ଆଜି ପ୍ରକାଶ ପାଇବ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାଫଳ।  ସିବିଏସ୍ଇର ନିଜସ୍ୱ ୱେବସାଇଟ୍‌ରେ ଫଳ ପ୍ରକାଶ ପାଇବ।  ଚଳିତବର୍ଷ ସାରା ଦେଶରେ ୧୬, ୬୭,୫୭୩ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଇଛନ୍ତି।  ଓଡ଼ିଶା, ଛତିଶଗଡ଼ ଓ ପଶ୍ଟମବଙ୍ଗକୁ ମିଶାଇ ଭୁବନେଶ୍ୱର ରିଜିଅନ୍‌ରେ ମୋଟ୍ ୭୩ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ଏଥିରେ କେବଳ ଓଡ଼ିଶାରୁ ଅଛନ୍ତି ୨୩, ୮୦ ଜଣ ଛାତ୍ରଛାତ୍ରୀ ।