ସେଲ୍‌ଫି ନେଲା ଜୀବନ: ଝୁଲା ପୋଲରୁ ଖସି ପଡ଼ିଲେ ୨ ଯୁବତୀ

ରାୟଗଡ଼ା: ସେଲ୍‌ଫି ନେଲା ଜୀବନ। ରାୟଗଡ଼ା ଜିଲ୍ଲା ନାଗାବଳି ନଦୀରେ ଥିବା ଝୁଲା ପୋଲରେ ସେଲଫି ନେଲା ବେଳେ ୨ ଜଣ ଯୁବତୀ ଖିସି ପଡି ପ୍ରାଣ ହରାଇଛନ୍ତି। ସେମାନେ ହେଉଛନ୍ତି ଇ.ଜ୍ୟୋତି (୨୭) ଏବଂ ଏସ୍‌. ଶ୍ରୀଦେବୀ (୨୩)। ସେମାନଙ୍କ ଘର ଆନ୍ଧ୍ରପ୍ରଦେଶରେ ବୋଲି ଜଣାପଡ଼ିଛି। ଜ୍ୟୋତିଙ୍କ ଘର ବିଶାଖାପାଟଣାରେ ହୋଇଥିବା ବେଳେ ଦେବୀଙ୍କ ଘର ବିଜୟନଗରମ୍‌ରେ। ଦମକଳବାହିନୀ ମୃତଦେହକୁ ଉଦ୍ଧାର କରିଛି।

ମିଳିଥିବା ସୂଚନାନୁସାରେ ଏମାନେ ଦୁହେଁ ଏଠାକୁ ବୁଲିବାକୁ ଆସିଥିଲେ।