ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ପରେ ଓଲଟି ପଡ଼ିଲା ବସ୍: ଜଣେ ମୃତ, ୩୦ରୁ ଅଧିକ ଆହତ

ଭୁବନେଶ୍ୱର: ୧୬ ନମ୍ବର ଜାତୀୟ ରାଜପଥରେ ଓଲଟିଲା ନାଇଟ୍ ଏକ୍ସପ୍ରେସ ବସ୍। ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କୁ ବାଣପୁର, ବାଲୁଗାଁ ଓ ଭୁବନେଶ୍ୱରରେ ଚିକିତ୍ସା କରାଯାଉଛି। ଗତ ରାତିରେ ଭୁବନେଶ୍ୱରରୁ ଜୟପୁର ଅଭିମୁଖେ ଯାଉଥିଲା ରିଲାଏନ୍ସ ନାମକ ଏହି ଘରୋଇ ଯାତ୍ରୀବାହୀ ବସ୍। ତେବେ ୧୬ ନମ୍ବର ଜାତୀୟ ରାଜପଥ ବାଲୁଗାଁ ନିକଟ ବେଲପଡ଼ାରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟର ସହ […]

accident

accident

Rakesh Mallick
  • Published: Thursday, 08 June 2017
  • Updated: 08 June 2017, 07:41 AM IST

Sports

Latest News

ଭୁବନେଶ୍ୱର: ୧୬ ନମ୍ବର ଜାତୀୟ ରାଜପଥରେ ଓଲଟିଲା ନାଇଟ୍ ଏକ୍ସପ୍ରେସ ବସ୍। ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କୁ ବାଣପୁର, ବାଲୁଗାଁ ଓ ଭୁବନେଶ୍ୱରରେ ଚିକିତ୍ସା କରାଯାଉଛି।

ଗତ ରାତିରେ ଭୁବନେଶ୍ୱରରୁ ଜୟପୁର ଅଭିମୁଖେ ଯାଉଥିଲା ରିଲାଏନ୍ସ ନାମକ ଏହି ଘରୋଇ ଯାତ୍ରୀବାହୀ ବସ୍। ତେବେ ୧୬ ନମ୍ବର ଜାତୀୟ ରାଜପଥ ବାଲୁଗାଁ ନିକଟ ବେଲପଡ଼ାରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ଫଳରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାରୁ ପ୍ରାୟ ୨୫ ଫୁଟ୍ ତଳକୁ ଖସିପଡ଼ିଥିଲା। ଘଟଣାସ୍ଥଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତ ଯାତ୍ରୀଙ୍କ ପରିଚୟ ମିଳିପାରିନି। ପୋଲିସ ଏବଂ ଅଗ୍ନିଶମ ବାହିନୀ ରାତିରେ ଘଟଣାସ୍ଥଳକୁ ଯାଇ ସମସ୍ତଙ୍କୁ ଉଦ୍ଧାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos