ନିୟତିର ନିଷ୍ଠୁର ସୃଷ୍ଟି: ଦୁଇଟି ଦେହ ଗୋଟିଏ ମନ, ଯୋଡ଼ି ହୋଇ ରହିଛି ଦୁଇ ଶିଶୁଙ୍କ ମୁଣ୍ଡ

ଫୁଲବାଣୀ: କୁହାଯାଏ ଈଶ୍ୱରଙ୍କ ସୃଷ୍ଟି ଖୁବ୍ ସୁନ୍ଦର। କିନ୍ତୁ ବୋଧହୁଏ ବେଳେବେଳେ ସୃଷ୍ଟିକର୍ତ୍ତାଙ୍କର ବି ଭୁଲ୍ ହୁଏ। ଫୁଲଟିଏ ଗଢୁଗଢୁ ଗଣନା ଭୁଲ୍ ହୋଇଯାଏ। ଦୁଇ କୋମଳମତି ଶିଶୁ ହନି ଓ ସିଂହଙ୍କୁ ଦେଖିଲେ ଆପଣ ସେଇଆ ହିଁ ଭାବିବେ। ଇଚ୍ଛା ହେବ ଈଶ୍ୱରଙ୍କୁ ଦୋଷ ଦେବାକୁ। ପୂରା କାହାଣୀଟି ଜାଣିଲେ ଆପଣଙ୍କ ଆଖିକୁ ଆପଣା ଛାଏଁ ଲୁହ ଆସିଯିବ। ମନକୁ ଆସିବ, ଈଶ୍ୱର ଏମିତି କଷ୍ଟ ଆଉ କାହାକୁ ନ ଦିଅନ୍ତୁ। ଏ କାହାଣୀ କନ୍ଧମାଳ […]

two child

two child

Rakesh Mallick
  • Published: Wednesday, 28 June 2017
  • Updated: 29 June 2017, 02:36 PM IST

Sports

Latest News

ଫୁଲବାଣୀ: କୁହାଯାଏ ଈଶ୍ୱରଙ୍କ ସୃଷ୍ଟି ଖୁବ୍ ସୁନ୍ଦର। କିନ୍ତୁ ବୋଧହୁଏ ବେଳେବେଳେ ସୃଷ୍ଟିକର୍ତ୍ତାଙ୍କର ବି ଭୁଲ୍ ହୁଏ। ଫୁଲଟିଏ ଗଢୁଗଢୁ ଗଣନା ଭୁଲ୍ ହୋଇଯାଏ। ଦୁଇ କୋମଳମତି ଶିଶୁ ହନି ଓ ସିଂହଙ୍କୁ ଦେଖିଲେ ଆପଣ ସେଇଆ ହିଁ ଭାବିବେ। ଇଚ୍ଛା ହେବ ଈଶ୍ୱରଙ୍କୁ ଦୋଷ ଦେବାକୁ। ପୂରା କାହାଣୀଟି ଜାଣିଲେ ଆପଣଙ୍କ ଆଖିକୁ ଆପଣା ଛାଏଁ ଲୁହ ଆସିଯିବ। ମନକୁ ଆସିବ, ଈଶ୍ୱର ଏମିତି କଷ୍ଟ ଆଉ କାହାକୁ ନ ଦିଅନ୍ତୁ।

ଏ କାହାଣୀ କନ୍ଧମାଳ ଜିଲ୍ଲାର ଏକ ନିପଟ ମଫସଲ ଗାଁର ଦୁଇଟି ନିଷ୍ପାପ ଶିଶୁଙ୍କର। ଦୁଇଟି ଶିଶୁ କି ଗୋଟିଏ ତାହା କହିଲା ବେଳେ ଆପଣ ଅଡୁଆରେ ପଡ଼ିବେ। ବାସ୍ତବରେ ଦୁଇଟି ଜୀବନ, ହେଲେ ମୁଣ୍ଡ ଗୋଟିଏ। ଦୁଇଟି ଦେହ, ଗୋଟିଏ ମନ। ଜନ୍ମରୁ ଏମାନଙ୍କ ମୁଣ୍ଡ ଯୋଡ଼ିହୋଇ ରହିଛି। (ଭିଡିଓ ଓ ଫଟୋ ଦେଖନ୍ତୁ) ଯେଉଁଠିକୁ ଯାଉଛନ୍ତି ଦୁଇଜଣ ସାଥୀହୋଇ ଯିବାକୁ ବାଧ୍ୟ ହେଉଛନ୍ତି।

ଏହା ଭିତରେ ଶିଶୁ ଦୁହିଁଙ୍କୁ ୨ ବର୍ଷ ହେଲାଣି। ବୟସ ବଢ଼ିବା ସହ ବଢୁଛି ସମସ୍ୟା ଓ ବିପଦ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ମେଲୁପଡ଼ା ଗାଁର ଏ ଦୁଇ ଅସହାୟ ଶିଶୁଙ୍କୁ ସ୍ୱାଭାବିକ ଜୀବନ ଦେବାକୁ ଦରକାର। ଏଥିପାଇଁ ଅର୍ଥ ବାଧକ ସାଜୁଥିବାରୁ ଚିନ୍ତାରେ ପରିବାର ଲୋକେ।

ଜନ୍ମ ଇତିହାସ: ୨୦୧୪ ଏପ୍ରିଲ ୪ ତାରିଖରେ ଭୂୟାଁ କହଁରଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନ୍ମ ଦେଇଥିଲେ ଜମଜ ସନ୍ତାନ। ସେମାନଙ୍କ ମୁଣ୍ଡ ଯୋଡ଼ି ହୋଇଯାଇଥିବାରୁ ବାପା-ମା ହତବାକ ହୋଇପଡ଼ିଥିଲେ। ପିଲାଙ୍କୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ ପରିବାର ଲୋକେ। ପିଲାଙ୍କ ମୁଣ୍ଡ ଅଲଗା କରିହେବ ବୋଲି ସେତେବେଳେ ଡାକ୍ତର ସେମାନଙ୍କୁ ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ କହିବା ଅନୁସାରେ ଶିଶୁ ଦ୍ୱୟଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚାରି ମାସ ରହିଥିଲେ। ଡାକ୍ତର ଆଜି କାଲି କହି ଦିନ ଗଡ଼ାଇଲେ। ପରେ ଚିକିତ୍ସା କରୁଥିବା ଡାକ୍ତରଙ୍କ ବଦଳି ହେଲା। ଯେଉଁ ନୂଆ ଡାକ୍ତର ଆସିଲେ ସେ ଚିକିତ୍ସା କରିପାରିବେ ନାହିଁ ବୋଲି କହିଲେ। ସେଥିପାଇଁ ପିଲା ଦ୍ୱୟଙ୍କୁ ଦିଲ୍ଲୀ ନେବାକୁ ପରାମର୍ଶ ଦେଇଥିଲେ। ଫଳରେ ନିରାଶ ହୋଇ ଭୂୟାଁ ଓ ପୁଷ୍ପାଞ୍ଜଳି ପିଲାମାନଙ୍କୁ ଧରି ଘରକୁ ଫେରିଥିଲେ।

ଶିଶୁ ଦ୍ୱୟର ବାପା ଅତି ଗରିବ। ଦିନ ମଜୁରିଆ ଭାବେ କାମ କରି ପରିବାର ଭରଣ ପୋଷଣ କରୁଛନ୍ତି। ଯାହା ଉପାର୍ଜନ କରୁଥିଲେ ସବୁ ଅର୍ଥ ଏହି ଶିଶୁ ଦ୍ୱୟଙ୍କ ପାଇଁ ଖର୍ଚ୍ଚ କରୁଥିଲେ। ତେବ ଦିଲ୍ଲୀରେ ଚିକିତ୍ସା କରିବା ପାଇଁ ସେମାନଙ୍କ ପାଖରେ ଏତେ ସମ୍ୱଳ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos