ଟ୍ରିବ୍ୟୁନାଲ ଗଠନ ଦାବିରେ ବିଳମ୍ବକୁ ନେଇ ବିରୋଧୀଙ୍କ ଟାର୍ଗେଟରେ ସରକାର

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାର କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଣାଳୟରେ ଗତକାଲି ପିଟିସନ୍‌ ଦାଏର କରି ଓଡ଼ିଶା ଇଣ୍ଟରଷ୍ଟେଟ୍‌ ରିଭର୍‌ ଡିସପୁଟ୍‌ ଆକ୍ଟ ସେକ୍ସନ୍‌-3 ଅନୁଯାୟୀ ଟ୍ରିବ୍ୟୁନାଲ ଗଠନ କରିବାକୁ ଦାବି କରିଥିଲା। ଏହାକୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଇବାରେ ଲାଗିଛନ୍ତି। ଯଦି ଟ୍ରିବ୍ୟୁନାଲ ଗଠନ ଦାବି କରାଯିବାରେ ଥିଲା ତେବେ ଏଥିରେ ଏତେ ବିଳମ୍ବ କାହିଁକି କରାଗଲା ବୋଲି ଉଭୟ କଂଗ୍ରେସ ଓ ବିଜେପି ପ୍ରଶ୍ନ କରିଛନ୍ତି। ରାଜ୍ୟ ଜଳ ସମ୍ପଦ ସଚିବ ପ୍ରଦୀପ […]

narasingha-basanta-pratap

narasingha-basanta-pratap

Rakesh Mallick
  • Published: Tuesday, 22 November 2016
  • Updated: 22 November 2016, 04:26 PM IST

Sports

Latest News

narasingha-basanta-pratapଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାର କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଣାଳୟରେ ଗତକାଲି ପିଟିସନ୍‌ ଦାଏର କରି ଓଡ଼ିଶା ଇଣ୍ଟରଷ୍ଟେଟ୍‌ ରିଭର୍‌ ଡିସପୁଟ୍‌ ଆକ୍ଟ ସେକ୍ସନ୍‌-3 ଅନୁଯାୟୀ ଟ୍ରିବ୍ୟୁନାଲ ଗଠନ କରିବାକୁ ଦାବି କରିଥିଲା। ଏହାକୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଇବାରେ ଲାଗିଛନ୍ତି। ଯଦି ଟ୍ରିବ୍ୟୁନାଲ ଗଠନ ଦାବି କରାଯିବାରେ ଥିଲା ତେବେ ଏଥିରେ ଏତେ ବିଳମ୍ବ କାହିଁକି କରାଗଲା ବୋଲି ଉଭୟ କଂଗ୍ରେସ ଓ ବିଜେପି ପ୍ରଶ୍ନ କରିଛନ୍ତି।

ରାଜ୍ୟ ଜଳ ସମ୍ପଦ ସଚିବ ପ୍ରଦୀପ ଜେନା ଆଜି ସୂଚନା ଦେଇ କହିଛନ୍ତି,“ମହାନଦୀ ଜଳ ବିବାଦକୁ ନେଇ ଟ୍ରିବ୍ୟୁନାଲ ଗଠନକୁ ବିଳମ୍ବ ନ କରିବାକୁ କେନ୍ଦ୍ର ସରକାରଙ୍କୁ ଅବଗତ କରିଛୁ। ତୁରନ୍ତ ଟ୍ରିବ୍ୟୁନାଲ ଗଠନ ପାଇଁ ଆବଶ୍ୟକ ସମସ୍ତ ଯୁକ୍ତି କେନ୍ଦ୍ର ନିକଟରେ ଉପସ୍ଥାପନ କରାଯାଇଛି। ଏହାସହ କେନ୍ଦ୍ର ଜଳସମ୍ପଦ ସଚିବଙ୍କ ସହ ଏ ନେଇ ଆଲୋଚନା ମଧ୍ୟ କରାଯାଇଛି।”

ତେବେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସରକାରଙ୍କ ଏହି ପଦକ୍ଷେପକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି,“ଟ୍ରିବ୍ୟୁନାଲ ଗଠନ ପାଇଁ ପଦକ୍ଷେପ ନେବାକୁ ଅଗଷ୍ଟ ମାସ ରାଜ୍ୟ ସରକାରଙ୍କୁ କହିଥିଲୁ। ସାଢେ ତିନିମାସ ହୋଇ ଗଲା ସରକାର ଶୋଇ ରହିଥିଲେ। ଏହା ପ୍ରମାଣିତ କରୁଛି ରାଜ୍ୟ ସରକାରଙ୍କ ପାଖରେ କିଛି ତଥ୍ୟ ନ ଥିଲା। ଯଦି ନିଷ୍ଠା ଓ ବଳିଷ୍ଠ ପ୍ରମାଣ ସହ ସେ (ରାଜ୍ୟ ସରକାର) କେନ୍ଦ୍ର ପାଖକୁ ଯାଇଛନ୍ତି ତେବେ ଆମେ ସ୍ୱାଗତ କରିବୁ।”

ସେ କହିଛନ୍ତି,“ବିଳମ୍ବ ହେଲେ ମଧ୍ୟ ରାଜ୍ୟ ସରକାର ଆମ ଉପଦେଶ ଗ୍ରହଣ କରିଥିବାରୁ ସ୍ୱାଗତ କରୁଛୁ। ଏହାସହ ମନରେ ସନ୍ଦେହ ହେଉଛି ମହାନଦୀ ପ୍ରସଙ୍ଗର ସମାଧାନ ଲାଗି ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ। ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ କେନ୍ଦ୍ର ସରକାରଙ୍କ ପାଖକୁ ଟ୍ରିବ୍ୟୁନାଲ ଗଠନ ପାଇଁ ଯାଇଥିବା କହିବେ। ଯଦି ଜାଣିଶୁଣି ଠିକ ତଥ୍ୟ ଦେଇ ନ ଥିବେ ତେବେ କେନ୍ଦ୍ର ସରକାର ତାକୁ ଅଗ୍ରାହ୍ୟ କରି ଦେବେ। କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଲେ ମୁଖ୍ୟମନ୍ତ୍ରୀ ଚିରାଚରିତ ଢଙ୍ଗରେ କହିବେ ‘କେନ୍ଦ୍ର ଆମ ପ୍ରତି ଅବହେଳା କଲା’।”

ସେ ଆହୁରି କହିଛନ୍ତି,“ବିଜେଡି ଶସ୍ତା ରାଜନୀତିରେ ବିଶ୍ୱାସ କରେ, କାର୍ଯ୍ୟରେ ନୁହେଁ। ଏହାର ଜ୍ୱଳନ୍ତ ଉଦାହରଣ ହେଲା ପୋଲାଭରମ୍‌। ୭ରୁ ୮ ବର୍ଷ ହେଲେ ସୁପ୍ରିମକୋର୍ଟରେ ମାମଲା ପଡ଼ି ରହିଛି, କିଛି ଫଳ ବାହାରି ନାହିଁ।”

ବିଜେପି ମଧ୍ୟ ଟ୍ରିବ୍ୟୁନାଲ ଗଠନ ଦାବିରେ ବିଳମ୍ବକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି,“ଏ ସରକାର ସ୍ଥାଣୁ, ଅପାରଗ। କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି। ଆମେ ଆଗରୁ କହୁଛୁ ବିଧିବ୍ୟବସ୍ଥା ଅନୁସାରେ ଓଡ଼ିଶାର ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ପାଇଁ ଉପଯୁକ୍ତ ଫୋରମ୍‌କୁ ଯାଆନ୍ତୁ। ବିଳମ୍ବ ତ କରିସାରିଛନ୍ତି। ୧୬ ବର୍ଷ ପରେ ଏମାନଙ୍କର (ରାଜ୍ୟ ସରକାର) କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହୋଇଛି। ଏବେ ଉଚିତ ପଦକ୍ଷେପ ନିଅନ୍ତୁ। ସମାଜର ମଙ୍ଗଳ ପାଇଁ କାମ କରନ୍ତୁ।”

ଅନ୍ୟପକ୍ଷରେ ଟ୍ରିବ୍ୟୁନାଲ ଗଠନ ଦାବିରେ କୌଣସି ବିଳମ୍ବ ହୋଇ ନ ଥିବା ବିଜେଡି କହିଛି। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ନୀୟମ ମୁତାବକ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଛି। କେନ୍ଦ୍ର ସରକାରଙ୍କ ପାଖରେ ସମୟ ରହିଛି ସେ ଏହାକୁ ଗ୍ରହଣ କରିବେ କି ଅଗ୍ରାହ୍ୟ କରିଦେବେ। କେନ୍ଦ୍ର ଆମ ଦାବି ଅଗ୍ରାହ୍ୟ କରିଦେଲେ ଆମେ ସୁପ୍ରିମକୋର୍ଟକୁ ଯିବୁ।”

ସେ କହିଛନ୍ତି,“ଟ୍ରିବ୍ୟୁନାଲ ଗଠନ ପର୍ଯ୍ୟନ୍ତ ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାର କାମ ବନ୍ଦ କରିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେବାକୁ ଆମେ ଚିଠି ଲେଖି ଦାବି ଜଣାଇଛୁ। ଏ ନେଇ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନ ନେଲେ ଆମେ ସୁପ୍ରିମକୋର୍ଟକୁ ଯିବା ସୁନିଶ୍ଚିତ।”

ସୂଚନାଯୋଗ୍ୟ, ଗତକାଲି ବିଧିବଦ୍ଧ ଭାବେ ରାଜ୍ୟ ସରକାର ଟ୍ରିବ୍ୟୁନାଲ ଗଠନ ଲାଗି କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟ ନିକଟରେ ଦାବି ଉପସ୍ଥାପନ କରିଥିଲା। ରାଜ୍ୟ ସରକାର ମହାନଦୀର ୪୦ରୁ ୫୦ ବର୍ଷ ତଥ୍ୟ ୭୦୦ ପୃଷ୍ଠାରେ ଦେଇଯାଇଛି। ମହାନଦୀରେ ଛତିଶଗଡ଼ର ଯୋଜନା ଓ ଏହାଦ୍ୱାରା ଓଡ଼ିଶାର ହେଉଥିବା କ୍ଷତି ନେଇ ଏ ସବୁ ତଥ୍ୟ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos