ଆଜି ପ୍ରକାଶ ପାଇ ପାରେ ୨୦୧୪ ବିଜେପୁର ନିର୍ବାଚନ ମାମଲାର ରାୟ

କଟକ: ୨୦୧୪ ବିଜେପୁର ନିର୍ବାଚନ ସଂପର୍କିତ ମାମଲାର ରାୟ ଆଜି ହାଇକୋର୍ଟରେ ପ୍ରକାଶ ପାଇବାର ସମ୍ଭାବନା ରହିଛି। ଗତ ଗୁରୁବାର ଏ ସଂପର୍କିତ ଶୁଣାଣି ପରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ୨୦୧୪ ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ଏଠାରେ ପରାସ୍ତ ହେବାପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପ୍ରମାଣପତ୍ର ଦାଖଲ କରି ମାମଲାର ଅନ୍ତ ଘଟାଇବା ଲାଗି ତାଙ୍କ ପରିବାର ପକ୍ଷରୁ ଆବେଦନ କରାଯାଇଥିଲା। ତେବେ ପରାଜିତ […]

Rakesh Mallick
  • Published: Monday, 16 October 2017
  • Updated: 16 October 2017, 08:09 AM IST

Sports

Latest News

କଟକ: ୨୦୧୪ ବିଜେପୁର ନିର୍ବାଚନ ସଂପର୍କିତ ମାମଲାର ରାୟ ଆଜି ହାଇକୋର୍ଟରେ ପ୍ରକାଶ ପାଇବାର ସମ୍ଭାବନା ରହିଛି। ଗତ ଗୁରୁବାର ଏ ସଂପର୍କିତ ଶୁଣାଣି ପରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ୨୦୧୪ ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ଏଠାରେ ପରାସ୍ତ ହେବାପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପ୍ରମାଣପତ୍ର ଦାଖଲ କରି ମାମଲାର ଅନ୍ତ ଘଟାଇବା ଲାଗି ତାଙ୍କ ପରିବାର ପକ୍ଷରୁ ଆବେଦନ କରାଯାଇଥିଲା। ତେବେ ପରାଜିତ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ପକ୍ଷରୁ ଏହାକୁ ଦୃଢ଼ ବିରୋଧ କରାଯାଇଥିଲା।  ଆବେଦନକାରୀ କିମ୍ବା ପ୍ରତିପକ୍ଷଙ୍କ ମୃତ୍ୟୁ ହେଲେ ମାମଲା ଆପେ ଆପେ ବନ୍ଦ ହୁଏ ନାହିଁ ବୋଲି ପ୍ରସନ୍ନଙ୍କ ପକ୍ଷରୁ ଯୁକ୍ତି ରଖା ଯାଇଥିଲା। ମାମଲା ଆଗକୁ ବଢ଼ିବ ନା ନାହିଁ ତାହା ଉପରେ ଶୁଣାଣି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos