ଟିମନ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ କ୍ଷୀରୋଦ ମିଶ୍ରଙ୍କ ଆତ୍ମସମର୍ପଣ

ବଲାଙ୍ଗିର: କୁଖ୍ୟାତ ଅପରାଧୀ ଟିମନ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଗୁରୁଜୀ କ୍ଷୀରୋଦ ମିଶ୍ର ଆଜି ବଲାଙ୍ଗିର ଜିଲ୍ଲା ସଦର ଥାନାରେ ଆତ୍ମସମର୍ପଣ କରିଛନ୍ତି। କ୍ଷୀରୋଦଙ୍କ ନାଁରେ  ପୂର୍ବରୁ  ଜାମୀନ ବିହୀନ ପରୱାନା ଜାରି  କରିଥିଲା ପୋଲିସ୍।  ଟିମନ ଜେଲରେ ଥିବାବେଳେ ଗୁରୁଜୀଙ୍କୁ ପୋଲିସ୍ ଖୋଜୁଥିଲା  ଓ ତାଙ୍କ ସହ ଆହୁରି ୮ରୁ ଅଧିକ ଜଣଙ୍କ ନାଁରେ ୱାରେଣ୍ଟି ଜାରି କରି ସେମାନଙ୍କୁ ପଳାତକ ଘୋଷଣା କରିଥିଲା ପୋଲିସ୍। ଗତକାଲି ରାତିରେ ଟିମନ ଗ୍ୟାଙ୍ଗର ୨ ଜଣ ସଦସ୍ୟଙ୍କୁ ପୋଲିସ୍ […]

timan

timan

Rakesh Mallick
  • Published: Wednesday, 22 June 2016
  • Updated: 22 June 2016, 02:18 PM IST

Sports

Latest News

ବଲାଙ୍ଗିର: କୁଖ୍ୟାତ ଅପରାଧୀ ଟିମନ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଗୁରୁଜୀ କ୍ଷୀରୋଦ ମିଶ୍ର ଆଜି ବଲାଙ୍ଗିର ଜିଲ୍ଲା ସଦର ଥାନାରେ ଆତ୍ମସମର୍ପଣ କରିଛନ୍ତି। କ୍ଷୀରୋଦଙ୍କ ନାଁରେ  ପୂର୍ବରୁ  ଜାମୀନ ବିହୀନ ପରୱାନା ଜାରି  କରିଥିଲା ପୋଲିସ୍।  ଟିମନ ଜେଲରେ ଥିବାବେଳେ ଗୁରୁଜୀଙ୍କୁ ପୋଲିସ୍ ଖୋଜୁଥିଲା  ଓ ତାଙ୍କ ସହ ଆହୁରି ୮ରୁ ଅଧିକ ଜଣଙ୍କ ନାଁରେ ୱାରେଣ୍ଟି ଜାରି କରି ସେମାନଙ୍କୁ ପଳାତକ ଘୋଷଣା କରିଥିଲା ପୋଲିସ୍।

ଗତକାଲି ରାତିରେ ଟିମନ ଗ୍ୟାଙ୍ଗର ୨ ଜଣ ସଦସ୍ୟଙ୍କୁ ପୋଲିସ୍  ଗିରଫ କରିଛି।  ସେମାନେ  ହେଲେ  ବିକି ସୁନା ଓ ବଜରଙ୍ଗ  ବନଛୋର।  ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ  ପୋଲିସ୍ ତନାଘନା ଜାରି ରଖିଛି।

କ୍ଷୀରୋଦ ମିଶ୍ର କହିଛନ୍ତି, “ଟିମନ ଗ୍ୟାଙ୍ଗ ସହ ମୋର କୌଣସି ସମ୍ପର୍କ ନ ଥିଲା। ମୋ ପ୍ରତି ବିପଦ ଥିବାରୁ ମୁଁ ଫେରାର ହୋଇଯାଇଥିଲି। ମୁଁ ସରକାରୀ ଜମି ହଡ଼ପ କରିନାହିଁ। ମୁଁ ସେ କାର୍ଯ୍ୟରେ ସଂପୃକ୍ତ ନାହିଁ।  ମୁଁ କାହାକୁ ଡରାଇ ଧମକାଇ ଜମି ହଡ଼ପ କରି ନାହିଁ। ଯେ ମୋ ନାଁରେ ଅଭିଯୋଗ କରୁଛି ସେ କିଛି ଜାଣିନାହିଁ। ମୋ ନାଁରେ ଜୋରଜବଦସ୍ତ ଅଭିଯୋଗ କରାଯାଇଛି। ଆବଶ୍ୟକ ପଡ଼ିବାରୁ ମୁଁ ପୋଲିସ୍  ପାଖରେ ଆତ୍ମସମର୍ପଣ କରିଛି। ”

 ସେ ଆହୁରି କହିଛନ୍ତି, ”ମୁଁ ଜମି କାରବାର କରେ। କିନ୍ତୁ ଟିମନର ସହିତ କୌଣସି ଜମିକାରବାର କରିନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos