ନିର୍ଗୁଣ୍ଡିରେ ଟ୍ରେନ୍‌ ଲାଇନ୍‌ଚ୍ୟୁତ: ୨ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ, ୫ ବାତିଲ

କଟକ:  ଆଠଗଡ଼ର ନିର୍ଗୁଣ୍ଡି ଷ୍ଟେସନରେ ଗୋଟିଏ ମାଲବାହୀ ଟ୍ରେନର ୧୬ଟି ବଗି ରେଳ ଧାରଣାରୁ ବାହାରି ଯିବାରୁ ପୂର୍ବତଟ ରେଲୱେର ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହି ରୁଟ୍‌ରେ ୨ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଥିବା ବେଳେ ୫ଟି ଟ୍ରେନ୍‌କୁ ବାତିଲ କରାଯାଇଛି। ତେବେ ଅନ୍ୟ ରୁଟ୍‌ରେ ଟ୍ରେନ ଚଳାଚଳ କରିବ। ଟ୍ରେନ୍ ଗୁଡ଼ିକ ଭାୟା ବାରଙ୍ଗ/କପିଳାସ ରୋଡ଼ ଦେଇ ଯିବ। ରାଜଧାନୀ ଏକ୍ସପ୍ରେସ୍ ଭାୟା ନରାଜ ଦେଇ ଯିବ। ହଟିଆ-ପୁରୀ ତପସ୍ୱନୀ ଏକ୍ସପ୍ରେସ୍ ଓ ସିକନ୍ଦରାବାଦ-ହାଓ୍ୱଡ଼ା […]

Rakesh Mallick
  • Published: Wednesday, 27 September 2017
  • Updated: 27 September 2017, 04:58 AM IST

Sports

Latest News

କଟକ:  ଆଠଗଡ଼ର ନିର୍ଗୁଣ୍ଡି ଷ୍ଟେସନରେ ଗୋଟିଏ ମାଲବାହୀ ଟ୍ରେନର ୧୬ଟି ବଗି ରେଳ ଧାରଣାରୁ ବାହାରି ଯିବାରୁ ପୂର୍ବତଟ ରେଲୱେର ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହି ରୁଟ୍‌ରେ ୨ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଥିବା ବେଳେ ୫ଟି ଟ୍ରେନ୍‌କୁ ବାତିଲ କରାଯାଇଛି। ତେବେ ଅନ୍ୟ ରୁଟ୍‌ରେ ଟ୍ରେନ ଚଳାଚଳ କରିବ। ଟ୍ରେନ୍ ଗୁଡ଼ିକ ଭାୟା ବାରଙ୍ଗ/କପିଳାସ ରୋଡ଼ ଦେଇ ଯିବ। ରାଜଧାନୀ ଏକ୍ସପ୍ରେସ୍ ଭାୟା ନରାଜ ଦେଇ ଯିବ। ହଟିଆ-ପୁରୀ ତପସ୍ୱନୀ ଏକ୍ସପ୍ରେସ୍ ଓ ସିକନ୍ଦରାବାଦ-ହାଓ୍ୱଡ଼ା ସ୍ପେଶାଲ ଏକ୍ସପ୍ରେସର ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି।

ଭଦ୍ରକ-ଭୁବନେଶ୍ୱର, ଭୁବନେଶ୍ୱର- ବ୍ରହ୍ମପୁର, ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ଟ୍ରେନ୍‌କୁ ବାତିଲ କରିଦିଆଯାଇଛି। ସେହିପରି କଟକ-ଭଦ୍ରକ ଓ ଭଦ୍ରକ-କଟକ ପାସେଞ୍ଜର ଟ୍ରେନ୍‌ ମଧ୍ୟ ବାତିଲ ହୋଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos