ଆଜି ଦୀପାବଳି: ଗାଁରୁ ସହର ପର୍ଯ୍ୟନ୍ତ ଉତ୍ସାହର ମାହୋଲ

ଭୁବନେଶ୍ୱର: ଆଜି ଆଲୋକର ପର୍ବ ଦୀପାବଳି। ଅନ୍ଧକାର ଉପରେ ଆଲୋକ ଏବଂ ଅଜ୍ଞାନ ଉପରେ ଜ୍ଞାନର ବିଜୟର ପ୍ରତୀକ। ବିଶ୍ୱାସ ରହିଛି ଲଙ୍କା ବିଜୟ ପରେ ଆଜିର ଦିନରେ ପ୍ରଭୁ ରାମଚନ୍ଦ୍ର ପତ୍ନୀ ସୀତା ଓ ଭାଇ ଲକ୍ଷ୍ମଣଙ୍କୁ ଧରି ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ। ଆଉ ଅଯୋଧ୍ୟାବାସୀ ଘରେ ଘରେ ପ୍ରଦୀପ ଜାଳି ପ୍ରଭୁ ଶ୍ରୀରାମଙ୍କୁ ସ୍ୱାଗତ କରିଥିଲେ। ସେଇ କିମ୍ୱଦନ୍ତୀକୁ ମନେପକାଇବା ପାଇଁ ଆଜି ଘରେ ଘରେ ଦୀପାବଳି ଉତ୍ସବ ପାଳନ କରାଯାଉଛି। ଦୀପାବଳିର ବିଶେଷ […]

Rakesh Mallick
  • Published: Thursday, 19 October 2017
  • Updated: 19 October 2017, 08:13 AM IST

ଭୁବନେଶ୍ୱର: ଆଜି ଆଲୋକର ପର୍ବ ଦୀପାବଳି। ଅନ୍ଧକାର ଉପରେ ଆଲୋକ ଏବଂ ଅଜ୍ଞାନ ଉପରେ ଜ୍ଞାନର ବିଜୟର ପ୍ରତୀକ। ବିଶ୍ୱାସ ରହିଛି ଲଙ୍କା ବିଜୟ ପରେ ଆଜିର ଦିନରେ ପ୍ରଭୁ ରାମଚନ୍ଦ୍ର ପତ୍ନୀ ସୀତା ଓ ଭାଇ ଲକ୍ଷ୍ମଣଙ୍କୁ ଧରି ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ। ଆଉ ଅଯୋଧ୍ୟାବାସୀ ଘରେ ଘରେ ପ୍ରଦୀପ ଜାଳି ପ୍ରଭୁ ଶ୍ରୀରାମଙ୍କୁ ସ୍ୱାଗତ କରିଥିଲେ। ସେଇ କିମ୍ୱଦନ୍ତୀକୁ ମନେପକାଇବା ପାଇଁ ଆଜି ଘରେ ଘରେ ଦୀପାବଳି ଉତ୍ସବ ପାଳନ କରାଯାଉଛି।diwali

ଦୀପାବଳିର ବିଶେଷ ଆକର୍ଷଣ ହେଉଛି ବାଣଫୁଟା। ସଂଧ୍ୟା ନଇଁବା କ୍ଷଣି ବିଭିନ୍ନ ପ୍ରକାର ଆତସବାଜିର ଶବ୍ଦରେ କମ୍ପିଉଠିବ ପୁରପଲ୍ଲୀ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁଠାରୁ ସହର।  ଭଳିକି ଭଳି ଅଲୋକ ଓ ତୋରଣରେ ସଜେଇ ହୋଇଛି ସହର ବଜାର। ଉଚ୍ଚ ଶଦ୍ଦ ସୃଷ୍ଟି କରୁଥିବା ବାଣ ଉପରେ କଟକଣା ସତ୍ତ୍ୱେ ସହର ସାରା ଛାଇ ଯାଇଛି ଦୋକାନ। ସରକାରଙ୍କ ନିର୍ଦ୍ଦେଶ ମୁତାବକ ଜନଗହଳିଠାରୁ ସୁରକ୍ଷିତ ସ୍ଥାନରେ ଦୋକାନ ଖୋଲିଛି। ସେହିପରି ସର୍ବସାଧାରଣରେ ବାଣ ଫୁଟାଇବା ନିୟମକୁ ବି କଡ଼ାକଡ଼ି ପାଳନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos