ଟାଇଟ୍ କରି ବେଲଟ୍‌ ବାନ୍ଧୁଛନ୍ତି କି? ସାବଧାନ ଆପଣଙ୍କୁ ହୋଇପାରେ କ୍ୟାନ୍‌ସର୍

ମେଡିକାଲ ସାଇନ୍ସର ନୂଆ ଗବେଷଣା। ଯଦି ଆପଣଙ୍କର ପେଟ ଜାରି ହେଲା ଭଳି କିଛି ଡ୍ରେସ ପିନ୍ଧୁଛନ୍ତି କିମ୍ବା ବେଲଟ୍‌କୁ  ଟାଇଟ କରି ବାନ୍ଧୁଛନ୍ତି ତେବେ ଆପଣଙ୍କୁ କ୍ୟାନସର୍ ହୋଇପାରେ। ଅନେକ ଲୋକ ଅଛନ୍ତି ଯେଉଁମାନେ ପ୍ରାୟ ସବୁବେଳେ ଟାଇଟ୍ କରି ବେଲଟ୍‌ ବାନ୍ଧିଥାଆନ୍ତି। ହେଲେ ଏହା ସ୍ୱାସ୍ଥ୍ୟ ପ୍ରତି ଖୁବ୍‌ ହାନିକାରକ। ବେଲଟ୍‌ ହେଉ କି ଶାଢ଼ି କିଛି ବି ପେଟକୁ ଟାଇଟ ହେଲା ଭଳି ବାନ୍ଧିଲେ ଆପଣ ଅନେକ ଭୟଙ୍କର ରୋଗର ଶୀକାର ହୋଇପାରନ୍ତି। […]

CAPI-1

CAPI-1

Rakesh Mallick
  • Published: Tuesday, 05 December 2017
  • Updated: 05 December 2017, 06:03 PM IST

Sports

Latest News

ମେଡିକାଲ ସାଇନ୍ସର ନୂଆ ଗବେଷଣା। ଯଦି ଆପଣଙ୍କର ପେଟ ଜାରି ହେଲା ଭଳି କିଛି ଡ୍ରେସ ପିନ୍ଧୁଛନ୍ତି କିମ୍ବା ବେଲଟ୍‌କୁ  ଟାଇଟ କରି ବାନ୍ଧୁଛନ୍ତି ତେବେ ଆପଣଙ୍କୁ କ୍ୟାନସର୍ ହୋଇପାରେ। ଅନେକ ଲୋକ ଅଛନ୍ତି ଯେଉଁମାନେ ପ୍ରାୟ ସବୁବେଳେ ଟାଇଟ୍ କରି ବେଲଟ୍‌ ବାନ୍ଧିଥାଆନ୍ତି। ହେଲେ ଏହା ସ୍ୱାସ୍ଥ୍ୟ ପ୍ରତି ଖୁବ୍‌ ହାନିକାରକ। ବେଲଟ୍‌ ହେଉ କି ଶାଢ଼ି କିଛି ବି ପେଟକୁ ଟାଇଟ ହେଲା ଭଳି ବାନ୍ଧିଲେ ଆପଣ ଅନେକ ଭୟଙ୍କର ରୋଗର ଶୀକାର ହୋଇପାରନ୍ତି। ଷ୍ଟ୍ରେଥକ୍ଲାଇଡ୍ ୟୁନିଭରସିଟି ପକ୍ଷରୁ କରାଯାଇଥିବା ଗବେଷଣାରୁ ଏଭଳି ସଂଘାତିକ୍‌ ତଥ୍ୟ ମିଳିଛି।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ପେଟରେ କୌଣସି ଜିନିଷ ଟାଇଟ୍‌ କରି ବାନ୍ଧିଲେ ଏହାର କୁପ୍ରଭାବ ଗଳାରେ ପଡ଼ିଥାଏ। ଫଳରେ ଗଳାର କ୍ୟାନସର ହେବାର ଆଶଙ୍କା ଅଧିକ ରହିଥାଏ। ଏହି ଗବେଷଣାରେ ୨୪ ଜଣ ସ୍କଲାର ସାମିଲ ହୋଇଥିଲେ। ଏଥିରୁ ଜଣାପଡ଼ିଥିଲା ଯେ, ଯେଉଁ ବ୍ୟକ୍ତିଙ୍କର ଓଜନ ଅଧିକ ଓ ସେମାନେ ବେଲଟ୍‌ ଅଧିକ ଟାଇଟ୍ କରି ପିନ୍ଧନ୍ତି, ସୋମାନଙ୍କ ପଖରେ ଏସିଡ୍ ରିଫ୍ଲକ୍ସ ଭଳି ସମସ୍ୟା ଦେଖିବାକୁ ମିଳେ। ସେମାନଙ୍କ ପେଟରେ ତିଆରି ହେଉଥିବା ଏସିଡ୍ ବା ଅମ୍ଳ ଅସ୍ଫାଗଲ ଗ୍ରନ୍ଥିରେ ପ୍ରଭାବ ପକାଇଥାଏ। ଯାହା ଫଳରେ ବ୍ୟକ୍ତିର ଗଳାରେ କ୍ୟାନସର ହେବାର ଭୟ ଥାଏ। ଗବେଷକଙ୍କ କହିବା ମେଦବହୁଳ ରୋଗୀ କିମ୍ବା ଅଧିକ ଓଜନର ବ୍ୟକ୍ତିମାନେ ବେଲଟ୍‌କୁ ଅଧିକ ଟାଇଟ୍ କରି ବାନ୍ଧିଲେ ସେମାନଙ୍କ  ପେଟରେ ଓ ଖାଦ୍ୟ ନଳୀରେ ଚାପ ପଡିଥାଏ। ଫଳରେ ପେଟରେ ସୃଷ୍ଟି ହେଉଥିବା ଅମ୍ଳ ତଳକୁ ନ ଯାଇ ଉପର ଆଡ଼କୁ ଗତି କରିଥାଏ। ଯାହା ଗଳାର କୋଷିକାଗୁଡ଼ିକୁ ନଷ୍ଟ କରିଦେଇଥାଏ। ପରବର୍ତ୍ତୀ ସମୟରେ ଏହା ପ୍ରତିକ୍ରିୟାଶୀଳ ହୋଇ କର୍କଟ ରୂପ ନେଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos