ତିରୁପତିଙ୍କ ନାଁରେ ଟଙ୍କା ନେଇ ଫ୍ଲାଟ ନ ଦେବା ଅଭିଯୋଗ

ଭୁବନେଶ୍ୱର: ହାଇଟେକ୍ ଗ୍ରୁପ ମୁଖ୍ୟ ତିରୁପତି ପାଣିଗ୍ରାହୀ ଟଙ୍କା ନେଇ ଫ୍ଲାଟ ଦେଉ ନ ଥିବା ଆଜି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ ହୋଇଛି। ପ୍ରାୟ ୨୦ରୁ ଅଧିକ କ୍ଷତିଗ୍ରସ୍ତ ଲୋକ ଏହି ଅଭିଯୋଗ କରିଛନ୍ତି। ତିରୁପତିଙ୍କ ସମେତ ମୋଟ ୪ ଜଣଙ୍କ  ବିରୋଧରେ ସେମାନେ ଏହି ଅଭିଯୋଗ କରିଛନ୍ତି। ଠକାମୀରେ ଶିକାର ହୋଇଥିବା  କିଛି ଗ୍ରାହକଙ୍କୁ ଫ୍ଲାଟ ଦେବାପାଇଁ  ପ୍ରତିଶ୍ରୁତି ଦିଆଯାଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ଘର ବା  ପଇସା କିଛି ଦିଆଯାଇ ନ […]

tirupati

tirupati

Rakesh Mallick
  • Published: Monday, 16 May 2016
  • Updated: 16 May 2016, 10:48 AM IST

Sports

Latest News

ଭୁବନେଶ୍ୱର: ହାଇଟେକ୍ ଗ୍ରୁପ ମୁଖ୍ୟ ତିରୁପତି ପାଣିଗ୍ରାହୀ ଟଙ୍କା ନେଇ ଫ୍ଲାଟ ଦେଉ ନ ଥିବା ଆଜି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ ହୋଇଛି। ପ୍ରାୟ ୨୦ରୁ ଅଧିକ କ୍ଷତିଗ୍ରସ୍ତ ଲୋକ ଏହି ଅଭିଯୋଗ କରିଛନ୍ତି। ତିରୁପତିଙ୍କ ସମେତ ମୋଟ ୪ ଜଣଙ୍କ  ବିରୋଧରେ ସେମାନେ ଏହି ଅଭିଯୋଗ କରିଛନ୍ତି। ଠକାମୀରେ ଶିକାର ହୋଇଥିବା  କିଛି ଗ୍ରାହକଙ୍କୁ ଫ୍ଲାଟ ଦେବାପାଇଁ  ପ୍ରତିଶ୍ରୁତି ଦିଆଯାଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ଘର ବା  ପଇସା କିଛି ଦିଆଯାଇ ନ ଥିବା  ଗ୍ରାହକମାନେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଲୋକଙ୍କଠାରୁ ଟଙ୍କା ନେଇ ଜମି ନ ଦେବା ଅଭିଯୋଗରେ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ୨୦୧୨ ଡିସେମ୍ବର ୫ରେ ତିରୁପତି ପାଣିଗ୍ରାହୀଙ୍କ ସମେତ ତାଙ୍କର ୨ଜଣ ସର୍ମ୍ପକୀୟ  ଓ ହାଇଟେକ୍ ଗ୍ରୁପର ନିର୍ଦ୍ଦେଶକ ତିରୁପତି ଚୌଧୁରୀ ଏବଂ ମଧୁସୂଦନ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଥିଲା। ଏମାନେ ଜମି ଦେବା ନାଁରେ ୨୦୦୯ରୁ ଲୋକମାନଙ୍କ ଠାରୁ ଟଙ୍କା ନେଇଥିଲେ। ତଦନ୍ତବେଳେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଜାଣିବାକୁ ପାଇଥିଲା ଯେ ହାଇଟେକ ଗ୍ରୁପ୍ ୩୧୫.୯୬କୋଟି ଟଙ୍କାର ଠକେଇ କରିଥିଲା। ସଂସ୍ଥା ରେସିଡେନ୍ସିଆଲ ପ୍ଲଟ ଯୋଗାଇ ଦେବାକୁ ୧୭,୧୮୧ ଲୋକଙ୍କ ଠାରୁ ଟଙ୍କା ଆଦାୟ କରିଥିଲା। ସେମାନଙ୍କ ମଧ୍ୟରୁ ମାତ୍ର ୨୮୦ଜଣଙ୍କୁ ଜମି ଯୋଗାଇ ଦେଇଥିଲା। କିନ୍ତୁ ବାକି ଲୋକେ ଜମି ପାଇ ନଥିଲେ କି ଟଙ୍କା ବି ଫେରସ୍ତ ପାଇ ନ ଥିଲେ।

ଏହି ମାମଲାରେ ସୁପ୍ରିମକୋର୍ଟ ତିରୁପତିଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ।  କୋର୍ଟ ତାଙ୍କୁ ୬୩.୫ କୋର୍ଟ ଟଙ୍କା ଜମା କରିବାକୁ  ନିର୍ଦ୍ଦେଶ ଦେବା ସହ ଟଙ୍କା ଜମା  ନ କଲେ  ତାଙ୍କର ଜାମିନ୍‌ ରଦ୍ଦ କରାଯିବ ବୋଲି କହିଥିଲେ। ତଦନ୍ତ ଅନୁଯାୟୀ ତିରୁପତି ତିନିଟି କିସ୍ତିରେ ଏହି ଟଙ୍କା ଜମା କରିଥିଲେ। ୬୩ କୋଟି ୫୦ ଲକ୍ଷରୁ ବକେୟା ୧୩ କୋଟି ଟଙ୍କା ୪ ସପ୍ତାହ ମଧ୍ୟରେ ଜମା କରିବାକୁ ସୁପ୍ରିମକୋର୍ଟ ଗତ ମାର୍ଚ୍ଚ ମାସରେ ତିରୁପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଟଙ୍କା ନ ଦେଲେ ତାଙ୍କ ସର୍ତ୍ତମୂଳକ ଜାମିନ ବାତିଲ ହେବ ବୋଲି କୋର୍ଟ କହିଥିଲେ। ପୂର୍ବରୁ ତିରୁପତି ପାଣିଗ୍ରାହୀ ୪ଟି କିସ୍ତିରେ ୫୦ କୋଟି ୫ ଲକ୍ଷ ଟଙ୍କା ସୁପ୍ରିମକୋର୍ଟରେ ଜମା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos