ଆସନ୍ତାକାଲି ଆସୁଛନ୍ତି କୋବିନ୍ଦ, ବିଧାନସଭା ସମ୍ମିଳନୀ କକ୍ଷରେ ବଜେଡି ବିଧାୟକ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ  

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦ। ବିଭିନ୍ନ ରାଜନୈତିକ ଦଳର ସମର୍ଥନ ଲୋଡ଼ିବାକୁ କୋବିନ୍ଦ ଭୁବନେଶ୍ୱର ଆସୁଛନ୍ତି। ଏହି ଅବସରରେ ସେ ବିଧାନସଭା ସମ୍ମିଳନୀ କକ୍ଷରେ ବିଜେଡି ବିଧାୟକ ଓ ସାଂସଦମାନଙ୍କୁ ଭେଟିବେ। କୋବିନ୍ଦଙ୍କୁ ବିଜେଡି ପକ୍ଷରୁ ସମର୍ଥନ ଘୋଷଣା କରାଯାଇଥିବାରୁ କାଲି ଦଳ ପକ୍ଷରୁ ବସିବାକୁ ଥିବା ବୈଠକରେ ବିଧାୟକ ଓ ସାଂସଦମାନଙ୍କୁ ଉପସ୍ଥିତ ରହିବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କାଲି ଦିନ ୧୧ଟା ବେଳେ ବିଧାନସଭା ସମ୍ମିଳନୀ […]

kovinda

kovinda

Rakesh Mallick
  • Published: Thursday, 13 July 2017
  • Updated: 13 July 2017, 01:44 PM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦ। ବିଭିନ୍ନ ରାଜନୈତିକ ଦଳର ସମର୍ଥନ ଲୋଡ଼ିବାକୁ କୋବିନ୍ଦ ଭୁବନେଶ୍ୱର ଆସୁଛନ୍ତି। ଏହି ଅବସରରେ ସେ ବିଧାନସଭା ସମ୍ମିଳନୀ କକ୍ଷରେ ବିଜେଡି ବିଧାୟକ ଓ ସାଂସଦମାନଙ୍କୁ ଭେଟିବେ। କୋବିନ୍ଦଙ୍କୁ ବିଜେଡି ପକ୍ଷରୁ ସମର୍ଥନ ଘୋଷଣା କରାଯାଇଥିବାରୁ କାଲି ଦଳ ପକ୍ଷରୁ ବସିବାକୁ ଥିବା ବୈଠକରେ ବିଧାୟକ ଓ ସାଂସଦମାନଙ୍କୁ ଉପସ୍ଥିତ ରହିବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

କାଲି ଦିନ ୧୧ଟା ବେଳେ ବିଧାନସଭା ସମ୍ମିଳନୀ କକ୍ଷରେ ବିଜେଡିର ବୈଠକ ବସିବ ବୋଲି ଦଳର ମୁଖପାତ୍ର ସମୀର ଦାଶ ସୂଚନା ଦେଇଛନ୍ତି। ସେହିପରି ଅପରାହ୍ନ ୨ଟା ପରେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓଙ୍କ ବାସଭବନରେ ବିଜେପି ବିଧାୟକମାନଙ୍କୁ ନେଇ ବସିଥିବା ବୈଠକରେ ମଧ୍ୟ କୋବିନ୍ଦ ଯୋଗଦେବା କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos