ଟ୍ରେନ୍‌ ଦୁର୍ଘଟଣାରେ ମୃତ ୨ ଯାତ୍ରୀଙ୍କର ଆଜି ହେବ ବ୍ୟବଚ୍ଛେଦ

କଟକ: କଟକ କାଠଯୋଡ଼ି ଷ୍ଟେସନ୍‌ରେ ଗତକାଲି ଟ୍ରେନ୍‌ ଦୁର୍ଘଟଣା ଘଟି ମୃତ୍ୟୁବରଣ କରିଥିବା ୨ ରେଳ ଯାତ୍ରୀଙ୍କର ଆଜି ବ୍ୟବଚ୍ଛେଦ କରାଯିବ। ବ୍ୟବଚ୍ଛେଦ ପରେ ମୃତକଙ୍କ ପରିବାରକୁ ଶବ ହସ୍ତାନ୍ତର କରାଯିବ। ମୃତକ ମାନେ ହେଲେ ଜିଆର୍‌ପି କର୍ମଚାରୀ ଅମୂଲ୍ୟ ମହାନ୍ତି ଓ ରଞ୍ଜିତ ଦାସ। ଗତକାଲି କାଠଯୋଡି ପବ୍ଲିକ୍‌ ହଲଟରେ ଏକ ମାଲବାହୀ ଟ୍ରେନ୍‌ ଛିଡା ହୋଇଥିବା ବେଳେ ଟ୍ରାକ୍‌ରେ ଆସୁଥିବା ଭୁବନେଶ୍ୱର-ଭଦ୍ରକ ଡିଏମ୍‌ୟୁ ଟ୍ରେନ୍‌ ଉକ୍ତ ମାଲ୍‌ବାହୀ ଟ୍ରେନ୍‌କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ୨ […]

train

train

Rakesh Mallick
  • Published: Friday, 30 September 2016
  • Updated: 30 September 2016, 02:37 PM IST

Sports

Latest News

trainକଟକ: କଟକ କାଠଯୋଡ଼ି ଷ୍ଟେସନ୍‌ରେ ଗତକାଲି ଟ୍ରେନ୍‌ ଦୁର୍ଘଟଣା ଘଟି ମୃତ୍ୟୁବରଣ କରିଥିବା ୨ ରେଳ ଯାତ୍ରୀଙ୍କର ଆଜି ବ୍ୟବଚ୍ଛେଦ କରାଯିବ। ବ୍ୟବଚ୍ଛେଦ ପରେ ମୃତକଙ୍କ ପରିବାରକୁ ଶବ ହସ୍ତାନ୍ତର କରାଯିବ। ମୃତକ ମାନେ ହେଲେ ଜିଆର୍‌ପି କର୍ମଚାରୀ ଅମୂଲ୍ୟ ମହାନ୍ତି ଓ ରଞ୍ଜିତ ଦାସ।

ଗତକାଲି କାଠଯୋଡି ପବ୍ଲିକ୍‌ ହଲଟରେ ଏକ ମାଲବାହୀ ଟ୍ରେନ୍‌ ଛିଡା ହୋଇଥିବା ବେଳେ ଟ୍ରାକ୍‌ରେ ଆସୁଥିବା ଭୁବନେଶ୍ୱର-ଭଦ୍ରକ ଡିଏମ୍‌ୟୁ ଟ୍ରେନ୍‌ ଉକ୍ତ ମାଲ୍‌ବାହୀ ଟ୍ରେନ୍‌କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ଉଦ୍ଧାର କରାଯାଇ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ  ୧୦ ଜଣ ଯାତ୍ରୀଙ୍କୁ ଛାଡ଼ି ଦିଆଯାଇଥିବା ବେଳେ ବାକି ୧୭ ଜଣ ଆହତଙ୍କର ଚିକିତ୍ସା ଚାଲିଛି। ଏମାନଙ୍କ ମଧ୍ୟରେ ୬ ଜଣ ମହିଳା ଥିବା ଜଣାପଡ଼ିଛି। ଚିକିତ୍ସା ବ୍ୟବସ୍ଥା ପାଇଁ ମେଡିକାଲ୍‌ ସୁପରିଟେଣ୍ଡେଣ୍ଟଙ୍କ ନେତୃତ୍ୱରେ ବିଭିନ୍ନ ବିଭାଗର ବିଶେଷଜ୍ଞଙ୍କୁ ନେଇ ଟିମ୍‌ ଗଠନ କରାଯାଇଛି।

କଟକ ରେଳ ଦୁର୍ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ରେଳ ସୁରକ୍ଷା ଆୟୁକ୍ତ ଘଟଣାର ତଦନ୍ତ କରିବେ। ଆସନ୍ତା ୩ ତାରିଖରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବ। ଏ ନେଇ ପୂର୍ବତଟ ରେଳବାଇ ସିପିଆରଓ ଜ୍ୟୋତିପ୍ରକାଶ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଯେକୌଣସି ସାଧାରଣ ଲୋକ ସାକ୍ଷ୍ୟ ଦେଇ ପାରିବେ। ଏନେଇ ତାରିଖ ଓ ଗଣମାଧ୍ୟମରେ ପ୍ରକାଶ କରାଯିବ।”

ଦୁର୍ଘଟଣା ପରେ ଅଗ୍ନିଶମ ବିଭାଗ, ଓଡ୍ରାଫ୍‌ ଟିମ୍‌, ଏନ୍‌ଡିଆର୍‌ଏଫ୍‌, ରେଲୱେ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଲୋକଙ୍କୁ ଉଦ୍ଧାର କରିଥିଲେ। ୯ଟି ୧୦୮ଆମ୍ୱୁଲାନ୍ସକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇ ଆହତମାନଙ୍କୁ କଟକ ବଡ଼ ମେଡିକାଲକୁ ନିଆଯାଇଥିଲା।

ଏହି ଦୁର୍ଘଟଣା ଯୋଗୁଁ ଗତକାଲି ବାରଙ୍ଗ-କଟକ ରୁଟ୍‌ରେ ଚଳାଚଳ ପ୍ରଭାବିତ ହୋଇଥିବା ବେଳେ ଆଜି ସକାଳ ୬ଟାରୁ ଏହା ସମାନ୍ୟ ହୋଇଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story