ ରଖିବା ବି ଅଶୁଭ ହୋଇଥାଏ। ଏହା ଯୋଗୁଁ ଘରେ ନକାରାତ୍ମକ ଶକ୍ତି ସକ୍ରିୟ ହୋଇଥାଏ ଏବଂ ପରିବାର ଲୋକଙ୍କୁ ଏହାର ପରିଣାମ ଭୋଗିବାକୁ ପଡିଥାଏ। ଶୋଇବା ଘରେ ଅଇଁଠା ବାସନ ରଖିଲେ ମଧ୍ୟ ଘରୁ ଲକ୍ଷ୍ମୀ ଚାଲି ଯାଇଥାନ୍ତି।
bastuଭଙ୍ଗା ଖଟ: ଏହା ସହ ଶୋଇବା ଖଟରେ ଯଦି ଫାଙ୍କ ଅଛି ଅଥବା କେଉଁଠି ଭାଙ୍ଗିଛି ତେବେ ସ୍ୱାମୀ-ସ୍ତ୍ରୀଙ୍କ ବୈବାହିକ ଜୀବନରେ ସମସ୍ୟା ଦେଖା ଦେବାର ଆଶଙ୍କା ବଢି ପାଇଥାଏ।
bastuବିବାଦ ସମ୍ପର୍କିତ ଦସ୍ତାବିଜ: କୁହାଯାଏ କି ଆଲମାରୀରେ କୌଣସି ବିବାଦ ସମ୍ପର୍କିତ କାଗଜପତ୍ର ରଖିବା ଉଚିତ୍‌ ନୁହେଁ। ଏହାକୁ ଆଲମାରୀରେ ରଖିଲେ ବିବାଦ ଜଲ୍‌ଦି ସମାଧାନ ହୋଇ ନ ଥାଏ ଏବଂ ଟଙ୍କାର ଅଭାବ ଦେଖା ଦେଇଥାଏ।
bastuଧାର୍ମିକ ଗ୍ରନ୍ଥ: କୌଣସି ଧର୍ମଗ୍ରନ୍ଥକୁ କେବେ ଶୋଇବା ଘର ଏବଂ ରୋଷେଇ ଘରେ ରଖନ୍ତୁ ନାହିଁ। ଏହି ସବୁ ଜାଗାରେ ରଖିଲେ ଏହି ପବିତ୍ର ଗ୍ରନ୍ଥ ଅପବିତ୍ର ହୋଇ ଯାଇଥାଏ। ଯାହାର ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିଥାଏ।