ୟୁପି ଡନ୍ ରାଜାଭୈୟା ସହ ଧଳସାମନ୍ତ ଭ୍ରାତାଙ୍କ ଲିଙ୍କ୍!

ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ଧଳସାମନ୍ତ ଓ ସୁଶୀଲ ଧଳସମାନ୍ତଙ୍କ ଗିରଫ ପରେ ସେମାନଙ୍କ କଳା ସାମ୍ରାଜ୍ୟର ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି। ଦାଦାବଟି, ଟେଣ୍ଡର ଫିକ୍ସିଂ, ଅପହରଣ ଓ ବାଲିଘାଟ ନିଲାମରୁ ଶହ ଶହ କୋଟି ଟଙ୍କାର ମାଲିକ ହୋଇଥିବା ଏହି ଦୁଇଭାଇଙ୍କ ଉତ୍ତର ପ୍ରଦେଶର ବାହୁବଳି ନେତା ତଥା ଡନ୍ ରାଜାଭୈୟା ସହ ଲିଙ୍କ ଥିବା ପଦାକୁ ଆସୁଛି। ଏହି ଲିଙ୍କକୁ ଆୟୁଧ କରି ସେମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ହାସଲ କରିଥିବା […]

Capture

Capture

Rakesh Mallick
  • Published: Tuesday, 02 February 2016
  • Updated: 03 February 2016, 02:48 AM IST

Sports

Latest News

ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ଧଳସାମନ୍ତ ଓ ସୁଶୀଲ ଧଳସମାନ୍ତଙ୍କ ଗିରଫ ପରେ ସେମାନଙ୍କ କଳା ସାମ୍ରାଜ୍ୟର ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି। ଦାଦାବଟି, ଟେଣ୍ଡର ଫିକ୍ସିଂ, ଅପହରଣ ଓ ବାଲିଘାଟ ନିଲାମରୁ ଶହ ଶହ କୋଟି ଟଙ୍କାର ମାଲିକ ହୋଇଥିବା ଏହି ଦୁଇଭାଇଙ୍କ ଉତ୍ତର ପ୍ରଦେଶର ବାହୁବଳି ନେତା ତଥା ଡନ୍ ରାଜାଭୈୟା ସହ ଲିଙ୍କ ଥିବା ପଦାକୁ ଆସୁଛି। ଏହି ଲିଙ୍କକୁ ଆୟୁଧ କରି ସେମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ହାସଲ କରିଥିବା ସନ୍ଦେହ କରାଯାଉଛି। ଆଜି ପ୍ରଥମ ଦିନର ଜେରା ବେଳେ ଏହି କଥା ଜଣାପଡିଛି। ଆର୍ଥିକ କାରବାର ସମ୍ପର୍କରେ ମଧ୍ୟ ଜେରା କରାଯାଇଥିବା ବେଳେ ସୁଶାନ୍ତ ଛଦ୍ମନାମରେ ରହୁଥିବା ମଧ୍ୟ ଜଣାପଡିଛି। ସେହିପରି ଧଳସାମନ୍ତଙ୍କ ମୁଖ୍ୟ ସହଯୋଗୀ ଦୀପୁ ମଲ୍ଲିକର ବାପା ଅଦ୍ୱୈତ୍ୟ ମଲ୍ଲିକଙ୍କ ବୟାନ ପୋଲିସ ରେକର୍ଡ କରିଛି।

ୟୁପିର ବାହୁବଳି ନେତା ତଥା ଡନ ରାଜାଭୈୟା ସହ ଲିଙ୍କ ଥିବା ନେଇ ଜେରା ବେଳେ ନିଜେ ସ୍ୱୀକାର କରିଛନ୍ତି ଦୁଇ ଭାଇ। କେବେଠାରୁ ଏହି ନେତାଙ୍କ ସହ ସେମାନଙ୍କର ସମ୍ପର୍କ ସ୍ଥାପନ ହୋଇଥିଲା, ଏହା ପଛରେ ଉଦ୍ଦେଶ୍ୟ କ’ଣ ତାହାର ତଦନ୍ତ ଆରମ୍ଭ କରିଦେଇଛି ପୋଲିସ। ରାଜାଭୈୟା ଲିଙ୍କ ଜରିଆରେ ଏମାନେ ଅତ୍ୟାଧୁନିକ କାରବାଇନ ଓ ବନ୍ଧୁକ ହାସଲ କରିଥିବା ସନ୍ଦେହ କରାଯାଉଛି। ତେବେ ସେମାନଙ୍କ ପାଖରେ ଏପରି ଅସ୍ତ୍ରଶସ୍ତ୍ର ଆଉ ଅଛି କି ନାହିଁ, ଯଦି ଅଛି କେଉଁଠି ଲୁଚାଇ ରଖିଛନ୍ତି ଓ କେଉଁଠୁ ଆଣିଛନ୍ତି ତା’ର ମଧ୍ୟ ତଦନ୍ତ ଚାଲିଛି।

ଦୁଇ ଭାଇଙ୍କୁ ଏବେ କଟକ ଚାଉଳିଆଗଞ୍ଜ ଥାନାରେ ଜେରା କରାଯାଉଛି। ଆଜି ପ୍ରଥମ ଦିନରେ ସେମାନଙ୍କ ଆର୍ଥିକ କାରବାର ସମ୍ପର୍କରେ ପଚରାଉଚରା କରାଯାଇଛି। ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଆୟକର ବିଭାଗର ୬ ଜଣିଆ ଟିମ୍ ପଚରାଉଚରା କରିଛନ୍ତି। ମେଟାଫର ଟ୍ରାନ୍ସପୋର୍ଟ ଓ ଟିଏମଟି କମ୍ପାନୀ ନାଁରେ ବାର୍ଷିକ ୧୫ ଲକ୍ଷ ଟଙ୍କା ରୋଜଗାର ଦର୍ଶାଇଥିବା ଏହି ଦୁଇ ଭାଇ କୋଟି କୋଟି ଟଙ୍କାର ମାଲିକ କେମିତି ହେଲେ ତାହାର ତନାଘନା ଚାଲିଛି। ଯଦି ସେମାନଙ୍କ ବାର୍ଷିକ ରୋଜଗାର ୧୫ଲକ୍ଷ ଟଙ୍କା ତେବେ ଗିରଫ ବେଳେ ତାଙ୍କ ପାଖରୁ ଅଢେଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କା କେଉଁଠୁ ଆସିଲା, ଏତେ ଟଙ୍କା କାହିଁକି ସେମାନେ ପାଖରେ ରଖିଥିଲେ ଆଦି ପ୍ରଶ୍ନର ଉତ୍ତର ଆଦାୟ କରିବାକୁ ପ୍ରୟାସ ଚଳାଇଛି ପୋଲିସ ଓ ଆୟକର ବିଭାଗ। ସେହିପରି ଡି’ ବ୍ରଦର୍ସଙ୍କ ବିଳାସପୂର୍ଣ୍ଣ ବାସଭବନ, ସୌଖୀନ ଗାଡି ବିଷୟରେ ମଧ୍ୟ ଆୟକର ବିଭାଗର ଅଧିକାରୀମାନେ ପଚରାଉଚରା କରିଛନ୍ତି।

ସୁଶାନ୍ତ ଧଳସାମନ୍ତ ଭାଇଜାଗରେ ନିଜକୁ ମନୋଜ ପଟ୍ଟନାୟକ ବୋଲି ଦର୍ଶାଇ ଜାଲ ପାନ ଆଇଡି ସଂଗ୍ରହ କରିଥିବା ଜଣାପଡିଛି। ଏଥିସହ ସୁନ୍ଦର ରାୟ ବୋଲି ଏକ ଛଦ୍ମ ନାମ ଦେଇ ମଧ୍ୟ ରହୁଥିବା ନଜିରକୁ ଆସିଛି। ମନୋଜ ପଟ୍ଟନାୟକ ନାମରେ ମିଳିଥିବା ପାନ ଆଇଡିରେ ଥିବା ସୁଶାନ୍ତର ଫଟୋ ସହ ଦସ୍ତଖତକୁ ସ୍କାନିଂ କରାଯିବ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି। ଆୟକର ଅଧିକାରୀ ପ୍ରିୟଦର୍ଶୀ ମିଶ୍ର କହିଛନ୍ତି, ତଦନ୍ତରେ ପୋଲିସକୁ ସହଯୋଗ କରୁଛୁ। ଦୁଇ ଭାଇଙ୍କୁ ସେମାନଙ୍କ ଆର୍ଥିକ କାରବାର ଉପରେ ଜେରା କରାଯାଉଛି।

ସେପଟେ ଡି ବ୍ରଦର୍ସଙ୍କ କମ୍ପାନୀ ଓ ଟେଣ୍ଡର କାରବାର ବୁଝୁଥିବା କିଛି ଡାଇରେକ୍ଟର ଓ ମାଫିଆ ଫେରାର ଅଛନ୍ତି। ସେମାନଙ୍କୁ ପୋଲିସ ଖୋଜୁଛି। ସେମାନଙ୍କ ପାସପୋର୍ଟ ଯାଞ୍ଚ କରାଯିବା ସହ ବିଦେଶ ଲିଙ୍କର ମଧ୍ୟ ତଦନ୍ତ କରାଯାଉଥିବା ପୋଲିସ କମିଶନର ୱାଇ. ବି. ଖୁରାନିଆ କହିଛନ୍ତି।

ଆଜି ଧଳସାମନ୍ତଙ୍କ ସହଯୋଗୀ ଦୀପୁ ମଲ୍ଲିକର ବାପା ଅଦ୍ୱୈତ୍ୟଙ୍କ ବୟାନ କୋର୍ଟରେ ରେକର୍ଡ କରାଯାଇଛି। ସିଆରପିସି ଧାରା ୧୬୪ରେ ଏହା ରେକର୍ଡ କରାଯାଇଛି। ଦୀପୁ ଧଳସାମନ୍ତଙ୍କ ପ୍ରମୁଖ ସହଯୋଗୀ ଥିଲା। ଦୀପୁ ଏବଂ ଓମ୍ ରହସ୍ୟଜନକ ଭାବେ ନିଖୋଜ ଅଛନ୍ତି। ସେମାନଙ୍କ ନିଖୋଜ ପଛରେ ଧଳସାମନ୍ତ ସମ୍ପୃକ୍ତି ଥିବା ଅଦ୍ୱୈତ୍ୟ ଅଭିଯୋଗ କରିଥିଲେ।

ଡି’ ବ୍ରଦର୍ସଙ୍କ ଗିରଫ ପରେ ସେମାନେ ଗଠନ କରିଥିବା କଟକ ନଗର ଯୁବକ ସଂଘର ପରିଚାଳନା କମିଟିକୁ ଭାଙ୍ଗି ଦିଆଯାଇଛି। ଆଜି ଏ ନେଇ ସଂଘ ସଭାପତି ସନ୍ଦିପ ବେହେରା ସୂଚନା ଦେଇଛନ୍ତି। ସୁଶୀଲ ଏହି ସଂଘର ସଭାପତି ଥିଲେ।

ଅନ୍ୟପକ୍ଷେ ସୁଶାନ୍ତ ଓ ସୁଶୀଲ ରାଜନୈତିକ ଚକ୍ରବ୍ୟୁହରେ ଫସିଛନ୍ତି ବୋଲି ତାଙ୍କ ପିତା ସରୋଜ ଧଳସାମନ୍ତ କହିଛନ୍ତି। ସବୁଦଳର ନେତାଙ୍କ ସହ ସେମାନଙ୍କ ଭଲ ସମ୍ପର୍କ ଥିଲା। ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେବା ତାଙ୍କ ପାଇଁ ବିପଦର କାରଣ ପାଲଟିଥିଲା ଓ ତାଙ୍କ ଦୁଇ ପୁଅଙ୍କୁ ଏଥିରେ ଫସାଇ ଦିଆଗଲା ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story