ଏସବୁ ଖାଦ୍ୟ ନିୟମିତ ଖାଉଛନ୍ତି କି? ସାବଧାନ, ହୋଇପାରେ କ୍ୟାନସର

କ୍ୟାନସର ଏକ ମାରାତ୍ମକ ରୋଗ। ଦିନକୁ ଦିନ ଏହା କାୟା ବିସ୍ତାର କରି ଚାଲିଛି। ବିଭିନ୍ନ ପ୍ରକାରର କ୍ୟାନସରର ଚିକିତ୍ସା ପାଇଁ ଗବେଷଣା ଜାରି ରହିଛି। କିନ୍ତୁ ଏହା ପାଇଁ ସଠିକ୍‌ ଉପଚାର ବାହାରି ନାହିଁ। ସମସ୍ତେ ଭାବିଥାନ୍ତି  କେବଳ ପାନ, ଗୁଟଖା, ମଦ ଓ ସିଗାରେଟ ଖାଇଲେ କ୍ୟାନସର ହେବାର ଅଶାଙ୍କା ରହିଥାଏ। କିନ୍ତୁ ଏହା ବ୍ୟତୀତ ଆଉ କିଛି ଖାଦ୍ୟ ଅଛି ଯାହାକୁ ପ୍ରତିଦିନ ଖାଇଲେ କ୍ୟାନସର ହେବାର ଆଶଙ୍କା ରହିଥାଏ। ଆସନ୍ତୁ ଜାଣିବା […]

123456789

123456789

Rakesh Mallick
  • Published: Sunday, 24 December 2017
  • Updated: 24 December 2017, 01:47 PM IST

Sports

Latest News

କ୍ୟାନସର ଏକ ମାରାତ୍ମକ ରୋଗ। ଦିନକୁ ଦିନ ଏହା କାୟା ବିସ୍ତାର କରି ଚାଲିଛି। ବିଭିନ୍ନ ପ୍ରକାରର କ୍ୟାନସରର ଚିକିତ୍ସା ପାଇଁ ଗବେଷଣା ଜାରି ରହିଛି। କିନ୍ତୁ ଏହା ପାଇଁ ସଠିକ୍‌ ଉପଚାର ବାହାରି ନାହିଁ। ସମସ୍ତେ ଭାବିଥାନ୍ତି  କେବଳ ପାନ, ଗୁଟଖା, ମଦ ଓ ସିଗାରେଟ ଖାଇଲେ କ୍ୟାନସର ହେବାର ଅଶାଙ୍କା ରହିଥାଏ। କିନ୍ତୁ ଏହା ବ୍ୟତୀତ ଆଉ କିଛି ଖାଦ୍ୟ ଅଛି ଯାହାକୁ ପ୍ରତିଦିନ ଖାଇଲେ କ୍ୟାନସର ହେବାର ଆଶଙ୍କା ରହିଥାଏ। ଆସନ୍ତୁ ଜାଣିବା ସେ ଖାଦ୍ୟ ସଂପର୍କରେ....

ମାଇକ୍ରୋୱେଭ୍‌ ପପକର୍ଣ୍ଣ-

ଆଜିକାଲି ସମୟ ବଞ୍ଚାଇବା ପାଇଁ ଲୋକେ ମାଇକ୍ରୋୱେଭରେ ପପକର୍ଣ୍ଣ  ତିଆରି କରି ଖାଉଛନ୍ତି। ମାଇକ୍ରୋୱେଭ୍‌ରେ କିଛି ମିନିଟ୍‌ରେ ପପକର୍ଣ୍ଣ  ପ୍ରସ୍ତୁତ ହୋଇଯାଏ।  ଏହା ଖାଇବା ଦ୍ୱାରା ଫୁସଫୁସ୍ କ୍ୟାନସର ହେବାର ଆଶଙ୍କା ରହିଥାଏ।

ଡବା ଖାଦ୍ୟ- ବ୍ୟସ୍ତବହୁଳ ଜୀବନରେ ଲୋକଙ୍କୁ ସତେଜ ପନିପରିବା ଓ ତଟକା ଖାଦ୍ୟ ଖାଇବା ପାଇଁ ସମୟ ହେଉ ନାହିଁ। ସେଥିପାଇଁ ସେମାନେ ଅଧିକାଂଶ ସମୟରେ ଡବା ଖାଦ୍ୟ ଖାଉଛନ୍ତି। ଆଜିକାଲି ବଜାରରେ ବିଭିନ୍ନ ପ୍ରକାର ପ୍ୟାକେଟ୍‌ ଓ ଡବା ଖାଦ୍ୟ ମିଳୁଛି। ଏହାକୁ ଲୋକେ ଦୁଇ ମିନିଟରେ ଗରମ କରି ଖାଇଥାନ୍ତି।  ଏପରି ଖାଦ୍ୟ ଅଧିକ ଖାଇଲେ ଭବିଷ୍ୟତରେ କ୍ୟାନସର ହେବାର ଆଶଙ୍କା ଅଧିକ ରହିଥାଏ ।

8b06d9b23efa00408c44b834558b01bବ୍ରାଉନ ସୁଗାର(ରିଫାଇନ୍‌ଡ ଚିନି)

ବ୍ରାଉନସୁଗାର ଶରୀର ପାଇଁ ଲାଭଦାୟକ ବୋଲି କିଛି ଲୋକ ଭାବିଥାନ୍ତି। କିନ୍ତୁ ଏହା ଶରୀର ପାଇଁ କ୍ଷତିକାରକ।  ରିଫାଇନ୍‌ଡ ଚିନି ଓ  High-fat corn syrup  କ୍ୟାନସର ହେବାର ବଡ଼ କାରଣ ହୋଇଥାଏ। ବ୍ରାଉନ ସୁଗାରରେ  କଲର ଓ ଫ୍ଲେଭର ମିଶାଇବା ଦ୍ୱାରା  ଏହା ଅଧିକ ବିଷାକ୍ତ ହୋଇଯାଇଥାଏ। ରିଫାଇନ୍‌ଡ ଚିନି ଶରୀରେ କ୍ୟାନସର ସେଲ୍‌କୁ ବଢ଼ାଇବାରେ ସାହାଯ୍ୟ କରିଥାଏ।

Brown-Sugarଥଣ୍ଡା ପାନୀୟ- ବଜାରରେ ବନ୍ଦ ବୋତଲରେ ବିକ୍ରି ହେଉଥିବା  ଥଣ୍ଡା ପାନୀୟରେ କାର୍ବୋହାଇଡ୍ରେଟ୍ ଥାଏ। ଏହି ପାନୀୟ ବୋତଲରେ  ଥିବା ଯୋଗୁଁ  ଦେଖିବାକୁ ଭଲ ଲାଗିଥାଏ, ଏହାକୁ ଆମେ ପିଇଥାନ୍ତି।  କିନ୍ତୁ ଏହା ଶରୀର ପାଇଁ କ୍ଷତିକାରକ। ଏଥିରେ ମିଶୁଥିବା High-fat corn syrup, କେମିକାଲ ଓ ରଙ୍ଗ ଶରୀର ପାଇଁ କ୍ଷତିକାରକ।

ଡାଏଟ ଫୁଡ୍‌-  ଯେଉଁ ଜିନିଷ ଉପରେ ଡାଏଟ (Diet) ଲେଖାଯାଇଥାଏ ତାହା ଶରୀର ପାଇଁ ଲାଭଦାୟକ ବୋଲି ଅନେକ ଲୋକେ ଭାବନ୍ତି। ଆଜିକାଲି ବଜାରରେ  ଡାଏଟ ଫୁଡ୍‌ ଓ ଡାଏଟ୍‌ ଡ୍ରିଙ୍କ ମିଳୁଛି।  ଏହାକୁ ଆବଶ୍ୟକତା ଠାରୁ ଅଧିକ ଖାଇଲେ  ଶରୀରରେ  କ୍ୟାନସର ସେଲ ବଢ଼ି ଥାଏ।

ଫ୍ରାଏଡ୍‌ ଫୁଡ୍‌- ଆଜିକାଲି ଲୋକେ ଫ୍ରାଏଡ୍‌ ଫୁଡ୍‌ ଖାଇବାକୁ ଅଧିକ ଭଲ ପାଉଛନ୍ତି। ନିୟମିତ ଭୋଜନ  ସମୟ ବାଦ୍ କେତେ ବେଳେ ଭୋକ ଲାଗିଲେ ଅନେକ ଲୋକ ଫ୍ରାଏଡ୍‌ ଫୁଡ୍‌ ଖାଇ ଭୋକ ମେଣ୍ଟାନ୍ତି। ଏହା ପାଟିକୁ ସୁଆଦିଆ, କିନ୍ତୁ ଦେହକୁ ଖରାପ। ଏଥିରେ କିଛି ତତ୍ତ୍ୱ କ୍ୟାନସରର କାରଣ ହୋଇଥାଏ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos