ବିରୁଡ଼ି ଆକ୍ରମଣରେ ଦୁଇ ଶିଶୁଙ୍କ ସମେତ ୩ ମୃତ, ବାପାମାଆ ଆହତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ଥାନା ଟେଭାକଲମ ଗାଁରେ ବିରୁଡ଼ି ଆକ୍ରମଣରେ ଦୁଇଜଣ ଶିଶୁଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଦୁଇଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଥୁଆମୂଳରାମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଖବର ଅନୁସାରେ ଟେଭାକଲମ ଗାଁର ସୋମବାରୁ ପରଭୋଇ, ତାଙ୍କ ପତ୍ନୀ ଓ ମାଆ ପୋଡ଼ୁଚାଷ ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ସାଙ୍ଗରେ ସୋମବାରୁଙ୍କ ୮ ବର୍ଷର ଝିଅ ଓ ଦେଢ ବର୍ଷର ପୁଅ ମଧ୍ୟ ଯାଇଥିଲେ। ଜଙ୍ଗଲରୁ ଫେରିବା ବେଳେ ହଠାତ ସେମାନଙ୍କୁ ବିରୁଡି ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ସୋମବାରୁଙ୍କ ମାଆ ଓ ଦୁଇ ପିଲାଙ୍କର ମୃତ୍ୟୁ ଘଟିଥିଲା। ବିରୁଡି ଆକ୍ରମଣରେ ସୋମବାରୁ ଏବଂ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ଥୁଆମୂଳରାମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।