ଆଜି ଜନ୍ମାଷ୍ଟମୀ, ଜନ୍ମ ନେବେ ଭଗବାନ ଶ୍ରୀକୃଷ୍ଣ

ଭୁବନେଶ୍ୱର: କଥିତ ଅଛି ଭାରତ ହେଉଛି ପାର୍ବଣର ଦେଶ।  ପ୍ରତିମାସରେ କିଛି ନା କିଛି ପର୍ବର ନିଶ୍ଚୟ ଆୟୋଜନ ହୋଇଥାଏ।  ଆଉ ଭାଦ୍ରବ ମାସ ଏଥିରୁ ବାଦ ପଡିବ କିପରି।  ଆଜି ହେଉଛି  ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ। ଏଥିପାଇଁ ପୁରପଲ୍ଲୀ ସବୁଠି ଉତ୍ସବମୁଖର। ଶ୍ରୀକୃଷ୍ଣଙ୍କୁ ସ୍ୱାଗତ କରିବାକୁ କରାଯାଇଛି ବିଭିନ୍ନ ପ୍ରକାରର ଆୟୋଜନ। କିମ୍ବଦନ୍ତୀ ଅନୁଯାୟୀ, ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଦେବକୀ ଓ ବସୁଦେବଙ୍କ ପୁତ୍ରରୂପେ ଯୋଗେଶ୍ୱର କୃଷ୍ଣ ମଥୁରାରେ ଜନ୍ମଗ୍ରହଣ କରିଥିଲେ। କୃଷ୍ଣଙ୍କ […]

god

god

Rakesh Mallick
  • Published: Monday, 14 August 2017
  • Updated: 14 August 2017, 02:36 PM IST

ଭୁବନେଶ୍ୱର: କଥିତ ଅଛି ଭାରତ ହେଉଛି ପାର୍ବଣର ଦେଶ।  ପ୍ରତିମାସରେ କିଛି ନା କିଛି ପର୍ବର ନିଶ୍ଚୟ ଆୟୋଜନ ହୋଇଥାଏ।  ଆଉ ଭାଦ୍ରବ ମାସ ଏଥିରୁ ବାଦ ପଡିବ କିପରି।  ଆଜି ହେଉଛି  ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ। ଏଥିପାଇଁ ପୁରପଲ୍ଲୀ ସବୁଠି ଉତ୍ସବମୁଖର। ଶ୍ରୀକୃଷ୍ଣଙ୍କୁ ସ୍ୱାଗତ କରିବାକୁ କରାଯାଇଛି ବିଭିନ୍ନ ପ୍ରକାରର ଆୟୋଜନ।

କିମ୍ବଦନ୍ତୀ ଅନୁଯାୟୀ, ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଦେବକୀ ଓ ବସୁଦେବଙ୍କ ପୁତ୍ରରୂପେ ଯୋଗେଶ୍ୱର କୃଷ୍ଣ ମଥୁରାରେ ଜନ୍ମଗ୍ରହଣ କରିଥିଲେ। କୃଷ୍ଣଙ୍କ ଜନ୍ମସ୍ଥାନ ମଥୁରା ଓ ସେ ବଢିଥିବା ସ୍ଥାନ ବୃନ୍ଦାବନରେ ଜନ୍ମାଷ୍ଟମୀକୁ ବଡ ଧୂମଧାମରେ ପାଳନ କରାଯାଏ।  ଜନ୍ମାଷ୍ଟମୀରେ ଉପବାସର ମଧ୍ୟ ବିଧି ରହିଛି।

ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ପାଳନ କରାଯିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସମୟ ନିର୍ଘଣ୍ଟ କରାଯାଇଛି।  ଦୀର୍ଘ୫ ଘଣ୍ଟା ପାଇ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ।  ଅପରାହ୍ନ ୪ଟା ୩୦ରୁ ରାତି ୧୦ଟା ୩୦ ପର୍ଯ୍ୟନ୍ତ ଜନ୍ମନୀତି କରାଯିବ।  ସେହି ସମୟରେ ଦର୍ଶନ ବନ୍ଦ ରହିବ।  ସନ୍ଧ୍ୟାଧୂପ ପରେ ଜୟବିଜୟ ଦ୍ୱାରା ପଡିବା ପରେ ପୂଜାପଣ୍ଡାଙ୍କ ଦ୍ୱାରା ପଞ୍ଚମୁରୁଜର ମଣ୍ଡଳ କଟାଯାଇ  ଜନ୍ମନୀତି ଆରମ୍ଭ କରାଯିବ। ରୂପା ପଦ୍ମପାଖୁଡାରେ କୃଷ୍ଣଙ୍କ ସୁବର୍ଣ୍ଣପ୍ରତିମା ରଖାଯାଇ ପଞ୍ଚ ଉପଚାରରେ ପୂଜାବିଧି  ଅନୁଷ୍ଠିତ ହେବ।  ପରେ ଦକ୍ଷିଣ ଘରୁ ମଦନମୋହନଙ୍କୁ ରତ୍ନସିଂହାସରେ ବିଜେ କରାଯାଇଥାଏ।  ସେଠାରେ ମହାପ୍ରଭୁଙ୍କ ବାଡରୁ ଆଜ୍ଞାମାଳ ପାଇଁ ମଦନ ମୋହନ ଜନ୍ମଚକଡାରେ ବିଜେ କରିଥାନ୍ତି।  ସେଠାରେ ଦୁଇଜଣ ମହାଜନ ସେବାୟତ ଦେବକୀ ଓ ବସୁଦେବଙ୍କ ରୂପରେ ଶ୍ରୀକୃଷ୍ଣଙ୍କୁ କଣ୍ଡୁସି ଭୋଗ କରିଥାନ୍ତି।  ଏହି ସମୟରେ ଶ୍ରୀମନ୍ଦିରକୁ ଅନ୍ଧକାର କରାଯାଇଥାଏ।  ସେଠାରୁ ଶ୍ରୀକୃଷ୍ଣଙ୍କୁ ଝୁଲଣ ମଣ୍ଡପ ଦେଇ ସରସ୍ୱତୀ ମନ୍ଦିର ନିକଟକୁ ନି‌ଆଯାଇଥାଏ।  ବିଭିନ୍ନ ନୀତିକାନ୍ତି ସହ ଶ୍ରୀକୃଷ୍ଣଙ୍କୁ ରୂପା ସାମୁକାରେ କ୍ଷୀର ପାନ ସହ ନାଭିଛେଦନ ନୀତି କରାଯାଇଥାଏ।  କୃଷ୍ଣ ଜନ୍ମ ପରେ ମହାଭୋଇ ସେବାୟତମାନେ ମାଖନ, ସର, ଲବଣୀ ଆଦି ପ୍ରସ୍ତୁତ କରି କୃଷ୍ଣଙ୍କୁ ଅର୍ପଣକରିବାର ବିଧି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story