ଆଜି ମହରମ୍,ବାହାରିବ ତାଜିଆ ଶୋଭାଯାତ୍ରା

ଭୁବନେଶ୍ୱର: ଆଜି ଇସଲାମ୍ ଧର୍ମାବଲମ୍ବୀଙ୍କ ମହରମ୍ ପର୍ବ। ଏହି  ଅବସରରେ ତାଜିଆ ଶୋଭାଯାତ୍ରାର ଆୟୋଜନ କରାଯାଇଥାଏ। ଏଥିପାଇଁ ଭାଇଚାରାର ସହର କଟକ ସହ ରାଉରକେଲା ଓ ଭଦ୍ରକରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।  ରାଉରକେଲାରେ ଚଳିତବର୍ଷ ରାତି ବଦଳରେ ଦିନରେ ତାଜିଆ ଶୋଭାଯାତ୍ରା ଅନୁଷ୍ଠିତ ହେବ।  ଭଦ୍ରକରେ ମଧ୍ୟ ଭସାଣ ଓ ମହରମକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି।