ରାତି ପାହିଲେ ପଞ୍ଚୁକ: ଧବଳେଶ୍ୱରରେ ଶ୍ରଦ୍ଧାଳୁଙ୍କ ଭିଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧର୍ମ ମାସ କାର୍ତ୍ତିକର ଆଜି ହେଉଛି ଶେଷ ସୋମବାର। ଏଥିପାଇଁ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ସେଥିପାଇଁ ନୀତିକାନ୍ତି ପରେ ଭୋର ୩ଟାରୁ ସର୍ବସାଧାରଣ ଦର୍ଶନ ଦେଇଥିଲେ ପ୍ରଭୁ ଧବଳେଶ୍ୱର। ହଜାର ହଜାର ଶ୍ରଦ୍ଧାଳୁ ଧାଡ଼ିରେ ଯାଇ ପ୍ରଭୁଙ୍କ ଦର୍ଶନ କରିଥିଲେ। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ସିସିଟିଭି ମଧ୍ୟ ଲଗାଯାଇଛି। ଝୁଲା ପୋଲ, ମନ୍ଦିର ବେଢ଼େ, ଡାଙ୍ଗା ଘାଟରେ ବ୍ୟାପକ ପୋଲିସ ମୁତୟନ […]

dhabaleswar

dhabaleswar

Rakesh Mallick
  • Published: Monday, 30 October 2017
  • Updated: 30 October 2017, 08:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧର୍ମ ମାସ କାର୍ତ୍ତିକର ଆଜି ହେଉଛି ଶେଷ ସୋମବାର। ଏଥିପାଇଁ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ସେଥିପାଇଁ ନୀତିକାନ୍ତି ପରେ ଭୋର ୩ଟାରୁ ସର୍ବସାଧାରଣ ଦର୍ଶନ ଦେଇଥିଲେ ପ୍ରଭୁ ଧବଳେଶ୍ୱର। ହଜାର ହଜାର ଶ୍ରଦ୍ଧାଳୁ ଧାଡ଼ିରେ ଯାଇ ପ୍ରଭୁଙ୍କ ଦର୍ଶନ କରିଥିଲେ। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ସିସିଟିଭି ମଧ୍ୟ ଲଗାଯାଇଛି। ଝୁଲା ପୋଲ, ମନ୍ଦିର ବେଢ଼େ, ଡାଙ୍ଗା ଘାଟରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଆସନ୍ତା ୨ ତାରିଖରେ ବଡ଼ଓଷା ପଡ଼ୁଥିବାରୁ ସୁରକ୍ଷା ଦାୟିତ୍ୱରେ ରହିବେ ୧୮ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ଏହାଛଡ଼ା ୩ ଏଏସ୍‌ପି, ୭ ଡିଏସ୍‌ପି, ୪୫ ଆଇଆଇସି ସୁରକ୍ଷା ତଦାରଖ କରିବେ। ଘାଟରେ ୨ଟି ଓଡ୍ରାଫ୍ ଓ ୨ଟି ଫାୟାର ବ୍ରିଗେଡ୍ ମଧ୍ୟ ମହଜୁଦ ରହିବେ। ଆଜି ବସିଥିବା ବୈଠକରେ ଏନେଇ ସ୍ଥିର ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos