ଆଜି ବୋଲଗଡ଼ରୁ ନୟାଗଡ଼ ପର୍ଯ୍ୟନ୍ତ ଗଡ଼ିବ ଟ୍ରେନ୍‌

ଖୋର୍ଦ୍ଧା: ଖୋର୍ଦ୍ଧା- ବଲାଙ୍ଗିର ରେଳ ପ୍ରକଳ୍ପରେ ଆଜି ବୋଲଗଡ଼ ରୋଡରୁ ନୟାଗଡ଼ ଷ୍ଟେସନ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବେ ଗଡ଼ିବ ଟ୍ରେନ୍। ଏହି ରୁଟ୍‌ରେ ଆଜି ଟ୍ରାଏଲ କରୁଛି ରେଲେଓ୍ୱ।

ମେ’ ୧୧ରେ ଏହି ରୁଟରେ ଦୀର୍ଘ ୧୨ କିଲୋମିଟର ଇଞ୍ଜିନ ଗଡ଼ିଥିଲା। ଏହାପରେ ଏହି ରୁଟରେ ମାଲଗାଡ଼ିକୁ ମଧ୍ୟ ପରୀକ୍ଷାମୂଳକ ଭାବେ ଚଲାଯାଇଛି। ଆଜିର ଟ୍ରାଏଲ ରନ ବେଳେ ରେଳବାଇର ନିରାପତ୍ତା ବିଭାଗର ଚିଫ୍ କମିଶନଙ୍କ ସହ ଅନ୍ୟ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ରହିବେ।