ମାଇଗ୍ରେନ୍‌ରେ ପୀଡ଼ିତ କି? ଜାଣନ୍ତୁ କ’ଣ କରିବେ ଓ କ’ଣ କରିବେ ନାହିଁ

ମାଇଗ୍ରେନ୍‌ ଏକପ୍ରକାରର ମୁଣ୍ଡବିନ୍ଧା ରୋଗ। ଏହା ହାଲକା ମୁଣ୍ଡ ବିନ୍ଧାରୁ ଆରମ୍ଭ ହୋଇଥାଏ। ଯାହା କ୍ରମେ ବଢ଼ିବାକୁ ଲାଗିଥାଏ ଓ ବହୁ ଜୋର୍‌ରେ ବିନ୍ଧିଥାଏ। ବେଳେବେଳେ ଏହା ୪ ଘଣ୍ଟାରୁ ଆରମ୍ଭ କରି ୭୨ ଘଣ୍ଟା ପର୍ଯ୍ୟନ୍ତ ଲାଗିରହେ। ଏଥିରେ ମୁଣ୍ଡର ପଛପଟ ବେକ ପାଖରୁ ଆରମ୍ଭ କରି ଅଧାଫାଳ ମୁଣ୍ଡ ଭୟଙ୍କର ଭାବେ ବିନ୍ଧିଥାଏ।  ବେଳେ ବେଳେ ପୂରା ମୁଣ୍ଡ ବିନ୍ଧିବା ସହ ବାନ୍ତି ମଧ୍ୟ ଲାଗିଥାଏ। ମାଇଗ୍ରେନ୍‌ କୌଣସି ବି ବୟସରେ ହୋଇପାରେ। ଆଜିକାଲିର […]

migrian

migrian

Rakesh Mallick
  • Published: Monday, 21 May 2018
  • Updated: 21 May 2018, 10:38 AM IST

Sports

Latest News

ମାଇଗ୍ରେନ୍‌ ଏକପ୍ରକାରର ମୁଣ୍ଡବିନ୍ଧା ରୋଗ। ଏହା ହାଲକା ମୁଣ୍ଡ ବିନ୍ଧାରୁ ଆରମ୍ଭ ହୋଇଥାଏ। ଯାହା କ୍ରମେ ବଢ଼ିବାକୁ ଲାଗିଥାଏ ଓ ବହୁ ଜୋର୍‌ରେ ବିନ୍ଧିଥାଏ। ବେଳେବେଳେ ଏହା ୪ ଘଣ୍ଟାରୁ ଆରମ୍ଭ କରି ୭୨ ଘଣ୍ଟା ପର୍ଯ୍ୟନ୍ତ ଲାଗିରହେ। ଏଥିରେ ମୁଣ୍ଡର ପଛପଟ ବେକ ପାଖରୁ ଆରମ୍ଭ କରି ଅଧାଫାଳ ମୁଣ୍ଡ ଭୟଙ୍କର ଭାବେ ବିନ୍ଧିଥାଏ।  ବେଳେ ବେଳେ ପୂରା ମୁଣ୍ଡ ବିନ୍ଧିବା ସହ ବାନ୍ତି ମଧ୍ୟ ଲାଗିଥାଏ। ମାଇଗ୍ରେନ୍‌ କୌଣସି ବି ବୟସରେ ହୋଇପାରେ। ଆଜିକାଲିର ବ୍ୟସ୍ତମୟ ଜୀବନରେ ଆମେ ନିୟମିତ ଖାଦ୍ୟପେୟ ଉପରେ ଧ୍ୟାନ ଦେଇପାରୁ ନାହାଁନ୍ତି ଓ ଅନେକ ପ୍ରକାରର ଦୁଶ୍ଚିନ୍ତା ମଧ୍ୟ କରୁଛନ୍ତି। ତେଣୁ ଏପରି ଅନେକ ମାନସିକ ରୋଗ ହୋଇଥାଏ। ସେଥିମଧ୍ୟରୁ ମାଇଗ୍ରେନ୍‌ ଅନ୍ୟତମ। ଏଥିରେ ଆଖି ଉପରେ ମଧ୍ୟ କୁପ୍ରଭାବ ପଡ଼ିଥାଏ। ପୁରୁଷଙ୍କ ତୁଳନାରେ ମହିଳାଙ୍କ କ୍ଷେତ୍ରରେ ଏହା ଅଧିକ ଦେଖାଦିଏ। ଆଜି ଆମେ ଆପଣଙ୍କୁ ବତାଇବୁ ମାଇଗ୍ରେନ୍ ରୋଗୀ କେମିତି ନିଜର ଧ୍ୟାନ ରଖିବେ।

ମାଇଗ୍ରେନରେ କ’ଣ କରିବେ?

୧.  ମାଇଗ୍ରେନ୍‌ ରୋଗୀ ନିୟମିତ ଭାବେ ଡାକ୍ତରଙ୍କ ପରାମର୍ଶ ମୁତାବକ ଔଷଧ ଖାଇବା ଉଚିତ।

୨. ପାଣିପାଗ ପରିବର୍ତ୍ତନ ସମୟରେ ନିଜ ଶରୀରର ଧ୍ୟାନ ରଖନ୍ତୁ।

୩. ଅତି କମ୍‌ରେ ୬ ଘଣ୍ଟାରୁ ୮ ଘଣ୍ଟା ପର୍ଯ୍ୟନ୍ତ ଶୁଅନ୍ତୁ।

yoga୪. ନିୟମିତ ଭାବେ ଯୋଗ, ଧ୍ୟାନ କରିବା ସହିତ ମର୍ଣ୍ଣିଂ ୱାକ୍ କରନ୍ତୁ।

୫. ଭୋଜନ ଠିକ୍‌ ସମୟରେ ଖୁଆନ୍ତୁ।

୬.  ସିଧାସଳଖ ଭାବେ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସନ୍ତୁ ନାହିଁ। ଘରୁ ବାହାରିଲା ବେଳେ ଛତା ନେଇ ଯାଆନ୍ତୁ।

୭. ବରଫ କିମ୍ବା ଥଣ୍ଡା ପାଣିର ପଟି ମୁଣ୍ଡରେ ଦିଅନ୍ତୁ। ଫଳରେ ରକ୍ତ ଧମନୀଗୁଡ଼ିକ ପୂର୍ବ ସ୍ଥିତିକୁ ଫେରିଯିବ।

୮. ମୁଣ୍ଡରେ ମେହେନ୍ଦିର ଲେପ ଲଗାନ୍ତୁ। ଏହାଦ୍ୱାରା ଆରାମ ମିଳିବ।

୯. ଡାଲଚିନିକୁ ପେଷି ଏହାକୁ ମୁଣ୍ଡରେ ଲଗାନ୍ତୁ, ତୁରନ୍ତ ଆରାମ ମିଳିବ।

୧୦. ଡାଲଚିନିକୁ ପେଷି ପାଉଡର ବନାଇ, ଦିନରେ ଚାରିଥର ଥଣ୍ଡା ପାଣି ସହ ଖାଇଲେ ମଧ୍ୟ ଆରାମ ମିଳିବ।

୧୧. ମାଇଗ୍ରେନ୍‌ରେ ଅଦାରୁ ବହୁତ ଫାଇଦା ମିଳିଥାଏ। ଅଦାର ସେବନରୁ ବାନ୍ତି ଲାଗିବା ବନ୍ଦ ହୋଇଯାଏ।

୧୨. ଡାଲଚିନି, ଅଦା, ଗୋଲମରିଚ ଓ ତୁଳସୀ ପତ୍ରର ପାଉଡର ବନାଇ ରଖନ୍ତୁ। ଏହାକୁ ମହୁ ସହ ଖାଆନ୍ତୁ। ଆପମଙ୍କୁ ବତୁତ ଶୀଘ୍ର ଆରାମ ମିଳିବ।ଯ

୧୩.  ମାଇଗ୍ରେନ୍ ମୁଣ୍ଡ ବିନ୍ଧା ଭଲ ହେବା ପାଇଁ ଆରାମ କରିବା ନିହାତି ଜରୁରୀ। ଆଲୋକ ଓ ଶବ୍ଦରୁ ଦୂରେଇ ରୁହନ୍ତୁ। ଆଖି ବନ୍ଦ କରି ଶୋଇବାକୁ ଚେଷ୍ଟା କରନ୍ତୁ।

୧୪. ସବୁଜ ପନିପରିବା ସହ ଫଳମୂଳ ବି ଖାଆନ୍ତୁ।

୧୫. ରାତିରେ ହାଲକା ଫାଇବର ଯୁକ୍ତ ଖାଦ୍ୟ ଖାଆନ୍ତୁ। ଶୋଇବା ପୂର୍ବରୁ ଏକ ଚାମଚ ତ୍ରିଫଳା ବା ଅଁଅଳାର ଚୂର୍ଣ୍ଣକୁ ଉଷୁମ ପାଣିରେ ମିଶାଇ ପିଅନ୍ତୁ। ଏହା ଦ୍ୱାରା  ପେଟ ସଫା ରହିବ ଓ ଅନେକ ଆରାମ ମିଳିବ।

୧୬. ମୁଣ୍ଡ ବିନ୍ଧା ଆରମ୍ଭ ହେବା ମାତ୍ରେ ଜିଭର ଅଗ୍ରର ଭାଗରେ ଅଧାମିନିଟ ଯାଏ କିଛି  ଲୁଣ ରଖନ୍ତୁ ଓ  ତା’ପରେ ପାଣି ପିଇଦିଅନ୍ତୁ। ମୁଣ୍ଡ ବିନ୍ଧା ଗାଏବ ହୋଇଯିବ।

କ’ଣ କରିବେ ନାହିଁ?

୧. ମାଇଗ୍ରେନ୍ ହେଲେ ଆଲୋକ ଓ ଜୋର୍‌ ଶବ୍ଦରୁ ଦୂରେଇ ରୁହନ୍ତୁ।

୨ ଖରାରେ କିମ୍ବା ଥଣ୍ଡାରେ ଘରୁ ବାହାରନ୍ତୁ ନାହିଁ।

୨. ଆଖି ଉପରେ ଅଧିକ ଚାପ ପକାନ୍ତୁ ନାହିଁ।

water୩.ପ୍ରଚୁର ପାଣି ପିଅନ୍ତୁ। ଦିନରେ ଅତି କମରେ ୯ ରୁ ୧୦ଗ୍ଲାସ ପାଣି ପିଅନ୍ତୁ।

୪. ଭୋକ ଲାଗୁଥିଲେ ଏକା ବେଳେ ଅଧିକ ନ ଖାଇ କିଛି ସମୟ ବ୍ୟବଧାନରେ ଅଳ୍ପ ଅଳ୍ପ କରି ଖାଆନ୍ତୁ।

୫. ଯଦି ଆପଣଙ୍କର କୌଣସି ଫଳ ବା ପରିବାରୁ ଏଲର୍ଜି ହେଉଛି ତେବେ ସେହି ଫଳ ଓ ପରିବାକୁ  ଖାଆନ୍ତୁ ନାହିଁ।

୬. ମାଇଗ୍ରେନ୍‌ ରୋଗୀ କେବେ ହେଲେ ଉପବାସ କରନ୍ତୁ ନାହିଁ।

୭. ମାନସିକ ଦୁଶ୍ଚିନ୍ତାରୁ ଦୂରେଇ ରୁହନ୍ତୁ।

୮. ମାଇଗ୍ରେନରେ ପୀଡ଼ିତ ୧୬ ବର୍ଷରୁ କମ୍‌ ପିଲାଙ୍କୁ ଏସପ୍ରିନ୍‌ ଲଗାଇବା ଉଚିତ।

୯. କଡ଼ା ବାସ୍ନା ଯୁକ୍ତ ସେଣ୍ଟ ବ୍ୟବହାର କରନ୍ତୁ ନାହିଁ।

[ବି.ଦ୍ର: ସବୁ ମୁଣ୍ଡ ବିନ୍ଧା ମାଇଗ୍ରେନ୍ ହୋଇ ନପାରେ। ତେଣୁ ଡାକ୍ତରଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ। ଡାକ୍ତର ହିଁ କହିବେ ଆପଣ ମାଇଗ୍ରେନ୍‌ରେ ପିଡ଼ୀତ ନା ନାହିଁ। ତାଙ୍କର ପରାମର୍ଶ ଅନୁଯାୟୀ ଔଷଧ ଖାଆନ୍ତୁ। କ’ଣ ଖାଇବେ କ’ଣ ସବୁ କରିବାକୁ ହେବ ସେ ନେଇ ଡାକ୍ତରଙ୍କ ପରାମର୍ଶକୁ ଗୁରୁତ୍ୱ ଦିଅନ୍ତୁ।]

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story