ସ୍ତନ୍ୟପାନ କରୁଛନ୍ତି କି? ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟ

ମାଆ କ୍ଷୀରରୁ ନବଜାତ ଶିଶୁକୁ ପ୍ରଥମ ୬ମାସ ପର୍ଯ୍ୟନ୍ତ ସମସ୍ତ ପ୍ରକାର ପୋଷକ ତତ୍ତ୍ୱ ମିଳିଥାଏ। ଫଳରେ ଶିଶୁଟିର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ତେଣୁ କୁହାଯାଏ ମାଆ କ୍ଷୀର ଅମୃତ ସହ ସମାନ। ତେବେ ପ୍ରସବ ପରେ ମହିଳାଙ୍କୁ ବିଭିନ୍ନ ଖାଦ୍ୟ ଠାରୁ ଦୂରେଇ ରଖିବାକୁ ପରାମର୍ଶ ଦିଆଯାଇଥାଏ। କାରଣ ଏହି ଖାଦ୍ୟ ଗୁଡ଼ିକର କୁପ୍ରଭାବ ଶିଶୁ ଉପରେ ପଡ଼ିଥାଏ। ଶିଶୁର ପେଟ ଖରାପ କରିବା ସହିତ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି କରେ। ତେବେ ଆସନ୍ତୁ ଜାଣିବା ସ୍ତନ୍ୟପାନ ସମୟରେ କେଉଁ ଖାଦ୍ୟ ଠାରୁ ଦୂରେଇ ରହିବା ଜରୁରୀ।

ଖଟା ଫଳ

ସ୍ତନ୍ୟପାନ ସମୟରେ ମହିଳାମାନେ ଖଟା ଫଳ ଠାରୁ ଦୂରେଇ ରହିବା ଜରୁରୀ। କାରଣ ଏଥିରେ ଥିବା ଭିଟାମିନ୍ ସି ଶିଶୁର ପେଟ ଖରାପ କରିପାରେ।

ରସୁଣ

ସ୍ତନ୍ୟପାନ କରିବା ସମୟରେ ରସୁଣ ଖାଆନ୍ତୁ ନାହିଁ। ଏହା କ୍ଷୀରର ସ୍ୱାଦ ପରିବର୍ତ୍ତନ କରିଥାଏ। ଫଳରେ ଶିଶୁ କ୍ଷୀର ପିଇବାକୁ ଇଚ୍ଛା କରିନଥାଏ। ଯଦି ଶିଶୁ କ୍ଷୀର ପିଉ ନାହିଁ ନିଜର ଖାଦ୍ୟ ଉପରେ ଧ୍ୟାନ ଦେବା ନିହାତି ଜରୁରୀ।

ଲଙ୍କା, ଡାଲଚିନି ଓ ଗୋଲମିରିଚ ଆଦି ସ୍ତନ୍ୟପାନ ସମୟରେ ଖାଆନ୍ତୁ ନାହିଁ। ଏହା ଖାଇବା ଦ୍ୱାରା ଆପଣଙ୍କର ଗ୍ୟାସ୍‌ ସମସ୍ୟା ଦେଖାଦେଇପାରେ। ଏମିତିକି ଶିଶୁର ପେଟ ଯନ୍ତ୍ରଣାର କାରଣ ମଧ୍ୟ ହୋଇପାରେ।

ଆଲକୋହଲ୍‌

ସ୍ତନ୍ୟପାନ ସମୟରେ ଆଲକୋହଲ ଠାରୁ ଦୂରେଇ ରୁହନ୍ତୁ। ଏହା ଖାଇବା ଦ୍ୱାରା  ମାଆର ରକ୍ତରେ ଆଲକୋହଲ ସ୍ତର ବୃଦ୍ଧି ପାଇ ଶିଶୁକ୍ଷୀରରେ ମଧ୍ୟ ଦେଖିବାକୁ ମିଳିଥାଏ।

ଏହି ପରିବା ଖାଆନ୍ତୁ ନାହିଁ

ସ୍ତନ୍ୟପାନ କରୁଥିବା ମହିଳାମାନେ ବନ୍ଧାକୋବି, ମଟର ଓ କାକୁଡି ଖାଇବା ଉଚିତ ନୁହେଁ। ଏହାଦ୍ୱାରା  ଶିଶୁର ପେଟରେ ଯନ୍ତ୍ରଣା, ଗ୍ୟାସ ଓ କୋଷ୍ଠକାଠିନ୍ୟ ଦେଖାଦେଇପାରେ।

କଫି ଠାରୁ ଦୂରେଇ ରୁହନ୍ତୁ

ସ୍ତନ୍ୟପାନ କରିବା ସମୟରେ ମହିଳାମାନେ କଫି ପିଇବା ଠାରୁ ଦୂରେଇ ରହିବା ଭଲ। କାରଣ କଫିରେ କୈଫିନ୍‌ ମାତ୍ରା ଅଧିକ ଥାଏ।  ଯାହାଫଳରେ ଶିଶୁକୁ ଠିକ୍‌ ଭାବେ ନିଦ ହୋଇନଥାଏ। ସେହିପରି ଚା’ ଓ ସୋଢ଼ାରେ କୈଫିନ୍ ରହିଥାଏ। ତେଣୁ ଏହି ସବୁ ଖାଦ୍ୟ ଠାରୁ ଦୂରେଇ ରହିଲେ ଆପଣଙ୍କ ଶିଶୁ ସୁସ୍ଥ ସବଳ ହୋଇପାରିବ।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More