ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ରାଜସ୍ୱ ଆଦାୟ ନୈରାଶ୍ୟଜନକ

ଭୁବନେଶ୍ୱର: ରାଜସ୍ୱ ଆଦାୟ କ୍ଷେତ୍ରରେ ରାଜ୍ୟରେ ଦୟନୀୟ ସ୍ଥିତି ଉପୁଜିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ସ୍ଥିତି ଅତି ସଙ୍ଗୀନ ରହିଛି। ଉଭୟ ନିଜସ୍ୱ ଟିକସ ଓ ଅଣ ଟିକସ ଆଦାୟ ଲକ୍ଷ୍ୟ ଧାର୍ଯ୍ୟ ପୂରଣ କରିବାରେ ସରକାର ଏକ ପ୍ରକାର ଫେଲ ମାରିଛନ୍ତି। ଏହାର ପ୍ରଭାବ ଆଗାମୀ ବଜେଟ ଉପରେ ପଡିବାର ଆଶଙ୍କା ରହିଛି। ୨୦୧୪ ତୁଳନାରେ ୨୦୧୫ ବର୍ଷର ପ୍ରଥମ ୬ ମାସରେ ରାଜସ୍ୱ ଅଭିବୃଦ୍ଧି ପରିମାଣ ଥିଲା ୨୯.୨୮ ପ୍ରତିଶତ। […]

khani

khani

Rakesh Mallick
  • Published: Wednesday, 23 November 2016
  • Updated: 23 November 2016, 09:54 PM IST

Sports

Latest News

ଭୁବନେଶ୍ୱର: ରାଜସ୍ୱ ଆଦାୟ କ୍ଷେତ୍ରରେ ରାଜ୍ୟରେ ଦୟନୀୟ ସ୍ଥିତି ଉପୁଜିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ସ୍ଥିତି ଅତି ସଙ୍ଗୀନ ରହିଛି। ଉଭୟ ନିଜସ୍ୱ ଟିକସ ଓ ଅଣ ଟିକସ ଆଦାୟ ଲକ୍ଷ୍ୟ ଧାର୍ଯ୍ୟ ପୂରଣ କରିବାରେ ସରକାର ଏକ ପ୍ରକାର ଫେଲ ମାରିଛନ୍ତି। ଏହାର ପ୍ରଭାବ ଆଗାମୀ ବଜେଟ ଉପରେ ପଡିବାର ଆଶଙ୍କା ରହିଛି।

୨୦୧୪ ତୁଳନାରେ ୨୦୧୫ ବର୍ଷର ପ୍ରଥମ ୬ ମାସରେ ରାଜସ୍ୱ ଅଭିବୃଦ୍ଧି ପରିମାଣ ଥିଲା ୨୯.୨୮ ପ୍ରତିଶତ। ତେବେ ଗତବର୍ଷ ତୁଳନାରେ ଚଳିତବର୍ଷ ସେପ୍ଟେମ୍ୱର ସୁଦ୍ଧା ରାଜସ୍ୱ ଅଭିବୃଦ୍ଧି ପରିମାଣ ୦.୯୩ ପ୍ରତିଶତ ରହିଛି। ୧୦,୦୪୦.୩୭ କୋଟି ଟଙ୍କା ଆଦାୟ ହୋଇଛି, ଯାହା ଲକ୍ଷ୍ୟ ଧାର୍ଯ୍ୟର ୪୩ ପ୍ରତିଶତ। ଜମିଜମା କ୍ଷେତ୍ରରୁ ୩୧.୪୭ ପ୍ରତିଶତ, ଷ୍ଟାମ୍‌ ଓ ରେଜିଷ୍ଟ୍ରେସନ୍‌ କ୍ଷେତ୍ରରୁ ୪୫.୯୭ ପ୍ରତିଶତ କମ୍‌ ରାଜସ୍ୱ ଆଦାୟ ହୋଇଛି। ସେଲ୍‌ସ ଟାକ୍ସ କ୍ଷେତ୍ରରୁ ୨.୫୨ ପ୍ରତିଶତ ଆଦାୟ ହୋଇଛି। ଅନ୍ୟ ସମସ୍ତ କ୍ଷେତ୍ରରେ ମଧ୍ୟ ରାଜସ୍ୱ ଆଦାୟ ଧାର୍ଯ୍ୟ ଲକ୍ଷ୍ୟଠାରୁ ବହୁ କମ୍ ରହିଛି।

ଅଣ ଟିକ୍‌ସ କ୍ଷେତ୍ରରେ ୯,୮୨୨  କୋଟି ୯୩ ଲକ୍ଷ ଟଙ୍କା ଆଦାୟ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଥିଲା। ସେଥିରୁ ୨,୮୬୩ କୋଟି ଟଙ୍କା ଆଦାୟ ହୋଇଛି। ୨୦୧୫ ଆର୍ଥିକ ବର୍ଷର ପ୍ରଥମ ୬ ମାସ ତୁଳନାରେ ଏହି ଅଭିବୃଦ୍ଧି ହାର ୮.୯୨ ପ୍ରତିଶତ କମ୍‌ ରହିଛି। ଖଣି କ୍ଷେତ୍ରରେ ୨୦.୮୫ ପ୍ରତିଶତ ଓ ଡିଭିଡେଣ୍ଟ କ୍ଷେତ୍ରରେ ୮୦.୫୬ ପ୍ରତିଶତ କମ୍‌ ରାଜସ୍ୱ ଆଦାୟ ହୋଇଛି। ରାଜସ୍ୱ ଆଦାୟରେ ନିଅଣ୍ଟିଆ ସ୍ଥିତି ଦୃଷ୍ଟିରୁ ରାଜ୍ୟର ଋଣ ଭାର ବଢ଼ିବ ବୋଲି ଅର୍ଥନୀତି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି। ସେହିପରି ଯୋଜନା ଓ ଅଣ ଯୋଜନା ବାବଦ ଖର୍ଚ୍ଚ ପ୍ରଭାବିତ ହେବ। ଗୋଟିଏ କ୍ଷେତ୍ର ପାଇଁ ବରାଦ ଅର୍ଥକୁ ଅନ୍ୟ କ୍ଷେତ୍ରରେ ଖର୍ଚ୍ଚ କରିବାକୁ ସରକାର ବାଧ୍ୟ ହେଉଛନ୍ତି।

ପ୍ରଥମ ୬ ମାସ ରାଜସ୍ୱ ଆଦାୟ ଧାର୍ଯ୍ୟଠାରୁ କମ୍‌ ହୋଇଥିବାରୁ ଅବଶିଷ୍ଟ ସମୟରେ ଟାର୍ଗେଟ ପୂରଣ କରିବାକୁ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ। ରାଜସ୍ୱ ଆଦାୟ ଲକ୍ଷ୍ୟ ପୂରଣ ନ ହେଲେ ଆଗାମୀ ବଜେଟ୍‌ ଉପରେ ଏହାର ପ୍ରଭାବ ପଡିବା ନେଇ ଆଶଙ୍କା ପାଇଛି।

ବରିଷ୍ଠ ସାମ୍ୱାଦିକ ଦିଲ୍ଲୀପ ବିଶୋଇ କହିଛନ୍ତି,“ସରକାରଙ୍କ ନିଜସ୍ୱ ଟିକ୍‌ସ ଅଭିବୃଦ୍ଧି ଏକ ପ୍ରତିଶତରୁ କମ୍‌ ରହିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ରାଜ୍ୟ ସରକାରଙ୍କ ଆୟ ବୃଦ୍ଧି ହେଉନି ଓ ଆର୍ଥିକ ସ୍ଥିତି ବହୁ ଖରାପ ରହିଛି।”

ଅର୍ଥନୀତି ବିଶେଷଜ୍ଞ ସାମସନ ମହାରଣା କହିଛନ୍ତି,“ସରକାରଙ୍କ ପାଖରୁ ଖଣିରୁ ବହୁ ଅଣ ଟିକସ ଆସୁଥିଲା। ଖଣି ଗୁଡ଼ିକ ବନ୍ଦ ହୋଇଯିବାରୁ ଏହାର ପ୍ରଭାବ ରାଜ୍ୟ ସରକାରଙ୍କ ଉପରେ ପଡ଼ିଲା। ରାଜ୍ୟ ସରକାର କମ୍‌ ଅଣ ଟିକସ ପାଇଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos