ହଳଦୀ ଗାଁରେ ପୁଣି ବାଘ ଆତଙ୍କ: ଆଈ ଓ ନାତୁଣୀଙ୍କୁ ଟାଣି ନେବାକୁ କରିଲା ଉଦ୍ୟମ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ହଳଦୀ ଗାଁରେ ପୁଣି ବାଘ ଆତଙ୍କ ଦେଖାଯାଇଛି। ବାଘ ଆକ୍ରମଣରେ ଗୋଟିଏ ପରିବାରର ଆଈ, ନାତୁଣୀ ଗୁରୁତର ଆହତ ହୋଇଛନ୍ତି।  ସେମାନେ ହେଲେ ଧନବାଈ ପାଣ୍ଡେ ଓ ତାଙ୍କ ୧୦ବର୍ଷର ନାତୁଣୀ ଚାନ୍ଦିନୀ ପାଣ୍ଡେ। ଆହତ ଆଈ ନାତୁଣୀଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଧନବା‌ଈ ଓ ଚାନ୍ଦିନୀ ଶୋଇଥିବା ବେଳେ ବାଘ ସେମାନଙ୍କୁ ଆକ୍ରମଣ କରି ଟାଣି ନେବାକୁ ଉଦ୍ୟମ କରିଥିଲା। ଏହି ସମୟରେ ଉଭୟେ […]

injured

injured

Rakesh Mallick
  • Published: Monday, 10 July 2017
  • Updated: 10 July 2017, 10:35 AM IST

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ହଳଦୀ ଗାଁରେ ପୁଣି ବାଘ ଆତଙ୍କ ଦେଖାଯାଇଛି। ବାଘ ଆକ୍ରମଣରେ ଗୋଟିଏ ପରିବାରର ଆଈ, ନାତୁଣୀ ଗୁରୁତର ଆହତ ହୋଇଛନ୍ତି।  ସେମାନେ ହେଲେ ଧନବାଈ ପାଣ୍ଡେ ଓ ତାଙ୍କ ୧୦ବର୍ଷର ନାତୁଣୀ ଚାନ୍ଦିନୀ ପାଣ୍ଡେ। ଆହତ ଆଈ ନାତୁଣୀଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ ଧନବା‌ଈ ଓ ଚାନ୍ଦିନୀ ଶୋଇଥିବା ବେଳେ ବାଘ ସେମାନଙ୍କୁ ଆକ୍ରମଣ କରି ଟାଣି ନେବାକୁ ଉଦ୍ୟମ କରିଥିଲା। ଏହି ସମୟରେ ଉଭୟେ ଚିତ୍କାର କରିବାରୁ ଗାଁ ଲୋକେ ଏକାଠି ହୋଇଥିଲେ। ଫଳରେ ବାଘଟି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଏହା ଏକ କଲରାପତରିଆ ବାଘ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି।

ମାସକ ତଳେ ଏହି ଗାଁରୁ ଏକ ୪ ବର୍ଷର ଶିଶୁକୁ ମାଆ କୋଳରୁ ଟାଣିନେଇ ବାଘ ଖାଇ ଦେଇଥିଲା। ଖବର ପାଇ ବନବିଭାଗ କର୍ମଚାରୀ ହଳଦୀଗାଁରେ ପହଞ୍ଚି ବାଘକୁ ଖୋଜୁଛନ୍ତି।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos