ଘାତକ ସାଜିଛି ସ୍ୱାଇନ୍‌ ଫ୍ଲୁ: ୫୦ ଟପିଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର:  କାୟା ବିସ୍ତାର କରୁଛି ସ୍ୱାଇନ୍‌ ଫ୍ଲୁ। ପ୍ରତିଦିନ ନେଉଛି ମୁଣ୍ଡ। ଗତକାଲି ଆଉ ଦୁଇ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୫୦ ଛୁଇଁଛି। ଭୁବନେଶ୍ୱରର କେୟାର ଓ ସମ୍ ହସ୍ପିଟାଲ୍‌ରେ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ଏଇ ଘାତକ ରୋଗରେ ୩୮୬ ଜଣ ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଗତକାଲି ପରୀକ୍ଷା ହୋଇଥିବା ୧୯ଟି ସାମ୍ପୁଲରୁ ଜଣଙ୍କର ନମୂନା ପଜିଟିଭ୍ ଥିବା ଜଣାପଡ଼ିଛି।