ଏମାନଙ୍କ ପାଇଁ ଅଦା ବିଷ, କାହିଁକି ଜାଣନ୍ତୁ?

ଅଦା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ। ଆମେ ଏହାକୁ ଚା’ଠୁ ଆରମ୍ଭ କରି ତରକାରି ପର୍ଯ୍ୟନ୍ତ ସବୁଠି ବ୍ୟବହାର କରିଥାଉ। ଏମିତିକି କିଛି ଲୋକ ଖାଲି ପେଟରେ ଅଦା ଖାଇବାକୁ ଭଲ ପାଆନ୍ତି। ଏଥିରେ ଆଇରନ୍‌, କ୍ୟାଲସିୟମ୍‌, ଆୟୋଡିନ୍‌ ଓ  ଭିଟାମିନ୍ ସି ଭରପୂର ମାତ୍ରାରେ ରହିଛି। ଅଦାରେ ଅନେକ ପୋଷକ ତତ୍ତ୍ୱ ରହିଛି। ଥଣ୍ଡା ଦିନେ ଅଦାର ବ୍ୟବହାର ପ୍ରଚୁର ମାତ୍ରାରେ କରାଯାଇଥାଏ। ଆପଣମାନେ ଏହାର ଫାଇଦା ବିଷୟରେ ଜାଣିଥିବେ ନିଶ୍ଚୟ। ହେଲେ କିଛି ବ୍ୟକ୍ତିଙ୍କ ପାଇଁ ଅଦା ଖାଇବା କ୍ଷତିକାର ସାବ୍ୟସ୍ତ ହୋଇପାରେ। ତେଣୁ ସେମାନେ ଅଦା ଠାରୁ ଦୂରେଇ ରହିବା ଭଲ। ତେବେ ଆସନ୍ତୁ କେଉଁ ମାନଙ୍କ ପାଇଁ ଅଦା କ୍ଷତିକାରକ ହୋଇଥାଏ।

ଯେଉଁମାନେ ଶରୀରର ଓଜନ ବଢ଼ାଇବାକୁ ଚାହୁଁଛନ୍ତି, ସେମାନେ ଅଦା ଖାଇବା ଉଚିତ ନୁହେଁ। କାରଣ ଅଦା ଖାଇବା ଦ୍ୱାରା ଭୋକ ହୋଇନଥାଏ।  ଯାହା ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ।

 

ସେହିପରି ହିମୋଫିଲିଆ ରୋଗରେ ପୀଡ଼ିତ ବ୍ୟକ୍ତି ଅଦା ଠାରୁ ଦୂରେଇ ରହିବା ଉଚିତ। ଅଦା ଖାଇବା ସେମାନଙ୍କ ପାଇଁ ବିଷ ସହ ସମାନ। ଅଦା ଖାଇବା ଦ୍ୱାରା  ରକ୍ତ ପତଳା ହେବାରେ ଲାଗିଥାଏ। ଏଥିପାଇଁ ଏହି ରୋଗୀମାନେ ଅଦା ଠାରୁ ଯଥା ସମ୍ଭବ ଦୂରେଇ ରହିବା ଭଲ।

ର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଅଦା ବେଶ୍ ଲାଭକାରୀ ହୋଇଥାଏ। ଏହା ଖାଇବା ଦ୍ୱାରା ଦୁର୍ବଳ ଲାଗି ନଥାଏ। ହେଲେ ପ୍ରସବର ଶେଷ ତିନି ମାସରେ ସେମାନେ ଅଦା ଖାଇବା ଠାରୁ ଦୂରେଇ ରହିବା ଭଲ। କାରଣ ଏହି ସମୟରେ ଅଦା ଖାଇବା ଦ୍ୱାରା ପ୍ରିମାଚ୍ୟୁଅର ଡେଲିଭରି ତଥା  ପ୍ରସବ ଯନ୍ତ୍ରଣା ଅଧିକ ହେବାର ଆଶଙ୍କା ରହିଥାଏ।

ଯେଉଁମାନେ ପ୍ରତିଦିନ  ଔଷଧ ସେବନ କରିଥାନ୍ତି, ସେମାନେ ଅଦା ଖାଇବା ଠାରୁ ଦୂରେଇ ରହିବା ଭଲ। କାରଣ ଔଷଧରେ ଥିବା ଡ୍ରଗ୍ସ ଯେପରି ବେଟା-ବ୍ଲର୍କ୍ସ, ଆଣ୍ଟିକୋଗୁଲେଟସ୍‌ ଓ ଇନ୍‌ସୁଲିନ୍‌ ଅଦା ସହ ମିଶି କ୍ଷତିକାରକ ମିଶ୍ରଣରେ ପରିଣତ ହୁଏ। ଏହା ଶରୀର ପ୍ରତି ବିପଦ ସୃଷ୍ଟି କରିଥାଏ।