ଭୁବନେଶ୍ୱର: ନିଆଳି ଅଞ୍ଚଳରେ ଆତଙ୍କ ମଚାଇଥିବା ଅଜଣା ଜୀବଟି ଏକ ରାମଶିଆଳ। ପାଦଚିହ୍ନ ଓ ମାରିବା ତରିକାରୁ ଏହା ଜଣାପଡୁଛି। ଭଁଅରାଗଡ଼ ଜଙ୍ଗଲ ପାଖରେ ଏକ ଗାତ ଚିହ୍ନଟ ହୋଇଛି। ଏହା ଉପରେ ନଜର ରଖାଯାଇଛି। ନିଆଲି ଅଞ୍ଚଳରେ ମେଣ୍ଢା ମାରି ଆତଙ୍କ ମଚାଇ ଥିବା ଜନ୍ତୁ ସମ୍ପର୍କରେ ଆଜି ଏପରି ମନ୍ତବ୍ୟ ଦେଇଛନ୍ତି ଜଙ୍ଗଲ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ।
ତେବେ ଏପର୍ଯ୍ୟନ୍ତ ଏହି ଜନ୍ତୁକୁ କେହି ଦେଖି ନ ଥିବା ମନ୍ତ୍ରୀ କହିଛନ୍ତି। ସେ ଆହୁରି ପ୍ରକାଶ କରିଛନ୍ତି ଯେ, ବନ ବିଭାଗ ପକ୍ଷରୁ ଅଞ୍ଚଳରେ ସିସିଟିଭି କ୍ୟାମେରା ଲଗାଯିବା ସହ ବାଣ ଫୁଟାଇବା ବ୍ୟବସ୍ଥା ହୋଇଛି। ଜଙ୍ଗଲ ବିଭାଗର ୩ଟି ଟିମ୍ ଅଞ୍ଚଳରେ ପାଟ୍ରୋଲିଂ କରୁଛନ୍ତି। ବନ ବିଭାଗର କର୍ମଚାରୀମାନେ ଅଞ୍ଚଳରେ ପଡିଥିବା ପାଦଚିହ୍ନକୁ ପରୀକ୍ଷା କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।