ଦେଶବ୍ୟାପୀ ଟ୍ରକ ଧର୍ମଘଟ: ମାଲ୍ ପରିବହନ ଠପ୍

କଟକ: ସାରା ଦେଶରେ ଆଜିଠାରୁ ଟ୍ରକ୍ ଧର୍ମଘଟ ଆରମ୍ଭ ହୋଇଛି। ପରିବହନ ବ୍ୟବସ୍ଥାରୁ ଟିଡିଏସ୍ ଉଚ୍ଛେଦ  କରି ବ୍ୟାରିୟର ଫ୍ରି ଟୋଲ୍ ଆଦାୟ ବ୍ୟବସ୍ଥା ଲାଗୁ, ରାଜ୍ୟ ସରକାରଙ୍କ ଗ୍ରୀନ୍ ଟ୍ୟାକ୍ସ ବ୍ୟବସ୍ଥା ଉଚ୍ଛେଦ ଆଦି ପ୍ରମୁଖ ଦାବି କରି ଟ୍ରକ୍ ମାଲିକମାନେ ଏହି ଆନ୍ଦୋଳନର ଡାକରା ଦେଇଛନ୍ତି। ଧର୍ମଘଟରେ ସାରା ଦେଶର ପ୍ରାୟ ୮୭ ଲକ୍ଷ ଟ୍ରକ୍ ଓ ଓଡିଶାର ୧ଲକ୍ଷ ୭୦ହଜାର ଟ୍ରକ୍ ସାମିଲ ହୋଇଛନ୍ତି। କଟକରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଅଖିଳ […]

strick

strick

Rakesh Mallick
  • Published: Thursday, 01 October 2015
  • Updated: 01 October 2015, 05:32 PM IST

Sports

Latest News

କଟକ: ସାରା ଦେଶରେ ଆଜିଠାରୁ ଟ୍ରକ୍ ଧର୍ମଘଟ ଆରମ୍ଭ ହୋଇଛି। ପରିବହନ ବ୍ୟବସ୍ଥାରୁ ଟିଡିଏସ୍ ଉଚ୍ଛେଦ  କରି ବ୍ୟାରିୟର ଫ୍ରି ଟୋଲ୍ ଆଦାୟ ବ୍ୟବସ୍ଥା ଲାଗୁ, ରାଜ୍ୟ ସରକାରଙ୍କ ଗ୍ରୀନ୍ ଟ୍ୟାକ୍ସ ବ୍ୟବସ୍ଥା ଉଚ୍ଛେଦ ଆଦି ପ୍ରମୁଖ ଦାବି କରି ଟ୍ରକ୍ ମାଲିକମାନେ ଏହି ଆନ୍ଦୋଳନର ଡାକରା ଦେଇଛନ୍ତି। ଧର୍ମଘଟରେ ସାରା ଦେଶର ପ୍ରାୟ ୮୭ ଲକ୍ଷ ଟ୍ରକ୍ ଓ ଓଡିଶାର ୧ଲକ୍ଷ ୭୦ହଜାର ଟ୍ରକ୍ ସାମିଲ ହୋଇଛନ୍ତି।

କଟକରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଅଖିଳ ଭାରତ ମୋଟର ପରିବହନ କଂଗ୍ରେସ୍ ସଭାପତି ଭିମ୍ ୱାଧା କହିଥିଲେ ଯେ ଧର୍ମଘଟ ପୂର୍ବରୁ ଅନେକ ଥର କେନ୍ଦ୍ର ସରକାରଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରାଯାଇଥିଲେ ମଧ୍ୟ ଏହା ବିଫଳ ହୋଇଯାଇଥିଲା । ଏଥର ହେବାକୁ ଥିବା ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟର ଫଳାଫଳ ଯାହା ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ସେ ଚେତାବନୀ ଦେଇଛନ୍ତି। ବୈଠକରେ ଅଖିଳ ଭାରତ ମୋଟର ପରିବହନ କଂଗ୍ରେସର ଟୋଲ୍ କମିଟି ଅଧ୍ୟକ୍ଷ ଜି.ଆର. ସାନ୍ ମୁଗାପ୍ପା, ପୂର୍ବତନ ସଭାପତି ଓ.ପି. ଅଗ୍ରୱାଲ, ଓଡିଶା ରାଜ୍ୟ ଟ୍ରକ୍ ଓନର ଫେଡେରେସନର ସାଧାରଣ ସମ୍ପାଦକ ରବି ନାରାୟଣ ଶତପଥୀଙ୍କ ସମେତ ବିଭିନ୍ନ ଅଞ୍ଚଳର ଟ୍ରକ୍ ମାଲିକମାନେ ଯୋଗ ଦେଇଥିଲେ।

ଏପଟେ ଆନ୍ଦୋଳନ ଯୋଗୁଁ ଶହ ଶହ ଟ୍ରକ ରାସ୍ତା କଡରେ ଛିଡା ହୋଇଛନ୍ତି । କଟକ ରାଲୱେ ଷ୍ଟେସନ ସହ ବ୍ରହ୍ମପୁର, ବାଲେଶ୍ୱର ଓ ସମ୍ୱଲପୁରରେ ଟ୍ରକ ସେବା ଠପ ହୋଇଯାଇଛି । ପ୍ରଚଳିତ ଟୋଲ୍ ବ୍ୟବସ୍ଥାକୁ ବିରୋଧ କରି ଦେଶବ୍ୟାପୀ ଜାତୀୟ ରାଜପଥରେ ନିର୍ମାଣ ହୋଇଥିବା ୩୭୩ ଟୋଲ୍ ଗେଟ୍ ଉଚ୍ଛେଦ ଓ ଟ୍ରକ୍ ଭଡ଼ାରୁ ଟିଡିଏସ୍ କାଟ୍ ବନ୍ଦ କରିବାକୁ ସଂଘ ଦାବି କରିଛି। ଏ ଦୁଇ ଦାବି ବ୍ୟତୀତ ରାଜ୍ୟ ଟ୍ରକ୍ ମାଲିକ ସଂଘ, ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ସବୁଜ ଟାକ୍ସ ଉଚ୍ଛେଦ ଓ ବର୍ଡର ଚେକପୋଷ୍ଟ ଗୁଡିକରେ ଟ୍ରକ୍ କର୍ମଚାରୀଙ୍କୁ ହଇରାଣ କରାଯିବା ବନଦ କରିବାକୁ ଦାବି କରାଯାଇଛି ।

ଟ୍ରକ୍ ଧର୍ମଘଟରୁ କ୍ଷୀର, ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନକୁ ବାଦ୍ ଦିଆଯାଇଛି। ଧର୍ମଘଟକୁ ଏଡ଼ାଇବା ଲାଗି ଡିସେମ୍ୱର ସୁଦ୍ଧା ଇଲେକ୍ଟ୍ରୋନିକ ଟୋଲ୍ ବ୍ୟବସ୍ଥା ଲାଗୁ କରିବାକୁ ଗତକାଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ପ୍ରତିଶ୍ରୁତି ଦେଇଥିଲେ। ତେବେ ମଟର ପରିବହନ କଂଗ୍ରେସ ଏହାକୁ ଗ୍ରହଣ କରି ନ ଥିଲା। ରାଜ୍ୟ ସରକାର ପରିସ୍ଥିତି ଉପରେ ନଜର ରଖି ଥିବା ପରିବହନ ମନ୍ତ୍ରୀ ରମେଶ ମାଝି କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos