ରାତି ପାହିଲେ ବିଧାନସଭା: ପଢ଼ନ୍ତୁ କାହାର କ’ଣ ରଣନୀତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ବସୁଛି ବିଧାନସଭାର ମୌସୁମୀ ଅଧିବେଶନ। ଏଥିପାଇଁ ରାଜ୍ୟର ଦୁଇ ବିରୋଧୀ ଦଳ ରଣନୀତି ପ୍ରସ୍ତୁତ କରିଛନ୍ତି। ଶାସକ ଦଳ ମଧ୍ୟ ପଛରେ ନାହିଁ। କେନ୍ଦ୍ରୀୟ ଅବହେଳା ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀଙ୍କୁ କାଉଣ୍ଟର ଆଟାକ୍‌ କରିବ। ଏନେଇ ଆଜି ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। ବିଜେପି ରଣନୀତି ମୌସୁମୀ ଅଧିବେଶନରେ ଶାସକ ଦଳକୁ ଘେରିବା ପାଇଁ ବିରୋଧୀ ପ୍ରସ୍ତୁତ କରିଛନ୍ତି ଲମ୍ବା ତାଲିକା। ଫାଇନ ଆଦାୟ ନେଇ ଶାସକ ଦଳ […]

Rakesh Mallick
  • Published: Wednesday, 06 September 2017
  • Updated: 06 September 2017, 08:14 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ବସୁଛି ବିଧାନସଭାର ମୌସୁମୀ ଅଧିବେଶନ। ଏଥିପାଇଁ ରାଜ୍ୟର ଦୁଇ ବିରୋଧୀ ଦଳ ରଣନୀତି ପ୍ରସ୍ତୁତ କରିଛନ୍ତି। ଶାସକ ଦଳ ମଧ୍ୟ ପଛରେ ନାହିଁ। କେନ୍ଦ୍ରୀୟ ଅବହେଳା ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀଙ୍କୁ କାଉଣ୍ଟର ଆଟାକ୍‌ କରିବ। ଏନେଇ ଆଜି ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି।

ବିଜେପି ରଣନୀତି

ମୌସୁମୀ ଅଧିବେଶନରେ ଶାସକ ଦଳକୁ ଘେରିବା ପାଇଁ ବିରୋଧୀ ପ୍ରସ୍ତୁତ କରିଛନ୍ତି ଲମ୍ବା ତାଲିକା। ଫାଇନ ଆଦାୟ ନେଇ ଶାସକ ଦଳ ଓ ଖଣି ଲିଜଧାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା, ମୁଖ୍ୟମନ୍ତ୍ରୀଙ୍କ ଆକାଉଣ୍ଟ ଅନିୟମିତତା, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ଆଇନଶୃଙ୍ଖଳା ପରିସ୍ଥିତି, ପିଆଜ ଦର ବୃଦ୍ଧି ଓ ନିଯୁକ୍ତି ଭଳି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବ ବିଜେପି।

କଂଗ୍ରେସ ରଣନୀତି

ସେହିପରି ମୌସୁମୀ ଅଧିବେଶନରେ ଶାସକ ଦଳ ବିଜେଡି ଓ କେନ୍ଦ୍ର ସରକାରଙ୍କ ଅବହେଳାକୁ ପ୍ରସଙ୍ଗ କରିବ କଂଗ୍ରେସ। ତେବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ବେକାର ଯୁବକଙ୍କୁ ନିଯୁକ୍ତି, ବିମୁଦ୍ରାକରଣ ପ୍ରମୁଖ ପ୍ରସଙ୍ଗକୁ ନେଇ କଂଗ୍ରେସ ରଣ ହୁଙ୍କାର ଦେଇପାରେ।

ବିଜେଡି ରଣନୀତି

ତେବେ ବିରୋଧୀଙ୍କୁ ଶାସକ ଦଳ ସମାଲୋଚନା କରିବାକୁ ପଛାଇ ନାହିଁ। ବିଜେଡି କହିଛି, ବିରୋଧୀଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ। ଚଳିତ ଅଧିବେଶରେ ଶାସକ ଦଳ କେନ୍ଦ୍ରୀୟ ଅବହେଳା, ବିଭିନ୍ନ ଯୋଜନା କାଟ୍, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି,  ବିମୁଦ୍ରାକରଣ ଫେଲ୍, ରନ୍ଧନ ଗ୍ୟାସ ସିଲିଣ୍ଡରରେ ସବ୍‌ସିଡି ଅର୍ଥ ପ୍ରତ୍ୟାହରକୁ ନେଇ ଶାସକ ଦଳ  ବିରୋଧୀଙ୍କୁ କାଉଣ୍ଟର କରିବୁ।

କିଏ କ’ଣ କହିଛନ୍ତି 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି-“ମୌସୁମୀ ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ। ବିରୋଧୀ ଗଠନମୂଳକ ପ୍ରସ୍ତାବ ଆଣିଲେ ଆଲୋଚନା ହେବ।”

ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ କହିଛନ୍ତି-“ମୌସୁମୀ ଅଧିବେଶନରେ ମୋଟ୍ ୮ଟି କାର୍ଯ୍ୟ ଦିବସରେ ୯ଟି ବିଲ୍ ଆସିବ। କେନ୍ଦ୍ରୀୟ ଅବହେଳା ଓ ମହାନଦୀ ବିବାଦ ଉଠିବ।”

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି-“କେନ୍ଦ୍ର ଓ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ପ୍ରତିଶ୍ରୁତି ରକ୍ଷା କରିପାରି ନାହାଁନ୍ତି। ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ବେକାରୀ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି।”

ବିଜେପି ବିଧାୟକ ରବି ନାୟକ କହିଛନ୍ତି-“ମୁଖ୍ୟମନ୍ତ୍ରୀ ଯେଉଁ ମିଥ୍ୟ ସତ୍ୟପାଠ କରିଛନ୍ତି ତାହା ଉପରେ ବିଜେପି ଲଢ଼େଇ କରିବ। ଏନେଇ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story