ଠିକା  ଶିକ୍ଷକ ନିଯୁକ୍ତି ପ୍ରତ୍ୟାହାର ପ୍ରସଙ୍ଗ: ସମସ୍ତ ଡିଇଓ ଅଫିସ ସମ୍ମୁଖରେ ହାଇସ୍କୁଲ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘର ବିକ୍ଷୋଭ

ଭୁବନେଶ୍ୱର: ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛି ହାଇସ୍କୁଲ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ। ଏଥିସହ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଉଛି। ଆସନ୍ତା ୨୬ ତାରିଖରେ ନବୀନ ନିବାସ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଓ ପାଇଁ ଆଜି ପ୍ରସ୍ତୁତି ବୈଠକ ମଧ୍ୟ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ସଂଘ ଅଭିଯୋଗ କରିଛି ଯେ ଗଣଶିକ୍ଷା ବିଭାଗର ବେପରୁଆ ମନୋବୃତ୍ତି ପାଇଁ ଚୁକ୍ତିଭିତ୍ତିକ ଶିକ୍ଷକ ଚାକିରୀ ହରାଇଛନ୍ତି। ନିଯୁକ୍ତି […]

tacher strike

tacher strike

Rakesh Mallick
  • Published: Monday, 23 November 2015
  • Updated: 23 November 2015, 07:12 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛି ହାଇସ୍କୁଲ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ। ଏଥିସହ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଉଛି। ଆସନ୍ତା ୨୬ ତାରିଖରେ ନବୀନ ନିବାସ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଓ ପାଇଁ ଆଜି ପ୍ରସ୍ତୁତି ବୈଠକ ମଧ୍ୟ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ସଂଘ ଅଭିଯୋଗ କରିଛି ଯେ ଗଣଶିକ୍ଷା ବିଭାଗର ବେପରୁଆ ମନୋବୃତ୍ତି ପାଇଁ ଚୁକ୍ତିଭିତ୍ତିକ ଶିକ୍ଷକ ଚାକିରୀ ହରାଇଛନ୍ତି। ନିଯୁକ୍ତି ପ୍ରକ୍ରିୟା ଉପରେ ରହିତାଦେଶ ଥିବା କଥା ସରକାର ଜାଣି ସୁଦ୍ଧା ଗଣଶିକ୍ଷା ବିଭାଗ କିପରି ନିଯୁକ୍ତି ଦେଲା ବୋଲି ସଂଘ ପ୍ରଶ୍ନ ଉଠାଇଛି।

୨୦୧୫ ଜୁନ୍ ୧୧ ତାରିଖ ପରେ ନିଯୁକ୍ତି ପାଇଥିବା ଠିକା ଶିକ୍ଷକମାନଙ୍କ ନିଯୁକ୍ତି ବାତିଲ୍ କରାଯିବା ବୋଲି ନଭେମ୍ବର ୨୦ରେ ହାଇକୋର୍ଟରେ ଗଣଶିକ୍ଷା ବିଭାଗ ପକ୍ଷରୁ ଲିଖିତ ଜବାବ ଦାଖଲ କରାଯାଇଛି। ହାଇକୋର୍ଟରେ ଏ ସମ୍ପର୍କିତ ଅଦାଲତ ଅବମାନନା ମାମଲାର ବିଚାର ଚାଲି ଥିବାବେଳେ ଗଣଶିକ୍ଷା ବିଭାଗର ଏଭଳି ଜବାବ ୪ ହଜାର ଶିକ୍ଷକଙ୍କ ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦେଇଛି। ସରକାର ହାଇକୋର୍ଟଙ୍କ ନିକଟରେ ଦାଖଲ କରିଥିବା ଜବାବରେ ଦର୍ଶାଇଛନ୍ତି ଯେ ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟାରେ ଅଦାଲତଙ୍କ କୌଣସି ନିର୍ଦ୍ଦେଶର ଅବମାନନା ହୋଇନାହିଁ। ତେବେ କୋର୍ଟ ଏହାକୁ ଗ୍ରହଣ କରି ନ ଥିଲେ। ତେଣୁ ଏଭଳି ସ୍ଥିତିରେ ଶିକ୍ଷକଙ୍କ ନିଯୁକ୍ତି ବାତିଲ କରାଯିବ ବୋଲି ସଚିବ ପ୍ରତିଶ୍ରୁତି ଦେଇଥିଲେ।

ସୂଚନା ଅନୁସାରେ ୨୦୧୪ ମସିହାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୫,୩୬୪ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତିରେ ଦିଆଯାଇଥିବା ବୟସ, ଶିକ୍ଷାଗତ ଯୋଗ୍ୟତା ଓ ଅନ୍ୟ କେତେକ ସର୍ତ୍ତକୁ ଚ୍ୟାଲେଞ୍ଜ କରି ସ୍ୟାଟରେ ଏକାଧିକ ମାମଲା ଦାଏର ହୋଇଥିଲା। ଟ୍ରିବୁନାଲଙ୍କ ବିନା ଅନୁମତିରେ ଚୂଡ଼ାନ୍ତ ନିଯୁକ୍ତି ତାଲିକା ସରକାର ପ୍ରଦାନ କରିବେ ନାହିଁ ବୋଲି ସ୍ୟାଟ୍ ନଭେମ୍ୱର ୨୦୧୪ରେ ଆଦେଶ ଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ଆଉ କେତେକ ଆବେଦନକୁ ଗ୍ରହଣ କରି ନିଯୁକ୍ତି ପ୍ରକ୍ରିୟା ଜାରି ରଖି ଆବେଦନକାରୀଙ୍କୁ ନିଯୁକ୍ତି ଦେବା ସପକ୍ଷରେ ସ୍ୟାଟ୍ ନିର୍ଦ୍ଦେଶ ଦେଇଥିଲେ। ହେଲେ ସ୍ୟାଟଙ୍କ ଏହି ନିର୍ଦ୍ଦେଶ ଉପରେ ୨୦୧୫ ଜୁନ୍ ୧୧ରେ ହାଇକୋର୍ଟ ରହିତାଦେଶ ଜାରି କରିବା ସହ ଗଣଶିକ୍ଷା ବିଭାଗକୁ ନୋଟିସ୍ ଜାରି କରିଥିଲେ। ତେବେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ ସତ୍ତ୍ୱେ ଗଣଶିକ୍ଷା ବିଭାଗ ପକ୍ଷରୁ ଜୁନ୍ ମାସରେ ୪ହଜାର ପ୍ରାର୍ଥୀଙ୍କୁ ଚୁକ୍ତି ଭିତ୍ତିକ ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିଲା। ଯାହାକୁ ନେଇ ହାଇକୋର୍ଟରେ ସରକାରଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଦାଏର ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos