ସଚିବଙ୍କ ପାଖରୁ ଅଭିଯୋଗ କରିବାକୁ ଆସି ଫସିଲେ ୩ ଶିକ୍ଷକ: ଫୋନ୍‌ରେ ସସ୍‌ପେଣ୍ଡ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶିକ୍ଷା ବିଭାଗ ସଚିବଙ୍କୁ ମିଛ କହି ଫସିଗଲେ ୩ ଜଣ ଶିକ୍ଷକ। ଛୁଟି ନନେଇ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବାରୁ ସେମାନଙ୍କୁ ସସ୍‌ପେଣ୍ଡ କଲେ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର। ସେମାନେ ହେଲେ ବାରଙ୍ଗ ଝୁନଝୁନୱାଲା ବିଦ୍ୟାପୀଠର ବିନୋଦ ନାୟକ, କଟକ ରାଣୀହାଟ ହାଇସ୍କୁଲର ଦେବପ୍ରସାଦ ତ୍ରିପାଠୀ ଓ ବ୍ରହ୍ମାନନ୍ଦ ତ୍ରିପାଠୀ। ଉପରୋକ୍ତ ୩ ଶିକ୍ଷକ ଗଣଶିକ୍ଷା ସଚିବଙ୍କୁ ଭେଟି ଆପତ୍ତି କରିବାକୁ ଆସିଥିଲେ। ମାତ୍ର ସେମାନେ ଛୁଟି ନେଇ ନଥିଲେ। ଆପତ୍ତି ପଚାରିବା […]

secretariat

secretariat

Rakesh Mallick
  • Published: Tuesday, 17 October 2017
  • Updated: 17 October 2017, 09:21 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶିକ୍ଷା ବିଭାଗ ସଚିବଙ୍କୁ ମିଛ କହି ଫସିଗଲେ ୩ ଜଣ ଶିକ୍ଷକ। ଛୁଟି ନନେଇ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବାରୁ ସେମାନଙ୍କୁ ସସ୍‌ପେଣ୍ଡ କଲେ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର। ସେମାନେ ହେଲେ ବାରଙ୍ଗ ଝୁନଝୁନୱାଲା ବିଦ୍ୟାପୀଠର ବିନୋଦ ନାୟକ, କଟକ ରାଣୀହାଟ ହାଇସ୍କୁଲର ଦେବପ୍ରସାଦ ତ୍ରିପାଠୀ ଓ ବ୍ରହ୍ମାନନ୍ଦ ତ୍ରିପାଠୀ।

ଉପରୋକ୍ତ ୩ ଶିକ୍ଷକ ଗଣଶିକ୍ଷା ସଚିବଙ୍କୁ ଭେଟି ଆପତ୍ତି କରିବାକୁ ଆସିଥିଲେ। ମାତ୍ର ସେମାନେ ଛୁଟି ନେଇ ନଥିଲେ। ଆପତ୍ତି ପଚାରିବା ସମୟରେ ଶିକ୍ଷା ସଚିବ ସେମାନଙ୍କୁ ଛୁଟି ନେଇ ଆସିଥିବା କଥା ପଚାରିଥିଲେ। ହେଲେ ଏହି ଶିକ୍ଷକମାନେ ଛୁଟି ନେଇ ଆସିଥିବା ସଚିବଙ୍କୁ କହିଥିଲେ। ତା’ପରେ ସେମାନଙ୍କ ସମ୍ମୁଖରେ ସଚିବ ଡିଇଓଙ୍କୁ ଫୋନ୍ କରି ସତ୍ୟାସତ୍ୟ ବୁଝିଥିଲେ। ତେବେ ସେମାନେ ଛୁଟି ନନେଇ ଆସିଥିବା ଜଣାପଡ଼ିବା ପରେ ୩ ଜଣଙ୍କୁ ନିଲମ୍ବନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos